ମକର ଆସିଲେ ମନ ଖୋଜେ ନଈ ପଠା: ହେଲେ ଆଉ ନାହିଁ ପିଲାଦିନ ଭଳି ମଜା, ଏଥର ଗୁଡି ହୋଇଗଲାଣି ସଜା

କନକ ବ୍ୟୁରୋ: ଗୁଡି... ଗୋଟେ ଗୀତ, ଶୀତ ଦିନର ମିତ । ଶୀତ ଦିନ ଆସିଲେ ଏଠି ଆକାଶରେ ଉଡେ ଗୁଡି । ଗୁଡି... ସମସ୍ତଙ୍କ ପିଲା ଦିନର ସ୍ମୃତି । ମକର ଆସିଲେ ମନ ଖୋଜେ ସୁଲୁସୁଲିଆ ପବନ ବୋହୁଥିବା ନଇପଠା, ଖୋଲା ପଡିଆ ନହେଲେ ଛାତ ଉପର ।  ଇଚ୍ଛା ହୁଏ ନଟେଇର ସବୁତକ ସୂତା ଛାଡି ଦେଇ କହିବାକୁ- ଯା ଉଡି ଯା... ତୁ ପରା ଆକାଶର ରଜା । ଗୁଡି ଉଡିଯାଏ ନୀଳ ରଙ୍ଗର ଆକାଶରେ ହଲିଦୋହଲି ଲାଞ୍ଜ ହଲେଇ । ଆଉ ତଳେ ଥାଇ ଗୁଡି ପ୍ରେମରେ ମତୁଆଲା ହୋଇ ନିଜକୁ ଆକାଶରେ ହଜାଇଦେଇଥାନ୍ତି ପ୍ରତ୍ୟକ କଟକିଆ ।  ସବୁ କଟକିଆଙ୍କ ଭାରି ପ୍ରିୟ ଗୁଡି ଉଡାଇବା । ମହାନଦୀ ପଠା ହେଉ କି ଗଡଗଡିଆ ଘାଟ କି କାଠଯୋଡି କୂଳ ଏଠି ଗୁଡି ଉଡାଇବାର ମଜା ନିଆରା । କଲିକତି ନଟେଇ ସାଙ୍ଗକୁ ଲଚ୍ କମାଣି ଗୁଡି, ମହାନଦୀ ପଠାରେ ଖାଏ କାନି । ସୂର୍ୟ୍ୟ ଉତ୍ତରାୟଣ ହେଲେ ଦକ୍ଷିଣା ପବନ ବହେ ଆଉ ପିଲାଙ୍କଠାରୁ ବୟସ୍କ ଲୋକମାନେ ଗୁଡ଼ି ଉଡାର ଆନନ୍ଦ ଉଠାଇବା ପାଇଁ ସଜବାଜ ହୁଅନ୍ତି । ରଙ୍ଗବେରଙ୍ଗର ଗୁଡ଼ି କିଣି ଆଣି ନୀଳ ଆକାଶକୁ ଢାଙ୍କି ପକାଇଥାନ୍ତି । ଶୀତ ଦିନ ଆସିଲେ ନଟେଇ ଖୋଜା ପଡେ । ବଜାରରୁ ସୂତା କିଣି ଆଣି ମାଞ୍ଜା ପକାଯାଏ । ଆଉ ଭଳିକି ଭଳି ଗୁଡି ଆଣି ଆକାଶକୁ ଛାଡି ଦିଆଯାଏ । ଗୁଡିର ମଜା ସେତେବେଳେ ଆସିଥାଏ ଯେତେବେଳେ ଗୁଡି ଗୁଡି ଭିତରେ ଲଢେଇ ହୋଇଥାଏ । ଯାହାକୁ କଟକି ଭାଷାରେ ପେଚ ବୋଲି କୁହାଯାଏ । କେବଳ ସେତିକି ନୁହେଁ ଗୁଡିକୁ ନେଇ କାଠଯୋଡି ଆଉ ମହାନଦୀ କୂ

ମକର ଆସିଲେ ମନ ଖୋଜେ ନଈ ପଠା: ହେଲେ ଆଉ ନାହିଁ ପିଲାଦିନ ଭଳି ମଜା, ଏଥର ଗୁଡି ହୋଇଗଲାଣି ସଜା

କନକ ବ୍ୟୁରୋ: ଗୁଡି... ଗୋଟେ ଗୀତ, ଶୀତ ଦିନର ମିତ । ଶୀତ ଦିନ ଆସିଲେ ଏଠି ଆକାଶରେ ଉଡେ ଗୁଡି । ଗୁଡି... ସମସ୍ତଙ୍କ ପିଲା ଦିନର ସ୍ମୃତି । ମକର ଆସିଲେ ମନ ଖୋଜେ ସୁଲୁସୁଲିଆ ପବନ ବୋହୁଥିବା ନଇପଠା, ଖୋଲା ପଡିଆ ନହେଲେ ଛାତ ଉପର । 

ଇଚ୍ଛା ହୁଏ ନଟେଇର ସବୁତକ ସୂତା ଛାଡି ଦେଇ କହିବାକୁ- ଯା ଉଡି ଯା... ତୁ ପରା ଆକାଶର ରଜା । ଗୁଡି ଉଡିଯାଏ ନୀଳ ରଙ୍ଗର ଆକାଶରେ ହଲିଦୋହଲି ଲାଞ୍ଜ ହଲେଇ । ଆଉ ତଳେ ଥାଇ ଗୁଡି ପ୍ରେମରେ ମତୁଆଲା ହୋଇ ନିଜକୁ ଆକାଶରେ ହଜାଇଦେଇଥାନ୍ତି ପ୍ରତ୍ୟକ କଟକିଆ । 

