ରାତାରାତି ସାଇ ପଲ୍ଲବୀଙ୍କୁ ରିପ୍ଲେସ୍ କଲେ ଏହି ଷ୍ଟାରକିଡ୍!
ବମ୍ବେ: ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଅପକମିଂ ଫିଲ୍ମ ‘ରାମାୟଣ’ ଚର୍ଚ୍ଚାରେ ରହିଆସୁଛି। ଫିଲ୍ମର ଷ୍ଟାରକାଷ୍ଟକୁ ନେଇ କିଛି ନା କିଛି ଅପ୍ଡେଟ୍ ସାମ୍ନାକୁ ଆସୁଛି। ଏଥିରେ ଅଭିନେତା ରଣବୀର କପୁର ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ବଦଳିଛନ୍ତି ସୀତା। ପ୍ରଥମେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ଚରିତ୍ର ଲାଗି ହଁ ଭରିଥିବା କୁହାଯାଉଥିଲା। ହେଲେ ଏବେ ତାଙ୍କୁ ଜଣେ ଷ୍ଟାରକିଡ୍ ରିପ୍ଲେସ୍ କରିଛନ୍ତି। ସୀତାଙ୍କ ଭୂମିକା ଲାଗି ସାଇ ପଲ୍ଲବୀଙ୍କ […] The post ରାତାରାତି ସାଇ ପଲ୍ଲବୀଙ୍କୁ ରିପ୍ଲେସ୍ କଲେ ଏହି ଷ୍ଟାରକିଡ୍! appeared first on Dharitri Odia News.
ବମ୍ବେ: ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଅପକମିଂ ଫିଲ୍ମ ‘ରାମାୟଣ’ ଚର୍ଚ୍ଚାରେ ରହିଆସୁଛି। ଫିଲ୍ମର ଷ୍ଟାରକାଷ୍ଟକୁ ନେଇ କିଛି ନା କିଛି ଅପ୍ଡେଟ୍ ସାମ୍ନାକୁ ଆସୁଛି। ଏଥିରେ ଅଭିନେତା ରଣବୀର କପୁର ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ବଦଳିଛନ୍ତି ସୀତା। ପ୍ରଥମେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ଚରିତ୍ର ଲାଗି ହଁ ଭରିଥିବା କୁହାଯାଉଥିଲା। ହେଲେ ଏବେ ତାଙ୍କୁ ଜଣେ ଷ୍ଟାରକିଡ୍ ରିପ୍ଲେସ୍ କରିଛନ୍ତି।
ସୀତାଙ୍କ ଭୂମିକା ଲାଗି ସାଇ ପଲ୍ଲବୀଙ୍କ ସ୍ଥାନରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ନିର୍ମାତାମାନେ ବାଛିଛନ୍ତି। ଦୁହିଁଙ୍କ ବ୍ୟତିତ ଚଳଚ୍ଚିତ୍ରରେ ସନି ଦେଓଲ ହନୁମାନ, ବିଜୟ ସେତୁପତି ବିଭୀଷଣ ଏବଂ ଲାରା ଦତ୍ତା ମା’ କୈକେୟୀଙ୍କ ଭୂମିକାରେ ନଜର ଆସିବେ।
ରଣବୀରଙ୍କ ଫିଲ୍ମ ଆଦିପୁରୁଷ ଦେଖିବା ପରେ ପ୍ରଶଂସକଙ୍କ ଆଶା ବଢ଼ିଛି। ଇତିମଧ୍ୟରେ ସେ ରାମାୟଣର ଶୁଟିଂ ଆରମ୍ଭ କରିଦେଇଛନ୍ତିି। ଏଥିଲାଗି ସେ ମାଂସ ଏବଂ ମଦ ଖାଇବା ବନ୍ଦ କରିଛନ୍ତି।
The post ରାତାରାତି ସାଇ ପଲ୍ଲବୀଙ୍କୁ ରିପ୍ଲେସ୍ କଲେ ଏହି ଷ୍ଟାରକିଡ୍! appeared first on Dharitri Odia News.