ମେଧାବୀ ଛାତ୍ରୀଙ୍କୁ ସହାୟତା

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା ଜଣାଇଛନ୍ତି। ପ୍ରକାଶଥାଉକି, ବରଗଡ଼ ଜିଲା ବାଞ୍ଜିବାହାଲି ଗ୍ରାମର ଦୁର୍ଯ୍ୟୋଧନ କରନଙ୍କ ଝିଅ ସୁମିତ୍ରା ସର୍ବଭାରତୀୟ ସ୍ତରରେ ମୋଟ୍‌ ୬ଟି ସିଟ୍‌ ମଧ୍ୟରୁ ଗୋଟିଏ ଅଳଙ୍କୃତ କରି ଆଇଆଇଟି, ବମ୍ବେରେ ଅର୍ଥନୀତିରେ ଡକ୍ଟରେଟ୍‌ (ପିଏଚ୍‌ଡି) କରିବାକୁ ମନୋନୀତ ହୋଇଛନ୍ତି। ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ସୁମିତ୍ରା କରନଙ୍କ ଉଜ୍ୱଳ ଭବିଷ୍ୟତ କାମନା […] The post ମେଧାବୀ ଛାତ୍ରୀଙ୍କୁ ସହାୟତା appeared first on Dharitri Odia News.

ମେଧାବୀ ଛାତ୍ରୀଙ୍କୁ ସହାୟତା

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା ଜଣାଇଛନ୍ତି।

ପ୍ରକାଶଥାଉକି, ବରଗଡ଼ ଜିଲା ବାଞ୍ଜିବାହାଲି ଗ୍ରାମର ଦୁର୍ଯ୍ୟୋଧନ କରନଙ୍କ ଝିଅ ସୁମିତ୍ରା ସର୍ବଭାରତୀୟ ସ୍ତରରେ ମୋଟ୍‌ ୬ଟି ସିଟ୍‌ ମଧ୍ୟରୁ ଗୋଟିଏ ଅଳଙ୍କୃତ କରି ଆଇଆଇଟି, ବମ୍ବେରେ ଅର୍ଥନୀତିରେ ଡକ୍ଟରେଟ୍‌ (ପିଏଚ୍‌ଡି) କରିବାକୁ ମନୋନୀତ ହୋଇଛନ୍ତି।

ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ସୁମିତ୍ରା କରନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ପ୍ରବେଶିକା ଫି ୪୭ ହଜାର ୩୫୦ଟଙ୍କାର ସହାୟତା ରାଶି ପ୍ରଦାନ କରି ଏହା ବରଗଡ଼ ଜିଲା ପାଇଁ ଏକ ଗର୍ବର ବିଷୟ ବୋଲି ମତ ଦେଇଛନ୍ତି।

The post ମେଧାବୀ ଛାତ୍ରୀଙ୍କୁ ସହାୟତା appeared first on Dharitri Odia News.