୨୬୬ ଲକ୍ଷ ମେଟ୍ରିକ ଟନ୍‌ ରବି ଗହମ କିଣିଛି ଏଫ୍‌ସିଆଇ

ଭୁବନେଶ୍ୱର,୪।୭(ଅନୁରାଧା ମହାରଣା): ଚଳିତ ରବିଋତୁରେ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏଫ୍‌ସିଆଇ) ୨୬୬ ଲକ୍ଷ ମେଟ୍ରିକ ଟନ୍‌ (ଏଲ୍‌ଏମ୍‌ଟି) ଗହମ କିଣିଛି। ୨୦୨୩-୨୪ରେ ଏହି ପରିମାଣ ୨୬୨ ଏଲ୍‌ଏମ୍‌ଟି ଥିବାବେଳେ ୨୦୨୨-୨୩ରେ ଏହି ପରିମାଣ ୧୮୮ ଏଲ୍‌ଏମ୍‌ଟି ରହିଥିଲା। ଆର୍‌ଏମ୍‌ଏସ୍‌ ୨୦୨୪-୨୫ରେ ଗହମ କ୍ରୟ ଦ୍ୱାରା ୨୨ ଲକ୍ଷରୁ ଅଧିକ ଭାରତୀୟ କୃଷକ ଉପକୃତ ହୋଇଥିବା କେନ୍ଦ୍ର ଖାଉଟି ବ୍ୟାପାର ଓ ଯୋଗାଣ ମନ୍ତ୍ରଣାଳୟ କହିଛି। ପ୍ରାୟ ୬୧ ଲକ୍ଷ କୋଟି ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ […] The post ୨୬୬ ଲକ୍ଷ ମେଟ୍ରିକ ଟନ୍‌ ରବି ଗହମ କିଣିଛି ଏଫ୍‌ସିଆଇ appeared first on Dharitri Odia News.

୨୬୬ ଲକ୍ଷ ମେଟ୍ରିକ ଟନ୍‌ ରବି ଗହମ କିଣିଛି ଏଫ୍‌ସିଆଇ

ଭୁବନେଶ୍ୱର,୪।୭(ଅନୁରାଧା ମହାରଣା): ଚଳିତ ରବିଋତୁରେ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏଫ୍‌ସିଆଇ) ୨୬୬ ଲକ୍ଷ ମେଟ୍ରିକ ଟନ୍‌ (ଏଲ୍‌ଏମ୍‌ଟି) ଗହମ କିଣିଛି। ୨୦୨୩-୨୪ରେ ଏହି ପରିମାଣ ୨୬୨ ଏଲ୍‌ଏମ୍‌ଟି ଥିବାବେଳେ ୨୦୨୨-୨୩ରେ ଏହି ପରିମାଣ ୧୮୮ ଏଲ୍‌ଏମ୍‌ଟି ରହିଥିଲା। ଆର୍‌ଏମ୍‌ଏସ୍‌ ୨୦୨୪-୨୫ରେ ଗହମ କ୍ରୟ ଦ୍ୱାରା ୨୨ ଲକ୍ଷରୁ ଅଧିକ ଭାରତୀୟ କୃଷକ ଉପକୃତ ହୋଇଥିବା କେନ୍ଦ୍ର ଖାଉଟି ବ୍ୟାପାର ଓ ଯୋଗାଣ ମନ୍ତ୍ରଣାଳୟ କହିଛି। ପ୍ରାୟ ୬୧ ଲକ୍ଷ କୋଟି ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍‌ଏସ୍‌ପି)ରେ ଗହମ କିଣିବା ପରେ ଏହି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬୧ ଲକ୍ଷ କୋଟି ଟଙ୍କା ଜମା କରାଯାଇଥିବା ବିଭାଗ ସୂଚନା ଦେଇଛି। ଆର୍‌ଏମ୍‌ଏସ୍‌ ଅଧୀନରେ ଗହମ କ୍ରୟ ସାଧାରଣତଃ ପ୍ରତିବର୍ଷ ୧ ଏପ୍ରିଲରୁ ଆରମ୍ଭ ହୁଏ। ୨୦୨୩-୨୪ରେ ଉତ୍ତରପ୍ରଦେଶ ୨.୨୦ ଏଲ୍‌ଏମ୍‌ଟି ଗହମ କ୍ରୟ କରିଥିବାବେଳେ ଚଳିତବର୍ଷ ଏହି ପରିମାଣ ୯.୩୧ ଏଲ୍‌ଏମ୍‌ଟିକୁ ବୃଦ୍ଧି ପାଇଛି। ସେହିପରି ରାଜସ୍ତାନ ଗତବର୍ଷ ୪.୩୮ ଏଲ୍‌ଏମ୍‌ଟି ଗହମ କ୍ରୟ କରିଥିବାବେଳେ ଚଳିତ ବର୍ଷ ଏହି ପରିମାଣ ୧୨.୦୬ କ୍ରୟ କରିଛି। ପର୍ଯ୍ୟାପ୍ତ ପରିମାଣର ଗହମ କ୍ରୟ ଏଫ୍‌ସିଆଇକୁ ପବ୍ଲିକ ବିତରଣ ସିଷ୍ଟମ (ପିଡିଏସ୍‌)ରେ ଖାଦ୍ୟ ଶସ୍ୟର କ୍ରମାଗତ ପ୍ରବାହ ନିଶ୍ଚିତ କରିବାରେ ସାହାଯ୍ୟ କରିଛି। ପିଏମଜିକେଏଓ୍ବାଇ ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଅଧୀନରେ ପ୍ରାୟ ୧୮୪ଏଲଏମଟି ଗହମର ବାର୍ଷିକ ଆବଶ୍ୟକତା ପୂରଣ କରିବାରେ ଏହି ସମଗ୍ର କ୍ରୟ ପ୍ରକ୍ରିୟା ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ବିଭାଗ ଦର୍ଶାଇଛି।

The post ୨୬୬ ଲକ୍ଷ ମେଟ୍ରିକ ଟନ୍‌ ରବି ଗହମ କିଣିଛି ଏଫ୍‌ସିଆଇ appeared first on Dharitri Odia News.