ଲକ୍ଷ୍ମୀ ନୃସିଂହ ଯାତ୍ରାରେ ଅଘଟଣ

ହିଞ୍ଜିଳିକାଟୁ ୨୪!୫( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରାରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ୭ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଖଡ଼ଭାଗ ଗ୍ରାମର ରାମଚନ୍ଦ୍ର ବେହେରା (୨୮) । ମିଳିଥିବା ସୂଚନା ମୁତାବକ, ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରାର ଦ୍ୱିତୀୟ ଦିନ କେଉଟ ବାଡ଼ ପକ୍ଷରୁ ଯାତ୍ରା ପରିଚାଳନା କରାଯାଇଥିଲା। ରାତିରେ କାଟୁ ରାଜବାଟୀ ସାମ୍ନା ବାଣ ପଡ଼ିଆରେ ପରମ୍ପରା ଅନୁଯାୟୀ […] The post ଲକ୍ଷ୍ମୀ ନୃସିଂହ ଯାତ୍ରାରେ ଅଘଟଣ appeared first on Dharitri Odia News.

ଲକ୍ଷ୍ମୀ ନୃସିଂହ ଯାତ୍ରାରେ ଅଘଟଣ

ହିଞ୍ଜିଳିକାଟୁ ୨୪!୫( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରାରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ୭ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଖଡ଼ଭାଗ ଗ୍ରାମର ରାମଚନ୍ଦ୍ର ବେହେରା (୨୮) ।

ମିଳିଥିବା ସୂଚନା ମୁତାବକ, ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରାର ଦ୍ୱିତୀୟ ଦିନ କେଉଟ ବାଡ଼ ପକ୍ଷରୁ ଯାତ୍ରା ପରିଚାଳନା କରାଯାଇଥିଲା। ରାତିରେ କାଟୁ ରାଜବାଟୀ ସାମ୍ନା ବାଣ ପଡ଼ିଆରେ ପରମ୍ପରା ଅନୁଯାୟୀ ବାଣ ଫୁଟା ଯାଇଥିଲା। ହେଲେ ଏକ ବାଣ ବିସ୍ଫୋରଣ ହୋଇ ନିଆଁ ଝୁଲ ଦେଖଣାହାରୀଙ୍କ ଉପରେ ପଡିଥିଲା।

ଫଳରେ ରାମଚନ୍ଦ୍ର ଗୁରୁତର ଆହତ ହୋଇଥିଲେ। ସେ ମାମୁଁ ଘର ଗୋପବନ୍ଧୁ ମାର୍ଗକୁ ଯାତ୍ରା ଦେଖିବାକୁ ଆସିଥିଲେ। ବାଣ ନିଆଁ ଲାଗି ଅନ୍ୟ ୭ଜଣ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ରାମଚନ୍ଦ୍ରଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଘଟଣ ପରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ହତାଶ ସୃଷ୍ଟି ହୋଇଛି।

The post ଲକ୍ଷ୍ମୀ ନୃସିଂହ ଯାତ୍ରାରେ ଅଘଟଣ appeared first on Dharitri Odia News.