ସୁଭଦ୍ରା କଲ୍ ସେଣ୍ଟରର ଶୁଭାରମ୍ଭ, ଉଦ୍‌ଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୪/୦୯: ରାଜ୍ୟରେ ସୁଭଦ୍ରା କଲ୍ ସେଣ୍ଟରର ଶୁଭାରମ୍ଭ । ଏହାର ଶୁଭାରମ୍ଭ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଯାହା ଫଳରେ ସନ୍ଦେହ ଦୂର କରିପାରିବେ ଲୋକେ । ୧୪୬୭୮ ଟ୍ରୋଲ୍ ଫ୍ରି ନମ୍ୱରରେ କଲ୍ କରି ମହିଳାମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ । ତେବେ ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସେପ୍ଟେମ୍ୱର ୧୭ ପରେ ମିଳିବ ସୁଭଦ୍ରା ଟଙ୍କା । ଫର୍ମ ଦାଖଲ କୌଣସି ଶେଷ ତାରିଖ ନାହିଁ । ସୂଚନା ଥାଉକି, ଖୋଲିଛି ସୁବଦ୍ରା ପୋର୍ଟାଲ । ଯାହା ଫଳରେ ଅନଲାଇନର ଆବଦେନ କରିବେ ସୁଭଦ୍ରା ଆବେଦନକାରୀ । ରାଜ୍ୟରେ ଯେମିତି ଜଣେ ବି ଯୋଗ୍ୟ ଆବେଦନରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଯତ୍ନବାନ ହୋଇଛନ୍ତି ମୋହନ ସରକାର । ଅନଲାଇନ ଆବେଦନର ପ୍ରମୁଖ ଭୁମିକା ନେବ । ରାଜ୍ୟରେ ଥିବା ପ୍ରାୟ ୩୫ ହଜାର କମନ ସର୍ଭିସ ସେଣ୍ଟର ଜନ ସେବା କେନ୍ଦ୍ର । ଆବେଦନ କରିବାକୁ କମନ ସର୍ଭିସ ସେଣ୍ଟରକୁ ଆସୁଥିବା ଆବେଦନକାରୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ଏପରିକି ଅପହଂଚ ଇଲାକାରେ ବି ପହଂଚିବ କମନ ସର୍ଭିସ ସେଣ୍ଟର । ରାଜ୍ୟରେ ଯେଉଁ ସ୍ଥାନରେ ସିଏସସି ସେଣ୍ଟର ନାହିଁ ସେସବୁ ସ୍ଥାନରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ବତନ୍ତ୍ର ସୁଭଦ୍ରା ଆପ୍ଲାଏ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ଜନସେବା କେନ୍ଦ୍ରରେ ଅନଲାଇନରେ ଆବେବଦନ କରିହେବ । ଏପଟେ ଆଧାର କାର୍ଡ ସଂଶୋଧନ ପାଇଁ  ଜନସେବା

ସୁଭଦ୍ରା କଲ୍ ସେଣ୍ଟରର ଶୁଭାରମ୍ଭ, ଉଦ୍‌ଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୪/୦୯: ରାଜ୍ୟରେ ସୁଭଦ୍ରା କଲ୍ ସେଣ୍ଟରର ଶୁଭାରମ୍ଭ । ଏହାର ଶୁଭାରମ୍ଭ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଯାହା ଫଳରେ ସନ୍ଦେହ ଦୂର କରିପାରିବେ ଲୋକେ । ୧୪୬୭୮ ଟ୍ରୋଲ୍ ଫ୍ରି ନମ୍ୱରରେ କଲ୍ କରି ମହିଳାମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ । ତେବେ ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସେପ୍ଟେମ୍ୱର ୧୭ ପରେ ମିଳିବ ସୁଭଦ୍ରା ଟଙ୍କା । ଫର୍ମ ଦାଖଲ କୌଣସି ଶେଷ ତାରିଖ ନାହିଁ । 

ସୂଚନା ଥାଉକି, ଖୋଲିଛି ସୁବଦ୍ରା ପୋର୍ଟାଲ । ଯାହା ଫଳରେ ଅନଲାଇନର ଆବଦେନ କରିବେ ସୁଭଦ୍ରା ଆବେଦନକାରୀ । ରାଜ୍ୟରେ ଯେମିତି ଜଣେ ବି ଯୋଗ୍ୟ ଆବେଦନରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଯତ୍ନବାନ ହୋଇଛନ୍ତି ମୋହନ ସରକାର । ଅନଲାଇନ ଆବେଦନର ପ୍ରମୁଖ ଭୁମିକା ନେବ । ରାଜ୍ୟରେ ଥିବା ପ୍ରାୟ ୩୫ ହଜାର କମନ ସର୍ଭିସ ସେଣ୍ଟର ଜନ ସେବା କେନ୍ଦ୍ର । 

ଆବେଦନ କରିବାକୁ କମନ ସର୍ଭିସ ସେଣ୍ଟରକୁ ଆସୁଥିବା ଆବେଦନକାରୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ଏପରିକି ଅପହଂଚ ଇଲାକାରେ ବି ପହଂଚିବ କମନ ସର୍ଭିସ ସେଣ୍ଟର । ରାଜ୍ୟରେ ଯେଉଁ ସ୍ଥାନରେ ସିଏସସି ସେଣ୍ଟର ନାହିଁ ସେସବୁ ସ୍ଥାନରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ବତନ୍ତ୍ର ସୁଭଦ୍ରା ଆପ୍ଲାଏ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି। 

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ଜନସେବା କେନ୍ଦ୍ରରେ ଅନଲାଇନରେ ଆବେବଦନ କରିହେବ । ଏପଟେ ଆଧାର କାର୍ଡ ସଂଶୋଧନ ପାଇଁ  ଜନସେବା କେନ୍ଦ୍ରରେ ଆବେଦନକାରୀଙ୍କ ଭିଡ଼ ଜମୁଛି । ସେପଟେ ଅବଶ୍ୟାକ ପଡିଲେ ରାଜଧାନୀ ର ବୂଭିନ୍ନ ବସ୍ତି ଅଂଚଳରେ ସ୍ୱତନ୍ତ୍ର କ୍ୟାମ୍ପ କରିବାକୁ ଯୋଜନା ହଉଛି।