ଭାରତକୁ ଚିଠି ଲେଖିଲା ପାକିସ୍ତାନ, ସିନ୍ଧୁ ଜଳ ଚୁକ୍ତି ବାତିଲ ଉପରେ ପୁନର୍ବିଚାର କରିବା ପାଇଁ କଲା ନିବେଦନ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଆକ୍ସନ ନେଇ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି । ଯାହାର ପରିଣାମ ମଧ୍ୟ ସାମନାକୁ ଆସିବାରେ ଲାଗିଛି । ଜଳ ସଙ୍କଟ ଘନେଇବା ପରେ ଏବେ ପାକିସ୍ତାନ ଭାରତକୁ ଚିଠି ଲେଖି ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛି । ପାକିସ୍ତାନର ଜଳ ସଂସାନ୍ଧନ ମନ୍ତ୍ରଣାଳୟ ଭାରତର ଜଳ ଶକ୍ତି ମନ୍ତ୍ରଣାଳୟକୁ ଚିଠି ଲେଖିଛି । ଭାରତର ଏହି ପଦକ୍ଷେପ ପାକିସ୍ତାନରେ ଗମ୍ଭୀର ଜଳସଙ୍କଟ ସୃଷ୍ଟି କରିପାରେ ବୋଲି କହିଛନ୍ତି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ନିୟମ ଅନୁସାରେ ଏହି ଚିଠିକୁ ଭାରତର ବିଦେଶ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଛି । କିନ୍ତୁ ପାକିସ୍ତାନର ଏହି ଅନୁରୋଧକୁ ଭାରତ ମୂଳରୁ ଅସ୍ୱୀକାର କରିଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶକୁ ସମ୍ୱୋଧନ କରି କହିଥିଲେ ଯେ ରକ୍ତ ଓ ପାଣି ଏକା ସଙ୍ଗେ ବୋହି ପାରିବ ନାହିଁ । ପିଏମ୍ କହିଥିଲେ, ଟେରର୍ ଓ ଟକ୍ ଏକାସଙ୍ଗରେ ଚାଲି ପାରିବ ନାହିଁ, ଟେରର୍ ଓ ଟ୍ରେଡ୍ ମଧ୍ୟ ଏକାସଙ୍ଗରେ ଚାଲି ପାରିବ ନାହିଁ ।ସିନ୍ଧୁ ଜଳ ଚୁକ୍ତି ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ଓ ପାକିସ୍ତାନୀ ମିଲିଟାରୀ ଜେନେରାଲ ଆୟୁବ ଖାନଙ୍କ ମଧ୍ୟରେ କରାଚୀରେ ୧୯୬୦ ସେପ୍ଟେମ୍ୱରରେ ହୋଇଥିଲା । ଏହା ଅନୁସାରେ ଭାରତକୁ ସିନ୍ଧୁ ଓ ଏହାର ସହାୟକ ନଦୀରୁ ୧୯.୫ ପ୍ରତିଶତ ପାଣି ମିଳିଥାଏ । ଅ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଆକ୍ସନ ନେଇ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି । ଯାହାର ପରିଣାମ ମଧ୍ୟ ସାମନାକୁ ଆସିବାରେ ଲାଗିଛି । ଜଳ ସଙ୍କଟ ଘନେଇବା ପରେ ଏବେ ପାକିସ୍ତାନ ଭାରତକୁ ଚିଠି ଲେଖି ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛି । ପାକିସ୍ତାନର ଜଳ ସଂସାନ୍ଧନ ମନ୍ତ୍ରଣାଳୟ ଭାରତର ଜଳ ଶକ୍ତି ମନ୍ତ୍ରଣାଳୟକୁ ଚିଠି ଲେଖିଛି । ଭାରତର ଏହି ପଦକ୍ଷେପ ପାକିସ୍ତାନରେ ଗମ୍ଭୀର ଜଳସଙ୍କଟ ସୃଷ୍ଟି କରିପାରେ ବୋଲି କହିଛନ୍ତି ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ନିୟମ ଅନୁସାରେ ଏହି ଚିଠିକୁ ଭାରତର ବିଦେଶ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଛି । କିନ୍ତୁ ପାକିସ୍ତାନର ଏହି ଅନୁରୋଧକୁ ଭାରତ ମୂଳରୁ ଅସ୍ୱୀକାର କରିଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶକୁ ସମ୍ୱୋଧନ କରି କହିଥିଲେ ଯେ ରକ୍ତ ଓ ପାଣି ଏକା ସଙ୍ଗେ ବୋହି ପାରିବ ନାହିଁ । ପିଏମ୍ କହିଥିଲେ, ଟେରର୍ ଓ ଟକ୍ ଏକାସଙ୍ଗରେ ଚାଲି ପାରିବ ନାହିଁ, ଟେରର୍ ଓ ଟ୍ରେଡ୍ ମଧ୍ୟ ଏକାସଙ୍ଗରେ ଚାଲି ପାରିବ ନାହିଁ ।
ସିନ୍ଧୁ ଜଳ ଚୁକ୍ତି ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ଓ ପାକିସ୍ତାନୀ ମିଲିଟାରୀ ଜେନେରାଲ ଆୟୁବ ଖାନଙ୍କ ମଧ୍ୟରେ କରାଚୀରେ ୧୯୬୦ ସେପ୍ଟେମ୍ୱରରେ ହୋଇଥିଲା । ଏହା ଅନୁସାରେ ଭାରତକୁ ସିନ୍ଧୁ ଓ ଏହାର ସହାୟକ ନଦୀରୁ ୧୯.୫ ପ୍ରତିଶତ ପାଣି ମିଳିଥାଏ । ଅନ୍ୟପଟେ ୮୦ ପ୍ରତିଶତ ପାଣି ପାକିସ୍ତାନକୁ ମିଳୁଥିଲା । ଭାରତ ନିଜ ଭାଗର ବି ପ୍ରାୟ ୯୦ ପ୍ରତିଶତ ବ୍ୟବହାର କରୁଥିଲା । ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିବା ପରେ ଭାରତ ସିନ୍ଧୁ ଓ ଏହାର ସହାୟତ ନଦୀର ସମସ୍ତ ପାଣି ନିଜ ପାଇଁ ବ୍ୟବହାର କରିପାରିବ ।