କଟକଣା ସତ୍ତ୍ୱେ ସବୁ ସ୍ଥାନରେ ଉଡିଲା ଗୁଡି : ୫ ଦିନରେ ଘଟିଲାଣି ୬ ଅଘଟଣ
କନକବ୍ୟୁରୋ : ମକର ସଂକ୍ରାନ୍ତି ଅବସରରେ କଟକରେ କଟକଣା ସତ୍ୱେ ସକାଳୁ ସକାଳୁ କଟକରେ ଆରମ୍ଭ ହେଇଯାଇଥିଲା ଗୁଡ଼ି ଉଡ଼ା। ବିପଦଜନକ ମାଞ୍ଜା ସୂତା ଯୋଗୁ ଆଜି କଟକରେ ପୁଣି ଅଘଟଣ ଘଟିଛି । ଗୁଡ଼ି ସୂତାରେ ଜଣେ ଯୁବକଙ୍କ ଆଙ୍ଗୁଠି କଟିଯାଇଛି । ଯୁବକ ଜଣକ ତାଙ୍କ ବାଇକରେ ଯାଉଥିବା ବେଳେ ଗୁଡ଼ି ସୂତାରେ ଛନ୍ଦି ହୋଇଯାଇଥିଲେ। ତାଙ୍କ ଘର ଶିଖରପୁର । ଗତକାଲି ପୋଲିସର ଘନ ଘନ ଚଢାଉ ପରେ ମଧ୍ୟ କଟକରେ ମାନୁ ନାହାଁନ୍ତି କଟକଣା। ନିୟମକୁ ବେଖାତିର କରି କଟକ ସହର ଭିତରେ ଚାଲିଛି ଗୁଡି ଉଡା । ଗତକାଲି ମଧ୍ୟ ମାଞ୍ଜା ସୂତାରେ କଟକରେ ଜଣେ ଯୁବକଙ୍କ ବେକ କଟିଯାଇଥିଲା । ଗତ ୫ ଦିନରେ କେବଳ କଟକରେ ଏଭଳି ୬ଟି ଅଘଟଣ ଘଟିଛି। ସେପଟେ ସବୁଠି ମକର ସଂକ୍ରାନ୍ତିର ଉତ୍ସାହ। ଏହି ଅବସରରେ ସମ୍ୱଲପୁରରେ ଆୟୋଜିତ ହୋଇଯାଇଛି କାଇଟ୍ ଫେଷ୍ଟିଭାଲ୍ । ସମ୍ବଲପୁର ୟୁଥ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଛୋଟରୁ ବଡ଼ ସମସ୍ତେ ସାମିଲ ହୋଇ ଗୁଡ଼ି ଉଡ଼ାର ମଜା ନେଇଥିଲେ । ରଙ୍ଗ ବେରଙ୍ଗର ଗୁଡି ସହ ପ୍ରତିଯୋଗିତାରେ ସାମିଲ ହୋଇଥିଲେ କୁନିକୁନି ପିଲା । ମୋବାଇଲ ମୋହରେ ପଡ଼ି ପିଲାମାନେ ଧୀରେଧୀରେ ଏସବୁରୁ ଦୂରେଇ ଯାଉଛନ୍ତି। ପୂର୍ବରୁ ମକର ସଂକ୍ରାନ୍ତି ହେଲେ ଯେମିତି ଗୁଡ଼ି ଉଡ଼ା ଜମୁଥିଲା, ଏବେ ଆଉ ସେମିତି ନାହିଁ । ତେଣୁ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏଭଳି ଗୁଡ଼ି ଉଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତାରେ ର

କନକବ୍ୟୁରୋ : ମକର ସଂକ୍ରାନ୍ତି ଅବସରରେ କଟକରେ କଟକଣା ସତ୍ୱେ ସକାଳୁ ସକାଳୁ କଟକରେ ଆରମ୍ଭ ହେଇଯାଇଥିଲା ଗୁଡ଼ି ଉଡ଼ା। ବିପଦଜନକ ମାଞ୍ଜା ସୂତା ଯୋଗୁ ଆଜି କଟକରେ ପୁଣି ଅଘଟଣ ଘଟିଛି । ଗୁଡ଼ି ସୂତାରେ ଜଣେ ଯୁବକଙ୍କ ଆଙ୍ଗୁଠି କଟିଯାଇଛି । ଯୁବକ ଜଣକ ତାଙ୍କ ବାଇକରେ ଯାଉଥିବା ବେଳେ ଗୁଡ଼ି ସୂତାରେ ଛନ୍ଦି ହୋଇଯାଇଥିଲେ। ତାଙ୍କ ଘର ଶିଖରପୁର । ଗତକାଲି ପୋଲିସର ଘନ ଘନ ଚଢାଉ ପରେ ମଧ୍ୟ କଟକରେ ମାନୁ ନାହାଁନ୍ତି କଟକଣା। ନିୟମକୁ ବେଖାତିର କରି କଟକ ସହର ଭିତରେ ଚାଲିଛି ଗୁଡି ଉଡା ।
ଗତକାଲି ମଧ୍ୟ ମାଞ୍ଜା ସୂତାରେ କଟକରେ ଜଣେ ଯୁବକଙ୍କ ବେକ କଟିଯାଇଥିଲା । ଗତ ୫ ଦିନରେ କେବଳ କଟକରେ ଏଭଳି ୬ଟି ଅଘଟଣ ଘଟିଛି। ସେପଟେ ସବୁଠି ମକର ସଂକ୍ରାନ୍ତିର ଉତ୍ସାହ। ଏହି ଅବସରରେ ସମ୍ୱଲପୁରରେ ଆୟୋଜିତ ହୋଇଯାଇଛି କାଇଟ୍ ଫେଷ୍ଟିଭାଲ୍ । ସମ୍ବଲପୁର ୟୁଥ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଛୋଟରୁ ବଡ଼ ସମସ୍ତେ ସାମିଲ ହୋଇ ଗୁଡ଼ି ଉଡ଼ାର ମଜା ନେଇଥିଲେ ।
ରଙ୍ଗ ବେରଙ୍ଗର ଗୁଡି ସହ ପ୍ରତିଯୋଗିତାରେ ସାମିଲ ହୋଇଥିଲେ କୁନିକୁନି ପିଲା । ମୋବାଇଲ ମୋହରେ ପଡ଼ି ପିଲାମାନେ ଧୀରେଧୀରେ ଏସବୁରୁ ଦୂରେଇ ଯାଉଛନ୍ତି। ପୂର୍ବରୁ ମକର ସଂକ୍ରାନ୍ତି ହେଲେ ଯେମିତି ଗୁଡ଼ି ଉଡ଼ା ଜମୁଥିଲା, ଏବେ ଆଉ ସେମିତି ନାହିଁ । ତେଣୁ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏଭଳି ଗୁଡ଼ି ଉଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ମକର ସଂକ୍ରାନ୍ତି ହେଉଛି ବନ୍ଧୁତ୍ୱର ପର୍ବ । ପ୍ରତିବର୍ଷ ସମ୍ବଲପୁର ୟୁଥ୍ ପକ୍ଷରୁ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି ।