ହୋମଗାର୍ଡ ପରୀକ୍ଷାରେ ପୁଣି ଆଉ ଜଣଙ୍କ ଜୀବନ ଗଲା
ପାରଳାଖେମୁଣ୍ଡି,୨୯।୫(ଗିରିଧାରୀ ପରିଛା), ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ପୁଣି ଜଣେ ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଦୀପକ ପାଡ଼ାଲ ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ରାୟଗଡ଼ ବ୍ଲକ ନାରାୟଣପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ଶାରୀରିକ ପରୀକ୍ଷା ଦୌଡ଼ିବା ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା […] The post ହୋମଗାର୍ଡ ପରୀକ୍ଷାରେ ପୁଣି ଆଉ ଜଣଙ୍କ ଜୀବନ ଗଲା appeared first on Dharitri Odia News.
ପାରଳାଖେମୁଣ୍ଡି,୨୯।୫(ଗିରିଧାରୀ ପରିଛା), ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ପୁଣି ଜଣେ ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଦୀପକ ପାଡ଼ାଲ ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ରାୟଗଡ଼ ବ୍ଲକ ନାରାୟଣପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।
ଶାରୀରିକ ପରୀକ୍ଷା ଦୌଡ଼ିବା ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ, ଗୁରୁବାର ସକାଳେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁଲନ୍ତ ମିଶାଲଙ୍କ ମୃତ୍ୟୁ ହୋଇଥିବା ବେଳେ ସାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଦୀପକ ପାଡାଲ ଆଖି ବୁଜିଛନ୍ତି। ଉଭୟ ପରିବାର ଲୋକେ ଭେଣ୍ଡିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେଣୁ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିବା ସହ ଦୁଃଖ ପ୍ରକାଶ କରି କହିଛନ୍ତି ଗଜପତି ଏସ୍ପି ଜିତେନ୍ଦ୍ର କୁମାର ପଣ୍ଡା। ତାଙ୍କ ପରିବାରର ଜଣକୁ ହୋମଗାର୍ଡ ପଦବୀରେ ନିଯୁକ୍ତ କରାଯିବ ବୋଲି ସେ କହିଛନ୍ତି।
ଗଜପତି ଜିଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ଜାରି ରହିଛି। ୧୪୪ଟି ପଦବୀ ପାଇଁ ଜାରି ରହିଥିବା ଇଣ୍ଟରଭ୍ୟୁରେ ପ୍ରାୟ ୧୨ଶହ ଆଶାୟୀ ରହିଛନ୍ତି। ଗୁରୁବାର ସକାଳୁ ସେମାନଙ୍କ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥିଲା । ରାଣିପେଣ୍ଠଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୌଡ ପରୀକ୍ଷା ଚାଲିଥିବା ବେଳେ ଅନେକ ପରୀକ୍ଷାର୍ଥୀ ଟଳି ପଡିଥିଲେ । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଲନ୍ତ ମିଶାଲଙ୍କୁ ମୃତ ଘୋଷଣା କରିଥିଲେ। ସମାନ ପରିସ୍ଥିତିରେ ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୀପକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସାରେ ତାଙ୍କର ମୃତ୍ୟୁ ଘଟିଛି।
The post ହୋମଗାର୍ଡ ପରୀକ୍ଷାରେ ପୁଣି ଆଉ ଜଣଙ୍କ ଜୀବନ ଗଲା appeared first on Dharitri Odia News.