ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ଜଣେ ଆହତ

ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବାହାଡ଼ାପୋଶି ଓଭର ବ୍ରିଜ୍‌ ଉପରେ ଏକ ପାଇପ୍‌ ବୋଝେଇ ଟ୍ରାକ୍ଟରକୁ ଏକ କଣ୍ଟେନର ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ବାରକୋଟ ଥାନା ବଲାଣି ଗ୍ରାମର ସମ୍ବାରୁ ଲୁହୁରାଙ୍କ ପୁଅ ବାଦଲ ଲୁହୁରା(୨୧) ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ ସନ୍ଧ୍ୟାରେ ମେଗା ଲିଫ୍ଟ ପ୍ରକଳ୍ପରେ ନିୟୋଜିତ ଭଲଟାସ କମ୍ପାନୀରେ ନିୟୋଜିତ ଏକ ପାଇପ୍‌ ବୋଝେଇ ଟ୍ରାକ୍ଟର […] The post ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ଜଣେ ଆହତ appeared first on Dharitri Odia News.

ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ଜଣେ ଆହତ

ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବାହାଡ଼ାପୋଶି ଓଭର ବ୍ରିଜ୍‌ ଉପରେ ଏକ ପାଇପ୍‌ ବୋଝେଇ ଟ୍ରାକ୍ଟରକୁ ଏକ କଣ୍ଟେନର ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ବାରକୋଟ ଥାନା ବଲାଣି ଗ୍ରାମର ସମ୍ବାରୁ ଲୁହୁରାଙ୍କ ପୁଅ ବାଦଲ ଲୁହୁରା(୨୧) ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ ସନ୍ଧ୍ୟାରେ ମେଗା ଲିଫ୍ଟ ପ୍ରକଳ୍ପରେ ନିୟୋଜିତ ଭଲଟାସ କମ୍ପାନୀରେ ନିୟୋଜିତ ଏକ ପାଇପ୍‌ ବୋଝେଇ ଟ୍ରାକ୍ଟର କଲା ଗ୍ରାମପଟୁ ବାରକୋଟ ଆଡ଼କୁ ଆସୁଥିଲା। ତେବେ ପଛପଟୁ ଆସୁଥିବା ଏକ କଣ୍ଟେନର ଉକ୍ତ କ୍ରାକ୍ଟରଟିକୁ ବାହାଡ଼ାପୋସିସ୍ଥିତ ୪୯ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜ୍‌ ଉପରେ ଧକ୍କା ଦେବାରୁ ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକ ବାଦଲଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଟ୍ରାକ୍ଟରରେ ବସିଥିବା ଅନ୍ୟ ଜଣେ ଟ୍ରାକ୍ଟରରୁ ତଳକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଅନୁଗୋଳ ଜିଲାର ପାଲଲହଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତପୂରଣ ଦାବିରେ ମୃତ ଟ୍ରାକ୍ଟର ଚାଳକ ବାଦଲଙ୍କ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହିତ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଯାନବାହନ ଅଟକି ରହିଥିଲା। ତେବେ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାଶୁଝା କରିବା ପରେ ରାସ୍ତାରୋକୋ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।

The post ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ଜଣେ ଆହତ appeared first on Dharitri Odia News.