ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୧୨ (ଅଭୟ ଦାଶ): ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ ତଥା ୨ୟ ରେଳ ଇଣ୍ଡିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ନୂଆଦିଲ୍ଲୀଠାରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀରେ ‘ରେଲୱେ ଇନ୍‌ ମୋସନ୍‌: ଭିଜନ ୨୦୩୦ ରୁ ବିକଶିତ ଭାରତ ୨୦୪୭’ ଶୀର୍ଷକ ଦ୍ୱିତୀୟ ରେଳ ଇଣ୍ଡିଆ ଫୋରମ୍‌ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ଗତିଶକ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ମନୋଜ ଚୌଧୁରୀ ମୁଖ୍ୟ ଅତିଥି ଭାବେ […] The post ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ appeared first on Dharitri Odia News.

ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୧୨ (ଅଭୟ ଦାଶ): ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ ତଥା ୨ୟ ରେଳ ଇଣ୍ଡିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ନୂଆଦିଲ୍ଲୀଠାରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀରେ ‘ରେଲୱେ ଇନ୍‌ ମୋସନ୍‌: ଭିଜନ ୨୦୩୦ ରୁ ବିକଶିତ ଭାରତ ୨୦୪୭’ ଶୀର୍ଷକ ଦ୍ୱିତୀୟ ରେଳ ଇଣ୍ଡିଆ ଫୋରମ୍‌ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ଗତିଶକ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ମନୋଜ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ସୁରେନ୍ଦ୍ର କୁମାର ଅହିରୱାର, ଆଇସିସି ଅଧ୍ୟକ୍ଷ ତଥା ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, ଆଇସିସି ଜାତୀୟ ରେଳ କମିଟିର ଅଧ୍ୟକ୍ଷ ତଥା ଜୁପିଟର ୱାଗନ୍ସର ନିର୍ଦ୍ଦେଶକ ବିକାଶ ଲୋହିଆଙ୍କ ସମେତ ବିଶିଷ୍ଟ ନୀତି ନିର୍ଦ୍ଧାରକ, ଶିଳ୍ପପତି ତଥା ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏକତ୍ରିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ଆଧୁନିକ, ସ୍ଥାୟୀ ଏବଂ ସୁଦୃଢ଼ ରେଳ ଇକୋସିଷ୍ଟମ ନିର୍ମାଣ ଉପରେ ବିସ୍ତୃତ ଆଲୋଚନା ସହ ଅତିଥିମାନେ ନିଜର ବିଚାର ଉପସ୍ଥାପନ କରିଥିଲେ।
ଏ ସମ୍ପର୍କରେ ଆଇସିସି ଅଧ୍ୟକ୍ଷ ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଥିଲେ, ରାଜସ୍ବ ଆଦାୟରେ ରେଲୱେ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ଆର୍ଥତ୍କ ବର୍ଷ ସୁଦ୍ଧା ରେଲଓ୍ବେ ୨.୫୬ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆଦାୟ କରିଥିଲାବେଳେ ୧,୩୨,୦୦୦ କି.ମି.ରୁ ଅଧିକ ରେଳ ଲାଇନ୍‌ ବିଛାଇଛି। ଏହାସହ ଭାରତ ହେଉଛି, ବିଶ୍ୱର ଚତୁର୍ଥ ବୃହତମ ରେଳ ନେଟ୍‌ୱର୍କ ଏବଂ ଏଥିରେ ୧.୨ ମିଲିୟନ ଲୋକଙ୍କୁ ନିଯୁକ୍ତି ମିଳିଛି। ଫଳରେ ଭାରତୀୟ ରେଳବାଇ ଦେଶର ଦ୍ୱିତୀୟ ବୃହତମ ନିଯୁକ୍ତିଦାତାରେ ମଧ୍ୟ ପରିଣତ ହୋଇଛି। ସେହିଭଳି ୨୦୪୭ ସୁଦ୍ଧା ଭାରତ ୪୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ଶିଳ୍ପ, ବାଣିଜ୍ୟ ଓ ପରିବହନ ଦ୍ରୁତଗତିରେ ବୃଦ୍ଧି ସହ ଅଧିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଏବଂ ନୂତନ ଉତ୍ପାଦନ ସ୍ଥାନଗୁଡ଼ିକୁ ସଂଯୋଗ କରିବାକୁ ପଡ଼ିବ। ଏହାବ୍ୟତୀତ ମାଲ ପରିବହନରେ ରେଳବାଇର କ୍ଷମତା ବଢ଼ାଇବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏହି ପ୍ରୟାସକୁ ପ୍ରୋତ୍ସାହିତ କରିବ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ସେହିଭଳି ଏହି ଫୋରମରେ ଅତିଥିମାନେ ସୁରକ୍ଷା ଏବଂ ସଷ୍ଟେନେବିଲିଟିକୁ ପ୍ରାଥମିକତା ଦେଇ ରେଳଯାତ୍ରୀଙ୍କ ଅନୁଭୂତିକୁ ଉନ୍ନତ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

The post ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ appeared first on Dharitri Odia News.