କ୍ୟାରିୟରର ଶେଷ ମ୍ୟାଚ, ଭାବପ୍ରବଣ ହେଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୬।୬: ଫିଫା ବିଶ୍ୱକପ୍‌ ୨୦୨୬ କ୍ୱାଲିଫାୟର୍ସ ମ୍ୟାଚରେ ଭାରତ ଏବଂ କୁଏତ ମ୍ୟାଚ ୦-୦ ଡ୍ର’ରେ ଶେଷ ହୋଇଛି। ଏହି ମ୍ୟାଚ କୋଲକାତାର ସାଲ୍ଟ ଲେକ ଷ୍ଟାଡିୟମରେ ଖେଳାଯାଇଛି ଏବଂ ଏହା ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ କ୍ୟାରିୟରର ଶେଷ ମ୍ୟାଚ ଥିଲା। ଫାଇନାଲ -୧୮ ପର୍ଯ୍ୟାୟକୁ ଯିବା ପାଇଁ ଭାରତ ଏହି ମ୍ୟାଚ ଜିତିବା ଜରୁରୀ ଥିଲା। ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରେ, କିନ୍ତୁ ଏହାକୁ ଅନ୍ୟ ମୁକାବିଲା ଉପରେ ନିର୍ଭର ରହିବାକୁ ପଡିବ। ମ୍ୟାଚ […] The post କ୍ୟାରିୟରର ଶେଷ ମ୍ୟାଚ, ଭାବପ୍ରବଣ ହେଲେ ସୁନୀଲ ଛେତ୍ରୀ appeared first on Dharitri Odia News.

କ୍ୟାରିୟରର ଶେଷ ମ୍ୟାଚ, ଭାବପ୍ରବଣ ହେଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୬।୬: ଫିଫା ବିଶ୍ୱକପ୍‌ ୨୦୨୬ କ୍ୱାଲିଫାୟର୍ସ ମ୍ୟାଚରେ ଭାରତ ଏବଂ କୁଏତ ମ୍ୟାଚ ୦-୦ ଡ୍ର’ରେ ଶେଷ ହୋଇଛି। ଏହି ମ୍ୟାଚ କୋଲକାତାର ସାଲ୍ଟ ଲେକ ଷ୍ଟାଡିୟମରେ ଖେଳାଯାଇଛି ଏବଂ ଏହା ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ କ୍ୟାରିୟରର ଶେଷ ମ୍ୟାଚ ଥିଲା। ଫାଇନାଲ -୧୮ ପର୍ଯ୍ୟାୟକୁ ଯିବା ପାଇଁ ଭାରତ ଏହି ମ୍ୟାଚ ଜିତିବା ଜରୁରୀ ଥିଲା। ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରେ, କିନ୍ତୁ ଏହାକୁ ଅନ୍ୟ ମୁକାବିଲା ଉପରେ ନିର୍ଭର ରହିବାକୁ ପଡିବ। ମ୍ୟାଚ ସମାପ୍ତ ହେବା ପରେ ଅନ୍ୟ ଖେଳାଳିମାନେ ଛେତ୍ରୀଙ୍କୁ ସମ୍ମାନିତ କରିଛନ୍ତି, କିନ୍ତୁ ଏହି ସମୟରେ ସେ ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ। ପ୍ରଥମ ଏବଂ ଦ୍ୱିତୀୟାର୍ଦ୍ଧରେ ଭାରତ ଗୋଲ ସ୍କୋର କରିବାର ଅନେକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ କରିବାରୁ ବଞ୍ଚିତ ହୋଇଛି। ଭାରତର ପରବର୍ତ୍ତୀ ମ୍ୟାଚ ୧୧ ଜୁନ୍‌ରେ କତାର ବିପକ୍ଷରେ ହେବ।

ସୁନୀଲ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ୧୫୧ ଟି ମ୍ୟାଚ ଖେଳଛନ୍ତି। ଯେଉଁଥିରେ ସେ ୯୪ ଗୋଲ ସ୍କୋର କରିଛନ୍ତି। ଇତିହାସରେ ଭାରତୀୟ ଦଳ ପାଇଁ ସର୍ବାଧିକ ୪ଟି ହ୍ୟାଟ୍ରିକ ସ୍କୋର କରିଥିବା ଖେଳାଳି ମଧ୍ୟ ହୋଇଛନ୍ତି। ଅନ୍ତର୍ଜାତୀୟ ଫୁଟବଲରେ ଛେତ୍ରୀ ବିଶ୍ୱର ଚତୁର୍ଥ ସର୍ବାଧିକ ଗୋଲ ସ୍କୋରର ଥିଲେ। ଏହି ତାଲିକାରେ ତାଙ୍କ ଉପରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ (୧୨୮), ଇରାନର ଅଲି ଡାଇ (୧୦୮) ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି (୧୦୬) ଅଛନ୍ତି।

The post କ୍ୟାରିୟରର ଶେଷ ମ୍ୟାଚ, ଭାବପ୍ରବଣ ହେଲେ ସୁନୀଲ ଛେତ୍ରୀ appeared first on Dharitri Odia News.