ଗାରାମପେଟା ଠାରେ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର।ଅବସରପ୍ରାପ୍ତ ସେନା କର୍ମଚାରୀ ସମୂହ ସାମିଲ ହେଲେ

ଗୋପାଳପୁର,୧୨/୦୪ ଗୋପାଳପୁର ଅନ୍ତର୍ଗତ ଗାରାମାପେଟା ଠାରେ ଥିବା ଗାରାମା ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଗୋପାଳପୁର ବିଜେପି ପକ୍ଷରୁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳ ରଭାରତୀୟ ସେନାର ଅବସରପ୍ରାପ୍ତ ସୈନିକ ମାନେ ସାମିଲ ରହିଥିଲେ ।ଏହି କାର୍ଯ୍ୟକ୍ରମ ରେ ଗୋପାଳପୁର ବିଜେପି ବିଧାନସଭା ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନା ଓ ବ୍ରହ୍ମପୁର ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଯୋଗଦେଇଥିଲେ। ଆସନ୍ତା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବା ସହ […] The post ଗାରାମପେଟା ଠାରେ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର।ଅବସରପ୍ରାପ୍ତ ସେନା କର୍ମଚାରୀ ସମୂହ ସାମିଲ ହେଲେ appeared first on Odisha.News.

ଗାରାମପେଟା ଠାରେ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର।ଅବସରପ୍ରାପ୍ତ ସେନା କର୍ମଚାରୀ ସମୂହ ସାମିଲ ହେଲେ

ଗୋପାଳପୁର,୧୨/୦୪
ଗୋପାଳପୁର ଅନ୍ତର୍ଗତ ଗାରାମାପେଟା ଠାରେ ଥିବା ଗାରାମା ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଗୋପାଳପୁର ବିଜେପି ପକ୍ଷରୁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳ ରଭାରତୀୟ ସେନାର ଅବସରପ୍ରାପ୍ତ ସୈନିକ ମାନେ ସାମିଲ ରହିଥିଲେ ।ଏହି କାର୍ଯ୍ୟକ୍ରମ ରେ ଗୋପାଳପୁର ବିଜେପି ବିଧାନସଭା ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନା ଓ ବ୍ରହ୍ମପୁର ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଯୋଗଦେଇଥିଲେ। ଆସନ୍ତା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବା ସହ ଗୋପାଳପୁର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ବିକାଶକୁ ତ୍ଵରାନିତ କରିବାକୁ ମତବ୍ୟକ୍ତ କରିଥଲେ। ମୋଦୀ ସରକାରଙ୍କ ଅମଳରେ ଭାରତୀୟ ସେନା ବିଶ୍ଵର ଏକ ଶକ୍ତିଶାଳୀ ଓ ଶୃଙ୍ଖଳିତ ସୈନ୍ୟ ବାହିନୀ ରୂପରେ ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମରିକ କର୍ମଚାରୀ ଙ୍କ ହିତ ନିମନ୍ତେ ସବୁବେଳେ ତପ୍ତରତା ଦେଖାଉଥିବା ବେଳେ ରାଜ୍ୟ ସରକାରଙ୍କର ଦୃନିତି ଓ ଅବସରପ୍ରାପ୍ତ ସିପାହୀଙ୍କ ପ୍ରତି ଅଣଦେଖାକୁ ବୈଠକରେ ନିନ୍ଦା କରାଯାଇଥିଲା ।ଏହି ବୈଠକ ରେ ରାଜ୍ୟ ଆଇନଜୀବି ସଦସ୍ୟ ପୀତବାସ ପଣ୍ଡାଙ୍କ ସମେତ ରାଜେଶ ସାହୁ,ଗଙ୍ଗା ଶତପଥି,ରଜତ ପଣ୍ଡିତ,ବାଲ୍ୟ ଦଳେଇ,ସୁନିଲ ପାତ୍ର,ସନତ ନାୟକ,ଅନିଲ ପତି,ବ୍ରଜମୋହନ ନାୟକ,ଯୁଧଷ୍ଟି ନାୟକ,ଲକ୍ଷ୍ମୀ ଚୌଧୁରୀ ,ପ୍ରଦୀପ ପଟ୍ଟନାୟକ,ଡଗ.କାମରାଜୁ,ଜେ.ବିଶ୍ଵନାଥ,ସି.ବୈରାଗୀ,କାଳୁ ଚରଣ ପ୍ରଧାନ,ଏମ.ଆନନ୍ଦ ରାଓ,ଅଭୟ ଚରଣ ପାତ୍ର,ନିକୁଞ୍ଜ ବିହାରୀ ପ୍ରଧାନ,ପି.ରାଜେନ୍ଦ୍ର ସୁବୁଦ୍ଧି,ଚନ୍ଦ୍ର ଶେଖର ପାଢ଼ୀ ,ଦୀପ୍ତି ସେଠୀ ,ଏସ ପି ରାଓ ପ୍ରମୁଖ ଯୋଗ ଦେଇଥିଲେ।

The post ଗାରାମପେଟା ଠାରେ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର।ଅବସରପ୍ରାପ୍ତ ସେନା କର୍ମଚାରୀ ସମୂହ ସାମିଲ ହେଲେ appeared first on Odisha.News.