ଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନା

ପୁରୀ,୧୪।୭: ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ଆଜି ଗଣତି ହେବ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଆଜି ଗଣତି ମଣତି ହେବନି, ଖାଲି ଯାଞ୍ଚ ହେବ। ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା ତେଣୁ ପ୍ରଥମେ ରତ୍ନଭଣ୍ଡାର ଯାଞ୍ଚ ହେବ। ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ହେବ। ତେଣୁ ଆଜି ଗଣତି ହେବନି। ଭିତର ଓ ବାହାରର […] The post ଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନା appeared first on Dharitri Odia News.

ଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନା

ପୁରୀ,୧୪।୭: ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ଆଜି ଗଣତି ହେବ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଆଜି ଗଣତି ମଣତି ହେବନି, ଖାଲି ଯାଞ୍ଚ ହେବ। ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା ତେଣୁ ପ୍ରଥମେ ରତ୍ନଭଣ୍ଡାର ଯାଞ୍ଚ ହେବ। ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ହେବ। ତେଣୁ ଆଜି ଗଣତି ହେବନି। ଭିତର ଓ ବାହାରର ଚାବି ଖୋଲାଯିବ। ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି।

ତେବେ ରତ୍ନଭଣ୍ଡାର ଖୋଲିବା ନେଇ ସବୁ ପ୍ରସ୍ତୁତ ଶେଷ ହୋଇଛି। ଏଥିପାଇଁ ଶୁଭବେଳା ମଧ୍ୟ ବାହାରି ସରିଛି। ଏନେଇ ତଦାରଖ କମିଟି ବୈଠକ ପରେ ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ୧ଟା ୨୮ ଶୁଭ ମୂହୁର୍ତ୍ତ। ଏହି ସମୟରେ ରତ୍ନ ଭଣ୍ଡାର ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କରାଯିବ। ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ତେବେ କେଉଁମାନେ ଭିତରକୁ ଯିବେ ସେମାନଙ୍କର ନାଁ ସାମ୍ନାକୁ ଆସିଛି।

ଜଷ୍ଟିସ ରଥଙ୍କନୁସାରେ, ଯାଞ୍ଚ କମିଟିର ୨ ଜଣ ସଦସ୍ୟ ଯିବେ। ଜଷ୍ଟିସ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯିବେ ବୋଲି ସେ ସୂଚନା ମିଳିଛି। ଏଥିସହ ଦେଉଳ କରଣ, ତଢ଼ଉକରଣ ଭିତରକୁ ଯିବେ। ଗଜପତିଙ୍କ ପ୍ରତିନିଧି,ଏଏସଆଇ ଟିମ ସଦସ୍ୟ ଓ ପରିଚାଳନା କମିଟିର ୨ ଜଣ ଭିରତକୁ ଯିବେ ବୋଲି ଜଣାପଡିଛି।

The post ଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନା appeared first on Dharitri Odia News.