୭୦ ଜଣଙ୍କୁ ଆଗୁଆ ଟିକେଟ ଦେବ କଂଗ୍ରେସ: ଜାଣନ୍ତୁ ବିଧାୟକ ଏମ୍ପି ପାଇଁ କେତେଜଣ ପ୍ରାର୍ଥୀ କଲେଣି ଆବେଦନ
ଭୁବନେଶ୍ବର,୨୦।୨: ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହୋଇପାରେ। ମାତ୍ର ଏହା ପୂର୍ବରୁ କଂଗ୍ରେସ ନିଜର ଟିକେଟ୍ କସରତ ଆରମ୍ଭ କରିଦେଇଛି। ଚଳିତବର୍ଷ ରାଜ୍ୟ କଂଗ୍ରେସ ୭୦ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିବ। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ଘୋଷଣା ହେବ। ଯାହାଫଳରେ ପ୍ରାର୍ଥୀମାନେ ପ୍ରଚାର ପାଇଁ ଯଥେଷ୍ଟ ସମୟ ପାଇବେ ବୋଲି ଦଳ ଚିନ୍ତା କରୁଛି। ସାଧାରଣ ନିର୍ବାଚନ ନେଇ ମଙ୍ଗଳବାର ପ୍ରଦେଶ ନିର୍ବାଚନ କମିଟି(ପିଇସି)ର ବେଠକ ବସିଥିଲା। ଏଥିରେ ପିସିସି […] The post ୭୦ ଜଣଙ୍କୁ ଆଗୁଆ ଟିକେଟ ଦେବ କଂଗ୍ରେସ: ଜାଣନ୍ତୁ ବିଧାୟକ ଏମ୍ପି ପାଇଁ କେତେଜଣ ପ୍ରାର୍ଥୀ କଲେଣି ଆବେଦନ appeared first on Dharitri Odia News.
ଭୁବନେଶ୍ବର,୨୦।୨: ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହୋଇପାରେ। ମାତ୍ର ଏହା ପୂର୍ବରୁ କଂଗ୍ରେସ ନିଜର ଟିକେଟ୍ କସରତ ଆରମ୍ଭ କରିଦେଇଛି। ଚଳିତବର୍ଷ ରାଜ୍ୟ କଂଗ୍ରେସ ୭୦ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିବ। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ଘୋଷଣା ହେବ। ଯାହାଫଳରେ ପ୍ରାର୍ଥୀମାନେ ପ୍ରଚାର ପାଇଁ ଯଥେଷ୍ଟ ସମୟ ପାଇବେ ବୋଲି ଦଳ ଚିନ୍ତା କରୁଛି। ସାଧାରଣ ନିର୍ବାଚନ ନେଇ ମଙ୍ଗଳବାର ପ୍ରଦେଶ ନିର୍ବାଚନ କମିଟି(ପିଇସି)ର ବେଠକ ବସିଥିଲା। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୨୩ଜଣ ସଦସ୍ୟ ଯୋଗ ଦେଇଥିଲେ।
ଚଳିତବର୍ଷ ଟିକେଟ ବଣ୍ଟନରେ ସ୍ବଚ୍ଛତା ଆଣିବା ଲାଗି କଂଗ୍ରେସ ପକ୍ଷରୁ ‘ପ୍ରଗମନ’ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଅନ୍ଲାଇନ୍ ଜରିଆରେ ଯେଉଁ ପ୍ରାର୍ଥୀମାନେ ଆବେଦନ କରିଛନ୍ତି ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ବିଧାୟକଙ୍କ ପାଇଁ ୩ ହଜାର ଓ ଏମ୍ପି ପାଇଁ ୭ଶହ ପ୍ରାର୍ଥୀ ଆବେଦନ କରିଛନ୍ତି। ‘ପ୍ରଗମନ’ରେ ଆବେଦନ କରିବା ଲାଗି ଯେଉଁସବୁ ସର୍ତ୍ତ ରହିଥିଲା ତାହାକୁ ଯେଉଁ ଆଶାୟୀମାନେ ପୂରଣ କରି ନ ଥିଲେ ସେମାନଙ୍କୁ ପ୍ରାର୍ଥୀ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
The post ୭୦ ଜଣଙ୍କୁ ଆଗୁଆ ଟିକେଟ ଦେବ କଂଗ୍ରେସ: ଜାଣନ୍ତୁ ବିଧାୟକ ଏମ୍ପି ପାଇଁ କେତେଜଣ ପ୍ରାର୍ଥୀ କଲେଣି ଆବେଦନ appeared first on Dharitri Odia News.