ମ୍ୟାନମାର୍‌କୁ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନେପିଦାଉ,୨୯ା୩: ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା (IAF)ର C-୧୩ ଓ ଜେ ବିମାନ ହିଣ୍ଡନ ବାୟୁସେନା ଷ୍ଟେଶନରୁ ଉଡ଼ାଣ ଭରି ରିଲିଫ୍‌ ସାମଗ୍ରୀ ଧରି ମ୍ୟାନ୍‌ମାର୍‌ରେ ପହଞ୍ଚିଥିଲା। ଏହି ରିଲିଫ ପ୍ୟାକେଜରେ ତମ୍ବୁ, ଶୋଇବା ବ୍ୟାଗ, କମ୍ବଳ, ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ, ଜଳ ବିଶୋଧକ, ସ୍ବାସ୍ଥ୍ୟ କିଟ୍‌, ସୌର ଲ୍ୟାମ୍ପ, ଜେନେରେଟର ସେଟ୍‌ ଏବଂ ପାରାସିଟାମଲ, […] The post ମ୍ୟାନମାର୍‌କୁ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ appeared first on Dharitri Odia News.

ମ୍ୟାନମାର୍‌କୁ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନେପିଦାଉ,୨୯ା୩: ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା (IAF)ର C-୧୩ ଓ ଜେ ବିମାନ ହିଣ୍ଡନ ବାୟୁସେନା ଷ୍ଟେଶନରୁ ଉଡ଼ାଣ ଭରି ରିଲିଫ୍‌ ସାମଗ୍ରୀ ଧରି ମ୍ୟାନ୍‌ମାର୍‌ରେ ପହଞ୍ଚିଥିଲା। ଏହି ରିଲିଫ ପ୍ୟାକେଜରେ ତମ୍ବୁ, ଶୋଇବା ବ୍ୟାଗ, କମ୍ବଳ, ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ, ଜଳ ବିଶୋଧକ, ସ୍ବାସ୍ଥ୍ୟ କିଟ୍‌, ସୌର ଲ୍ୟାମ୍ପ, ଜେନେରେଟର ସେଟ୍‌ ଏବଂ ପାରାସିଟାମଲ, ଆଣ୍ଟିବାୟୋଟିକ, ସିରିଞ୍ଜ, ଗ୍ଲୋଭସ ଏବଂ ବ୍ୟାଣ୍ଡେଜ ଭଳି ଜରୁରୀ ଔଷଧ ରହିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ସର୍ବଦା ପଡ଼ୋଶୀ ଦେଶମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି ଏବଂ ଏଥର ମଧ୍ୟ ଏହା ନିଜର ଦାୟିତ୍ୱ ନିର୍ବାହ କରିଛି।

ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି (NCS) ଅନୁଯାୟୀ, ଶୁକ୍ରବାର ମ୍ୟାନ୍‌ମାରରେ ୭.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିଲୋମିଟର ତଳେ ଥିଲା, ଯାହା ପରବର୍ତ୍ତୀ ଝଟ୍‌କାର ସମ୍ଭାବନାକୁ ବୃଦ୍ଧି କରିଥିଲା। କିଛି ମିନିଟ୍‌ ପରେ, ଭାରତୀୟ ସମୟ ଅନୁସାରେ୬.୪ ତୀବ୍ରତାର ଆଉ ଏକ ଭୂକମ୍ପ ହୋଇଥିଲା, ଯାହା କ୍ଷୟକ୍ଷତିକୁ ଆହୁରି ବୃଦ୍ଧି କରିଥିଲା।

ମ୍ୟାନ୍‌ମାରରେ ଅନୂ୍ୟନ ୧୫୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୩୨ ଆହତ ହୋଇଥିବା ସାମରିକ ସରକାର ମୁଖ୍ୟ ମିନ୍‌ ଅଉଙ୍ଗ୍‌ ହଲାଇଙ୍ଗ୍‌ ସୂଚନା ଦେଇଛନ୍ତି।

The post ମ୍ୟାନମାର୍‌କୁ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ appeared first on Dharitri Odia News.