ଛାଡ଼ପତ୍ର ପାଇଁ ଆବେଦନ କଲେ ରାଷ୍ଟ୍ରପତିଙ୍କ ସ୍ତ୍ରୀ
ମସ୍କୋ,୨୪ା୧୨:ସିରିଆର ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍-ଅସାଦଙ୍କ ସ୍ତ୍ରୀ ଅସ୍ମା ଅଲ୍ ଅସାଦ୍ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ସେ ବ୍ରିଟେନ୍ ଫେରିଯିବାକୁ ଚାହୁଁଥିବା ଜଣାଇଛନ୍ତି। କ୍ଷମତାଚ୍ୟୁତ ହେବା ପରେ ମସ୍କୋରେ ବଶରଙ୍କ ସହ ଶରଣାର୍ଥୀ ଭାବେ ରହିବାରେ ସେ ଅସନ୍ତୁଷ୍ଟ ଥିବା ରିପୋର୍ଟ ପ୍ରକାଶ ପାଇଛି। ଦେଶ ଛାଡ଼ିବା ପାଇଁ ସ୍ବତନ୍ତ୍ର ଅନୁମତି ନିମନ୍ତେ ସେ ରୁଷିଆର ଏକ ଅଦାଲତରେ ଆବେଦନ କରିଥିଲେ। ୧୯୭୫ରେ ଲଣ୍ଡନରେ ଜନ୍ମିତ ଆସ୍ମା ଉଭୟ ବ୍ରିଟେନ୍ ଏବଂ ସିରିଆର ନାଗରିକତ୍ୱ ହାସଲ […] The post ଛାଡ଼ପତ୍ର ପାଇଁ ଆବେଦନ କଲେ ରାଷ୍ଟ୍ରପତିଙ୍କ ସ୍ତ୍ରୀ appeared first on Dharitri Odia News.
ମସ୍କୋ,୨୪ା୧୨:ସିରିଆର ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍-ଅସାଦଙ୍କ ସ୍ତ୍ରୀ ଅସ୍ମା ଅଲ୍ ଅସାଦ୍ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ସେ ବ୍ରିଟେନ୍ ଫେରିଯିବାକୁ ଚାହୁଁଥିବା ଜଣାଇଛନ୍ତି। କ୍ଷମତାଚ୍ୟୁତ ହେବା ପରେ ମସ୍କୋରେ ବଶରଙ୍କ ସହ ଶରଣାର୍ଥୀ ଭାବେ ରହିବାରେ ସେ ଅସନ୍ତୁଷ୍ଟ ଥିବା ରିପୋର୍ଟ ପ୍ରକାଶ ପାଇଛି। ଦେଶ ଛାଡ଼ିବା ପାଇଁ ସ୍ବତନ୍ତ୍ର ଅନୁମତି ନିମନ୍ତେ ସେ ରୁଷିଆର ଏକ ଅଦାଲତରେ ଆବେଦନ କରିଥିଲେ। ୧୯୭୫ରେ ଲଣ୍ଡନରେ ଜନ୍ମିତ ଆସ୍ମା ଉଭୟ ବ୍ରିଟେନ୍ ଏବଂ ସିରିଆର ନାଗରିକତ୍ୱ ହାସଲ କରିଛନ୍ତି। ସେ ଲଣ୍ଡନର କିଙ୍ଗ୍ସ କଲେଜରୁ କମ୍ପ୍ୟୁଟର ସାଇନ୍ସ ଏବଂ ଫ୍ରେଞ୍ଚ୍ ଭାଷାରେ ଡିଗ୍ରୀ କରିବା ପରେ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍ରେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ ଡିସେମ୍ବରରେ ସେ ବଶର ଅଲ୍-ଅସାଦଙ୍କୁ ବିବାହ କରିଥିଲେ। ସିରିଆରେ ବିଦ୍ରୋହ ଆରମ୍ଭ ହେବା ପରେ ଆସ୍ମା ତାଙ୍କର ୩ ପିଲାଙ୍କ ସହ ଲଣ୍ଡନରେ ଶରଣ ନେବାକୁ ଚାହୁଁଥିଲେ।
The post ଛାଡ଼ପତ୍ର ପାଇଁ ଆବେଦନ କଲେ ରାଷ୍ଟ୍ରପତିଙ୍କ ସ୍ତ୍ରୀ appeared first on Dharitri Odia News.