ବାଚସ୍ପତି ନିର୍ବାଚନକୁ ନେଇ କମ୍ପିବ ଗୃହ, ନିଜ ସାଂସଦଙ୍କ ପାଇଁ ହ୍ଵିପ୍ ଜାରି କଲା ଏନଡିଏ ଓ ଇଣ୍ଡିଆ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ପଦକୁ ନେଇ ଆସନ୍ତାକାଲି କମ୍ପିବ ଗୃହ। ନେଇ ଏନଡିଏ ଓ ଇଣ୍ଡିଆ ମେଣ୍ଟ ନିଜ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଶାସକ ଓ ବିରୋଧୀ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ଦେଶ ଇତିହାସରେ ପ୍ରଥମ ଥର ବାଚସ୍ପତି ପଦରେ ନିର୍ବାଚନ ହେବାକୁ ଯାଉଛି। ଏନଡିଏ ପକ୍ଷରୁ ଓମ ବିର୍ଲା ଓ ବିରୋଧୀ ପକ୍ଷରୁ କଂଗ୍ରେସ ସାଂସଦ କେ ସୁରେଶ ମଇଦାନରେ ଅଛନ୍ତି। ବୁଧବାର ଲୋକସଭା ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଦୁଇ ମେଣ୍ଟ ପକ୍ଷରୁ ହ୍ଵିପ୍ ଜାରି କରାଯାଇଛି। ଦୁଇ ମେଣ୍ଟ ନିଜ ନିଜର ସାଂସଦଙ୍କୁ ବାଚସ୍ପତି ନିର୍ବାଚନ ସମୟରେ ଉପସ୍ଥିତ ରହିବାକୁ କୁହିଛି। ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକଙ୍କ ଅଲଗା ବୈଠକ ଡକାଇଛି। ସୂତ୍ର ମୁତାବକ ମଙ୍ଗଳବାର ୭ ସାଂସଦ ଶପଥ ନେଇ ପାରି ନାହାନ୍ତି। ତେଣୁ ସେମାନେ ବୁଧବାର ହେବାକୁ ଥିବା ବାଚସ୍ପତି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ। ଲୋକସଭା ଅଧ୍ୟକ୍ଷ ପଦ ପାଇଁ ରାଜସ୍ଥାନର କୋଟା ସଂସଦୀୟ କ୍ଷେତ୍ରରୁ ଲଗାତାର ତିନି ଥର ଜିତିଥିବା ବିଜେପିର ଓମ ବିର୍ଲା ଏନଡିଓ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ କେରଳରୁ କଂଗ୍ରେସର ୮ ଥରର ସାଂସଦ କେ ସୁରେଶଙ୍କୁ ବିରୋଧୀ ପ୍ରାର୍ଥୀ କରିଛି। ତେବେ ନାମାଙ୍କନ ପରେ ଟିଏମସି କଂଗ୍ରେସର ସମାଲୋଚନା କରିବା ସହ ଏହାକୁ କଂଗ୍ରେସର ଏକ ତରଫା ନିଷ୍ପତ୍ତି ବୋଲି କହିଥିଲା। ସେପଟେ କଂଗ୍

ବାଚସ୍ପତି ନିର୍ବାଚନକୁ ନେଇ କମ୍ପିବ ଗୃହ, ନିଜ ସାଂସଦଙ୍କ ପାଇଁ ହ୍ଵିପ୍ ଜାରି କଲା ଏନଡିଏ ଓ ଇଣ୍ଡିଆ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ପଦକୁ ନେଇ ଆସନ୍ତାକାଲି କମ୍ପିବ ଗୃହ। ନେଇ ଏନଡିଏ ଓ ଇଣ୍ଡିଆ ମେଣ୍ଟ ନିଜ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଶାସକ ଓ ବିରୋଧୀ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ଦେଶ ଇତିହାସରେ ପ୍ରଥମ ଥର ବାଚସ୍ପତି ପଦରେ ନିର୍ବାଚନ ହେବାକୁ ଯାଉଛି। ଏନଡିଏ ପକ୍ଷରୁ ଓମ ବିର୍ଲା ଓ ବିରୋଧୀ ପକ୍ଷରୁ କଂଗ୍ରେସ ସାଂସଦ କେ ସୁରେଶ ମଇଦାନରେ ଅଛନ୍ତି। ବୁଧବାର ଲୋକସଭା ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଦୁଇ ମେଣ୍ଟ ପକ୍ଷରୁ ହ୍ଵିପ୍ ଜାରି କରାଯାଇଛି। 

ଦୁଇ ମେଣ୍ଟ ନିଜ ନିଜର ସାଂସଦଙ୍କୁ ବାଚସ୍ପତି ନିର୍ବାଚନ ସମୟରେ ଉପସ୍ଥିତ ରହିବାକୁ କୁହିଛି। ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକଙ୍କ ଅଲଗା ବୈଠକ ଡକାଇଛି। ସୂତ୍ର ମୁତାବକ ମଙ୍ଗଳବାର ୭ ସାଂସଦ ଶପଥ ନେଇ ପାରି ନାହାନ୍ତି। ତେଣୁ ସେମାନେ ବୁଧବାର ହେବାକୁ ଥିବା ବାଚସ୍ପତି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ। 

ଲୋକସଭା ଅଧ୍ୟକ୍ଷ ପଦ ପାଇଁ ରାଜସ୍ଥାନର କୋଟା ସଂସଦୀୟ କ୍ଷେତ୍ରରୁ ଲଗାତାର ତିନି ଥର ଜିତିଥିବା ବିଜେପିର ଓମ ବିର୍ଲା ଏନଡିଓ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ କେରଳରୁ କଂଗ୍ରେସର ୮ ଥରର ସାଂସଦ କେ ସୁରେଶଙ୍କୁ ବିରୋଧୀ ପ୍ରାର୍ଥୀ କରିଛି। ତେବେ ନାମାଙ୍କନ ପରେ ଟିଏମସି କଂଗ୍ରେସର ସମାଲୋଚନା କରିବା ସହ ଏହାକୁ କଂଗ୍ରେସର ଏକ ତରଫା ନିଷ୍ପତ୍ତି ବୋଲି କହିଥିଲା। 

ସେପଟେ କଂଗ୍ରେସ ମଙ୍ଗଳବାର ନିଜ ସାଂସଦଙ୍କ ପାଇଁ ତିନି ଲାଇନର ହ୍ଵିପ୍ ଜାରି କରି କହିଛି ଯେ, ଲୋକସଭା ବାଚସ୍ପତି ପଦ ନିର୍ବାଚନ ସମୟରେ ବୁଧବାର ପୂର୍ବାହ୍ନ ୧୧ଟାରେ ଗୃହରେ ଉପସ୍ଥିତ ରୁହନ୍ତୁ। ପାର୍ଟିର ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତୁ। ବିଜେପି ମଧ୍ୟ ନିଜ ସାଂସଦଙ୍କୁ ହ୍ଵିପ୍ ଜାରି କରି ବୁଧବାର ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି। ସୂଚନା ଅନୁଯାୟୀ, ବାଚସ୍ପତି ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ନିଜର ସାଂସଦଙ୍କ ସହ ଅଲଗା ବୈଠକ କରାଇପାରେ। ଏହି ସମୟରେ ରଣନୀତି ଉପରେ ଆଲୋଚନା ହେବ।