ମା’ କୋଳରେ ଶୋଇଥିବା ବେଳେ ଶିଶୁପୁତ୍ରଙ୍କୁ ଆକ୍ରମଣ କଲା ହେଟାବାଘ
ପାଟଣା,୨୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଇଟାଙ୍ଗିରୀ ସେକ୍ସନ ନିହ୍ନୁଆଁ ଗ୍ରାମରେ ହେଟାବାଘ ଆତଙ୍କ ଦେଖାଦେଇଛି। ହେଟାବାଘ ଆକ୍ରମଣରେ ଜଣେ ୪ ବର୍ଷର ଶିଶୁପୁତ୍ର ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଶିଶୁପୁତ୍ର ଜଣକ ହେଉଛନ୍ତି ଉକ୍ତ ଗ୍ରାମର ସ୍ବର୍ଗତ ଅନାମ ମୁଣ୍ଡାଙ୍କ ପୁଅ ବାବାଜୀ। ଶନିବାର ବିଳମ୍ବିତ ରାତିରେ ଶିଶୁପୁତ୍ର ମାଆ ଓ ପରିବାର ଲୋକ ଗୁଳୁଗୁଳି ଓ ଗରମ ଯୋଗୁ ଘର ବାହାରେ ଶୋଇଥିବା ସମୟରେ ଏକ ହେଟାବାଘ […] The post ମା’ କୋଳରେ ଶୋଇଥିବା ବେଳେ ଶିଶୁପୁତ୍ରଙ୍କୁ ଆକ୍ରମଣ କଲା ହେଟାବାଘ appeared first on Dharitri Odia News.
ପାଟଣା,୨୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଇଟାଙ୍ଗିରୀ ସେକ୍ସନ ନିହ୍ନୁଆଁ ଗ୍ରାମରେ ହେଟାବାଘ ଆତଙ୍କ ଦେଖାଦେଇଛି। ହେଟାବାଘ ଆକ୍ରମଣରେ ଜଣେ ୪ ବର୍ଷର ଶିଶୁପୁତ୍ର ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଶିଶୁପୁତ୍ର ଜଣକ ହେଉଛନ୍ତି ଉକ୍ତ ଗ୍ରାମର ସ୍ବର୍ଗତ ଅନାମ ମୁଣ୍ଡାଙ୍କ ପୁଅ ବାବାଜୀ।
ଶନିବାର ବିଳମ୍ବିତ ରାତିରେ ଶିଶୁପୁତ୍ର ମାଆ ଓ ପରିବାର ଲୋକ ଗୁଳୁଗୁଳି ଓ ଗରମ ଯୋଗୁ ଘର ବାହାରେ ଶୋଇଥିବା ସମୟରେ ଏକ ହେଟାବାଘ ଶିଶୁପୁତ୍ରଙ୍କୁ ଆକ୍ରମଣ କରିଥିଲା। ଏଥିରେ ଶିଶୁପୁତ୍ରଙ୍କ ପେଟପିଠିରେ ଗଭୀର କ୍ଷତ ହୋଇଛି। ବାଘ ଶିଶୁପୁତ୍ରଙ୍କ କାଖ ତଳ ଓ ପିଠିରେ ଝାମ୍ପ ପକାଇଛି। ଏହାପରେ ବନପାଳ ଡଲି ରାଣୀ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ସରକାରୀ ଗାଇଡ୍ଲାଇନ୍ ଅନୁଯାୟୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
The post ମା’ କୋଳରେ ଶୋଇଥିବା ବେଳେ ଶିଶୁପୁତ୍ରଙ୍କୁ ଆକ୍ରମଣ କଲା ହେଟାବାଘ appeared first on Dharitri Odia News.