ସୁନ୍ଦରଗଡ଼ ବେଆଇନ ଖଣିର ତଦନ୍ତ କରିବ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍

ସୁନ୍ଦରଗଡ ୧୦।୪: ହେମଗିରି  ତେଲେନଡିହି, ରତନସରା, ଜାମକାନୀ, ଭୋଗ୍ରାକଛାର ଜଙ୍ଗଲରେ ଠାବ ହୋଇଥିବା ଚୋରା କୋଇଲା ଖଣି  ମାମଲାର ତଦନ୍ତ କରିବ ରାଜ୍ୟ ଖଣି ବିଭାଗର ସ୍ଵତନ୍ତ୍ର  ଏନଫୋର୍ସମେଣ୍ଟ ଟିମ୍ । ୯ ଜଣିଆ ଟିମ୍ କରିବେ ତଦନ୍ତ । ଟିମ୍‌ରେ  ୩ ଜଣ  ଉପନିର୍ଦ୍ଦେଶକ, ଜଣେ ଡିଡିଜି, ଜଣେ ମାଇନିଂ ଅଫିସରଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ ସାମିଲ ରହିବେ । ଶୁକ୍ରବାର ଠାରୁ ଏହି ସ୍ଵତନ୍ତ୍ର ଟିମ୍ ତଦନ୍ତ କରିବ । ସୂଚନା ଦେଲେ ଖଣି ଉପନିର୍ଦ୍ଦେଶକ ବିମ୍ଵାଧର ସେଠୀ ।ସୁନ୍ଦରଗଡ ବେଆଇନ ଖଣିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ଉପବାଚସ୍ପତି ଭବାନୀଶଙ୍କର ଭୋଇ ।You Can Read:ବାଇକ୍‌କୁ ଧକ୍କା ଦେଲା ମିକ୍ସଚର ମେସିନ୍ ଟ୍ରକ୍ ; ଆରୋହୀଙ୍କ ମୃତ୍ୟୁ, ଦୁଇ ଗୁରୁତର

ସୁନ୍ଦରଗଡ଼ ବେଆଇନ ଖଣିର ତଦନ୍ତ କରିବ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍

ସୁନ୍ଦରଗଡ ୧୦।୪: ହେମଗିରି  ତେଲେନଡିହି, ରତନସରା, ଜାମକାନୀ, ଭୋଗ୍ରାକଛାର ଜଙ୍ଗଲରେ ଠାବ ହୋଇଥିବା ଚୋରା କୋଇଲା ଖଣି  ମାମଲାର ତଦନ୍ତ କରିବ ରାଜ୍ୟ ଖଣି ବିଭାଗର ସ୍ଵତନ୍ତ୍ର  ଏନଫୋର୍ସମେଣ୍ଟ ଟିମ୍ । ୯ ଜଣିଆ ଟିମ୍ କରିବେ ତଦନ୍ତ । ଟିମ୍‌ରେ  ୩ ଜଣ  ଉପନିର୍ଦ୍ଦେଶକ, ଜଣେ ଡିଡିଜି, ଜଣେ ମାଇନିଂ ଅଫିସରଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ ସାମିଲ ରହିବେ । ଶୁକ୍ରବାର ଠାରୁ ଏହି ସ୍ଵତନ୍ତ୍ର ଟିମ୍ ତଦନ୍ତ କରିବ । ସୂଚନା ଦେଲେ ଖଣି ଉପନିର୍ଦ୍ଦେଶକ ବିମ୍ଵାଧର ସେଠୀ ।

ସୁନ୍ଦରଗଡ ବେଆଇନ ଖଣିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ଉପବାଚସ୍ପତି ଭବାନୀଶଙ୍କର ଭୋଇ ।

You Can Read:

ବାଇକ୍‌କୁ ଧକ୍କା ଦେଲା ମିକ୍ସଚର ମେସିନ୍ ଟ୍ରକ୍ ; ଆରୋହୀଙ୍କ ମୃତ୍ୟୁ, ଦୁଇ ଗୁରୁତର