‘ଆ କେ ତେରି ବାହୋମେଁ’…

ଭୁବନେଶ୍ୱର, ୧୨।୨(ବନ୍ଦନା ସେଠୀ):‘ଆ କେ ତେରି ବାହୋମେଁ, ହର୍‌ ଶାମ୍‌ ଲଗେ ସିନ୍ଦୁରୀ’…। ଏହା କେବଳ ଏକ ଚଳଚ୍ଚିତ୍ରର ସଙ୍ଗୀତ ନୁହେଁ, ବରଂ ଜଣେ ପ୍ରେମିକାର ମନ କଥା। ବାସ୍ତବରେ ପ୍ରେମିକର ବାହୁରେ ନିଜକୁ ହଜାଇ ପ୍ରେମିକାଟିଏ ସବୁବେଳେ ନିଜକୁ ସୁରକ୍ଷିତ ମନେ କରିଥାଏ ଏବଂ ମନରେ ଥିବା ବିଶ୍ୱାସ ଆହୁରି ଦୃଢ଼ ହୋଇଥାଏ। ସେଥିପାଇଁ ତ ପରସ୍ପରକୁ ନିଜ ବାହୁ ବନ୍ଧନରେ ଆବଦ୍ଧ କରିବା ପାଇଁ ପ୍ରେମ ସପ୍ତାହରେ ଏକ ସ୍ବତନ୍ତ୍ର ଦିନ ରହିଛି। ପ୍ରେମ […] The post ‘ଆ କେ ତେରି ବାହୋମେଁ’… appeared first on Dharitri Odia News.

‘ଆ କେ ତେରି ବାହୋମେଁ’…

ଭୁବନେଶ୍ୱର, ୧୨।୨(ବନ୍ଦନା ସେଠୀ):‘ଆ କେ ତେରି ବାହୋମେଁ, ହର୍‌ ଶାମ୍‌ ଲଗେ ସିନ୍ଦୁରୀ’…। ଏହା କେବଳ ଏକ ଚଳଚ୍ଚିତ୍ରର ସଙ୍ଗୀତ ନୁହେଁ, ବରଂ ଜଣେ ପ୍ରେମିକାର ମନ କଥା। ବାସ୍ତବରେ ପ୍ରେମିକର ବାହୁରେ ନିଜକୁ ହଜାଇ ପ୍ରେମିକାଟିଏ ସବୁବେଳେ ନିଜକୁ ସୁରକ୍ଷିତ ମନେ କରିଥାଏ ଏବଂ ମନରେ ଥିବା ବିଶ୍ୱାସ ଆହୁରି ଦୃଢ଼ ହୋଇଥାଏ। ସେଥିପାଇଁ ତ ପରସ୍ପରକୁ ନିଜ ବାହୁ ବନ୍ଧନରେ ଆବଦ୍ଧ କରିବା ପାଇଁ ପ୍ରେମ ସପ୍ତାହରେ ଏକ ସ୍ବତନ୍ତ୍ର ଦିନ ରହିଛି। ପ୍ରେମ ସପ୍ତାହର ଷଷ୍ଠ ଦିନକୁ ଅର୍ଥାତ୍‌ ଫେବୃଆରୀ ୧୨କୁ ହଗ୍‌ ଡେ’ ବା ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଏ। ଯଦିଓ ପ୍ରେମୀଯୁଗଳଙ୍କ ପାଇଁ ପ୍ରତ୍ୟେକ ଦିନ ଖାସ୍‌ ହୋଇଥାଏ, ତେବେ ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ସବୁଦିନ କିଛି ସ୍ବତନ୍ତ୍ରତା ବହନ କରିଥାଏ। ଆଉ ପ୍ରେମୀଯୁଗଳ ଏହି ଦିନଗୁଡିକୁ ପାଳନ କରି ତାହାକୁ ସ୍ମରଣୀୟ କରିବା ସହ ନିଜ ସମ୍ପର୍କକୁ ଆହୁରି ସୁଦୃଢ କରିଥାନ୍ତି। ଆଲିଙ୍ଗନ କେବଳ ଶରୀରର ସ୍ପର୍ଶ ନୁହେଁ ବରଂ ଏହା ଜଣଙ୍କର ଅନ୍ୟଜଣଙ୍କ ପ୍ରତି ପ୍ରେମ ବ୍ୟକ୍ତ କରିବାର ଅବ୍ୟକ୍ତ ମାଧ୍ୟମ। ଆଲିଙ୍ଗନ କରିବା ଦ୍ୱାରା ପରସ୍ପର ମଧ୍ୟରେ ଥିବା ଭଲପାଇବା ନିବିଡ଼ ହେବା ସହ ଏକ ନିଆରା ଅନୁଭବ ଆଣିଦେଇଥାଏ। ଏହା ପରସ୍ପର ପ୍ରତି ଥିବା ସମର୍ପଣ ଭାବକୁ ବୁଝାଏ। ତେଣୁ ପ୍ରତ୍ୟେକ ପ୍ରେମରେ ଥିବା ପ୍ରତ୍ୟେକ ଯୋଡ଼ା ପରସ୍ପରର ହାତ ଧରିବା, ପରସ୍ପରକୁ ଆଲିଙ୍ଗନ କରିବାକୁ ଭଲ ପାଆନ୍ତି। ତେବେ ଆଲିଙ୍ଗନ କରିବା କେବଳ ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ସୀମିତ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ନିଜ ମା’ ବାପାଙ୍କୁ, ପିଲାଙ୍କୁ, ସାଙ୍ଗସାଥୀଙ୍କୁ ବିଭିନ୍ନ ସମୟରେ ଆଲିଙ୍ଗନ କରିଥାଏ। ତେବେ ଏହି ଦିବସଟି କିନ୍ତୁ ପ୍ରେମୀଯୁଗଳଙ୍କ ପାଇଁ ସମର୍ପିତ ରହିଛି।

The post ‘ଆ କେ ତେରି ବାହୋମେଁ’… appeared first on Dharitri Odia News.