ସବୁ କଟକିଆଙ୍କ ଭାରି ପ୍ରିୟ ଗୁଡି ଉଡାଇବା । ମହାନଦୀ ପଠା ହେଉ କି ଗଡଗଡିଆ ଘାଟ କି କାଠଯୋଡି କୂଳ ଏଠି ଗୁଡି ଉଡାଇବାର ମଜା ନିଆରା । କଲିକତି ନଟେଇ ସାଙ୍ଗକୁ ଲଚ୍ କମାଣି ଗୁଡି, ମହାନଦୀ ପଠାରେ ଖାଏ କାନି । ସୂର୍ୟ୍ୟ ଉତ୍ତରାୟଣ ହେଲେ ଦକ୍ଷିଣା ପବନ ବହେ ଆଉ ପିଲାଙ୍କଠାରୁ ବୟସ୍କ ଲୋକମାନେ ଗୁଡ଼ି ଉଡାର ଆନନ୍ଦ ଉଠାଇବା ପାଇଁ ସଜବାଜ ହୁଅନ୍ତି । ରଙ୍ଗବେରଙ୍ଗର ଗୁଡ଼ି କିଣି ଆଣି ନୀଳ ଆକାଶକୁ ଢାଙ୍କି ପକାଇଥାନ୍ତି ।

ଶୀତ ଦିନ ଆସିଲେ ନଟେଇ ଖୋଜା ପଡେ । ବଜାରରୁ ସୂତା କିଣି ଆଣି ମାଞ୍ଜା ପକାଯାଏ । ଆଉ ଭଳିକି ଭଳି ଗୁଡି ଆଣି ଆକାଶକୁ ଛାଡି ଦିଆଯାଏ । ଗୁଡିର ମଜା ସେତେବେଳେ ଆସିଥାଏ ଯେତେବେଳେ ଗୁଡି ଗୁଡି ଭିତରେ ଲଢେଇ ହୋଇଥାଏ । ଯାହାକୁ କଟକି ଭାଷାରେ ପେଚ ବୋଲି କୁହାଯାଏ । କେବଳ ସେତିକି ନୁହେଁ ଗୁଡିକୁ ନେଇ କାଠଯୋଡି ଆଉ ମହାନଦୀ କୂଳରେ ପ୍ରତିଯୋଗୀତି ମଧ୍ୟ ହୋଇଥାଏ । ପ୍ରତିଯୋଗୀତା ଜିତିବା ପାଇଁ କିଏ ବଜାରରୁ ଚେଙ୍ଗ, ନଟୁ, ତୀର, ପର୍ଦ୍ଦିକିଆ, ତୋଇ, ଢାବା, ଚାନ୍ଦ ମାର୍କା, ପେଟକଟି ଗୁଡି କିଣିଆଣନ୍ତି ତ ଆଉ କିଏ ପାଣ୍ଡେ ବର୍ଦ୍ଦମାନ, ହମର, ସାକିର ସମ୍ରାଟ, ବ୍ଲାକ ଗନର ସୂତା ଆଣି ମାଞ୍ଜା ପକାନ୍ତି ପ୍ରତିଯୋଗୀତା ଜିତିବାକୁ । 

ସମୟ ବଦଳିଛି, ହେଲେ ଆଜିର ଡିଜିଟାଲ ଯୁଗରେ କଟକରେ ବଞ୍ଚି ରହିଛି ରହିଛି ଗୁଡି ଉଡାର ପରମ୍ପରା । ଏବେ ଆଉ ନଇ ପଠାରେ ପ୍ରତିଯୋଗୀତା ହେଉ ନାହିଁ ସତ କିନ୍ତୁ କଟକର ଗଳିକନ୍ଦିର ଛାତ ଉପରେ ଉଡୁଛି ଗୁଡି । ମାଞ୍ଚା ସୂତାକୁ ନେଇ କଟକଣା ପରେ ଗୁଡି ଉଡାରେ କଟକଣା ଲାଗିଗଲାଣି । ଧିରେ ଧିରେ ଚାହିଦା କମୁଥିଲେ ବି କଟକିଆଙ୍କ ମନରେ ଗୁଡିକୁ ନେଇ ରହିଛି ଅହେତୁକ ଦୁର୍ବଳତା । 

ପ୍ରତି ବର୍ଷ ମାଞ୍ଜା ସୂତାରେ ବେକ କଟି ମୃତ୍ୟୁ ହେବା, ଆହତ ହେବା ଖବର ସାମ୍ନାକୁ ଆସିବା ପରେ ମାଞ୍ଜା ସୂତାରେ କଟକଣା ଲାଗିଥିଲା । ତେଣୁ ଗୋଟିଏ ଅନୁରୋଧ ଗୁଡି ଉଡାଇ ଆମେ ଆମ ପରମ୍ପରକୁ ରକ୍ଷା କରିବା ହେଲେ ଏଥିପାଇଁ ସାବଧାନ ରହିବା ଯେମିତି ଆମ ଗୁଡି ସୂତାରେ କେହି ପ୍ରାଣ ନହରାନ୍ତୁ ।