୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ ବାବୁ, ଏବେ ବି ୧୧୩୧ ମାମଲାର ଚାଲିଛି ବିଚାର

ଭୁବନେଶ୍ୱର,୧୦ା୩: ୫ ବର୍ଷରେ ୮୨୭ ସରକାରୀ କର୍ମଚାରୀ ଗିରଫ ହୋଇଥିବାବେଳେ ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି। ଏବେ ବି ୧୧୩୧ଟି ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଚାଲିଥିବା ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ଅଗସ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । କଂଗ୍ରେସ ନାରୀ ନିର୍ଯାତନା ନେଇ […] The post ୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ ବାବୁ, ଏବେ ବି ୧୧୩୧ ମାମଲାର ଚାଲିଛି ବିଚାର appeared first on Dharitri Odia News.

୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ ବାବୁ, ଏବେ ବି ୧୧୩୧ ମାମଲାର ଚାଲିଛି ବିଚାର

ଭୁବନେଶ୍ୱର,୧୦ା୩: ୫ ବର୍ଷରେ ୮୨୭ ସରକାରୀ କର୍ମଚାରୀ ଗିରଫ ହୋଇଥିବାବେଳେ ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି। ଏବେ ବି ୧୧୩୧ଟି ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଚାଲିଥିବା ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ଅଗସ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି।

ଆଜି ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । କଂଗ୍ରେସ ନାରୀ ନିର୍ଯାତନା ନେଇ ପ୍ରତିବାଦ କରୁଥିବା ବେଳେ ବିଜେଡି ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାର ଅସମ୍ମାନ କରିବା ଦାବିରେ ବିରୋଧ ପ୍ରଦର୍ଶନ କରୁଥିଲେ। ଏପିରିକି ଗୃହର ମଧ୍ୟଭାଗକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ। ଶେଷରେ ବାଚସ୍ପତି ଗୃହକୁ ୧୨ଟା ୯ ଯାଏ ମୁଲତବୀ ଘୋଷଣା କରିଥିଲେ । ତେବେ ମୁଲତବୀ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ।  ବିରୋଧୀମାନେ ପୁଣି  ହଟ୍ଟଗୋଳ ଓ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ପୁଣି ଥରେ ଗୃହକୁ ଅପରାହ୍ନ ୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।

The post ୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ ବାବୁ, ଏବେ ବି ୧୧୩୧ ମାମଲାର ଚାଲିଛି ବିଚାର appeared first on Dharitri Odia News.