ଲିଭ-ଇନ-ରିଲେସନସିପରେ ରହୁଥିଲେ ହୋଇପାରେ ଜେଲ୍: ନୂଆ ନିୟମ ବିଷୟରେ ଜାଣନ୍ତୁ
ଡେରାଡୁନ୍,୬।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି। ଏହି ବିଲ ଆଇନରେ ପରିଣତ ହେଲେ ଆଗାମୀ ଦିନରେ ୟୁସିସି ଅଧୀନରେ ସମସ୍ତ ଧର୍ମର ନାଗରିକ ଗୋଟିଏ ନିୟମ ମାନିବେ। ଏହାସହିତ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଏହି ନିୟମ କାର୍ଯ୍ୟକାରୀ କରିବାରେ ପ୍ରଥମ ରାଜ୍ୟ ହେବ। ଏହି ନିୟମ ଅନ୍ତର୍ଗତ ଲିଭ-ଇନ-ରିଲେସନସିପ ପାଇଁ ମଧ୍ୟ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ ହେବ। ଲିଭ-ଇନ ସମ୍ପର୍କରେ ରହିବା […] The post ଲିଭ-ଇନ-ରିଲେସନସିପରେ ରହୁଥିଲେ ହୋଇପାରେ ଜେଲ୍: ନୂଆ ନିୟମ ବିଷୟରେ ଜାଣନ୍ତୁ appeared first on Dharitri Odia News.
ଡେରାଡୁନ୍,୬।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି। ଏହି ବିଲ ଆଇନରେ ପରିଣତ ହେଲେ ଆଗାମୀ ଦିନରେ ୟୁସିସି ଅଧୀନରେ ସମସ୍ତ ଧର୍ମର ନାଗରିକ ଗୋଟିଏ ନିୟମ ମାନିବେ।
ଏହାସହିତ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଏହି ନିୟମ କାର୍ଯ୍ୟକାରୀ କରିବାରେ ପ୍ରଥମ ରାଜ୍ୟ ହେବ।
ଏହି ନିୟମ ଅନ୍ତର୍ଗତ ଲିଭ-ଇନ-ରିଲେସନସିପ ପାଇଁ ମଧ୍ୟ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ ହେବ। ଲିଭ-ଇନ ସମ୍ପର୍କରେ ରହିବା ପାଇଁ ହେଲେ ପ୍ରଥମେ ସମ୍ପୃକ୍ତ ଯୋଡିଙ୍କୁ ଜିଲା ଅଧିକାରୀଙ୍କ ନିକଟରେ ରେଜିଷ୍ଟ୍ରେସନ କରିବାକୁ ପଡିବ। ଯଦି ୨୧ ବର୍ଷରୁ କମ ବୟସର ପିଲା ରହିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ମାତା-ପିତାଙ୍କଠାରୁ ଅନୁମତି ଆଣିବାକୁ ପଡିବ। ଉତ୍ତରାଖଣ୍ଡର ନାଗରିକତ୍ୱ ଥାଇ ଯଦି ଅନ୍ୟ ରାଜ୍ୟରେ ଲିଭ-ଇନରେ ରହିବାକୁ ଚାହୁଁଛନ୍ତି, ତେବେ ସେମାନେ ମଧ୍ୟ ରେଜିଷ୍ଟ୍ରେସନ କରିବାକୁ ବାଧ୍ୟ ହେବେ। ନିୟମ ନ ମାନିଲେ ଯୋଡିଙ୍କୁ ଛଅ ମାସ ଜେଲ କିମ୍ବା ୨୫,୦୦୦ ଟଙ୍କା ଜୋରିମନା ଦେବାକୁ ପଡିବ।
The post ଲିଭ-ଇନ-ରିଲେସନସିପରେ ରହୁଥିଲେ ହୋଇପାରେ ଜେଲ୍: ନୂଆ ନିୟମ ବିଷୟରେ ଜାଣନ୍ତୁ appeared first on Dharitri Odia News.