ସମଲିଙ୍ଗୀ ସମ୍ପର୍କ ଯୌନ ଅପରାଧ: ଏନ୍ଏମ୍ସି
ନୂଆଦିଲ୍ଲୀ,୫ା୯:ଭାରତର ସର୍ବୋଚ୍ଚ ଡାକ୍ତରୀ ଶିକ୍ଷା ନିୟନ୍ତ୍ରକ ନ୍ୟାଶନାଲ ମେଡିକାଲ କମିଶନ (ଏନ୍ଏମ୍ସି) ସୋଡୋମି (ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ) ଏବଂ ଲେସ୍ବିଆନ୍ଜିଜମ୍ (ମହିଳାଙ୍କ ସମଲିଙ୍ଗୀ ସମ୍ପର୍କ)କୁ ମେଡିକାଲ ପାଠ୍ୟକ୍ରମରେ ପୁନଃ ସାମିଲ କରିଛି। ଅଣ୍ଡରଗ୍ରାଜୁଏଟ୍ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ରିଭାଇଜ୍ଡ ପାଠ୍ୟକ୍ରମର ଫୋରେନ୍ସିକ୍ ମେଡିସିନ୍ ଏବଂ ଟେକ୍ସିକୋଲୋଜି ବର୍ଗରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏନ୍ଏମ୍ସି ହିମେନ୍ ଏବଂ ଏହାର ପ୍ରକାରଭେଦ, ମେଡିକୋ-ଲିଗାଲ୍ ତାତ୍ପର୍ଯ୍ୟ, ଭର୍ଜିନିଟିର ସଂଜ୍ଞା, ଡିଫ୍ଲୋରେଶନ୍ ଓ ଏହାର ବୈଧତା ଭଳି ବିତର୍କିତ ବିଷୟକୁ ମଧ୍ୟ […] The post ସମଲିଙ୍ଗୀ ସମ୍ପର୍କ ଯୌନ ଅପରାଧ: ଏନ୍ଏମ୍ସି appeared first on Dharitri Odia News.
ନୂଆଦିଲ୍ଲୀ,୫ା୯:ଭାରତର ସର୍ବୋଚ୍ଚ ଡାକ୍ତରୀ ଶିକ୍ଷା ନିୟନ୍ତ୍ରକ ନ୍ୟାଶନାଲ ମେଡିକାଲ କମିଶନ (ଏନ୍ଏମ୍ସି) ସୋଡୋମି (ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ) ଏବଂ ଲେସ୍ବିଆନ୍ଜିଜମ୍ (ମହିଳାଙ୍କ ସମଲିଙ୍ଗୀ ସମ୍ପର୍କ)କୁ ମେଡିକାଲ ପାଠ୍ୟକ୍ରମରେ ପୁନଃ ସାମିଲ କରିଛି। ଅଣ୍ଡରଗ୍ରାଜୁଏଟ୍ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ରିଭାଇଜ୍ଡ ପାଠ୍ୟକ୍ରମର ଫୋରେନ୍ସିକ୍ ମେଡିସିନ୍ ଏବଂ ଟେକ୍ସିକୋଲୋଜି ବର୍ଗରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏନ୍ଏମ୍ସି ହିମେନ୍ ଏବଂ ଏହାର ପ୍ରକାରଭେଦ, ମେଡିକୋ-ଲିଗାଲ୍ ତାତ୍ପର୍ଯ୍ୟ, ଭର୍ଜିନିଟିର ସଂଜ୍ଞା, ଡିଫ୍ଲୋରେଶନ୍ ଓ ଏହାର ବୈଧତା ଭଳି ବିତର୍କିତ ବିଷୟକୁ ମଧ୍ୟ ପାଠ୍ୟକ୍ରମରେ ସ୍ଥାନିତ କରିଛି। ୨୦୨୨ ଅଗଷ୍ଟରେ ମାଡ୍ରାସ୍ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସବୁକୁ କରିକୁଲମ୍ରୁ ହଟାଇ ଦିଆଯାଇଥିଲା।
ନୂଆ ପାଠ୍ୟକ୍ରମରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍ଏସ୍ଏସ୍), ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ଭାରତୀୟ ସାକ୍ଷ୍ୟ ସଂହିତା ଅଧିନିୟମ(ବିଏସ୍ଏ) ସମେତ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ, ଦଓ୍ବୋନୀ ଓ ଆପରାଧିକ ମାମଲା, ଅପମୃତ୍ୟୁ ତଦନ୍ତ, ଧର୍ତ୍ତବ୍ୟ ଓ ଅଧର୍ତ୍ତବ୍ୟ ଅପରାଧ ଆଦିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟପକ୍ଷେ ଏହି ୭ ଘଣ୍ଟିଆ ପାଠ୍ୟକ୍ରମରେ ଭିନ୍ନକ୍ଷମତା ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ। ବିଭିନ୍ନ ସମୟରେ ଆବଶ୍ୟକତାକୁ ଦେଖି ପାଠ୍ୟକ୍ରମରେ ଏଭଳି ପରିବର୍ତ୍ତନ କରାଯାଇଥାଏ ବୋଲି ଏମ୍ଏନ୍ସି ପକ୍ଷରୁ କମ୍ପିଟେନ୍ସି-ବେସ୍ଡ ମେଡିକାଲ ଏଜୁକେଶନ୍ କରିକୁଲମ୍ (ସିବିଏମ୍ଇ) ଗାଇଡ୍ଲାଇନ୍ସ, ୨୦୨୪ରେ ଉଲ୍ଲେଖ କରାଯାଇଛି।
The post ସମଲିଙ୍ଗୀ ସମ୍ପର୍କ ଯୌନ ଅପରାଧ: ଏନ୍ଏମ୍ସି appeared first on Dharitri Odia News.