ଅଶ୍ୱିନ କହିଲେ ‘ମୁଁ ଦାୟୀ’
ରାଜକୋଟ୍, ୧୬ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତକୁ ୫ ରନ ପେନାଲ୍ଟି ହୋଇଥିଲା। ଏଭଳି ଘଟଣାକୁ ନେଇ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଆଇସିସିର ନିୟମାନୁଯାୟୀ ପିଚ୍ର ମଧ୍ୟଭାଗରେ ଦୌଡ଼ିଥିବାକୁ ନେଇ ବିବାଦ ଉପୁଜିବା ପରେ ସେ ନିଜକୁ ଦାୟୀ ବୋଲି କହିଛନ୍ତି। ମ୍ୟାଚ୍ ଶେଷ ହେବା ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଶ୍ୱିନ ନିଜର ଭୁଲ ସ୍ବୀକାର କରିଛନ୍ତି। ଅଜାଣତରେ ଠିକ୍ ସମୟରେ ସେ ପିଚ୍ରୁ ବାହାରକୁ […] The post ଅଶ୍ୱିନ କହିଲେ ‘ମୁଁ ଦାୟୀ’ appeared first on Dharitri Odia News.
ରାଜକୋଟ୍, ୧୬ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତକୁ ୫ ରନ ପେନାଲ୍ଟି ହୋଇଥିଲା। ଏଭଳି ଘଟଣାକୁ ନେଇ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଆଇସିସିର ନିୟମାନୁଯାୟୀ ପିଚ୍ର ମଧ୍ୟଭାଗରେ ଦୌଡ଼ିଥିବାକୁ ନେଇ ବିବାଦ ଉପୁଜିବା ପରେ ସେ ନିଜକୁ ଦାୟୀ ବୋଲି କହିଛନ୍ତି। ମ୍ୟାଚ୍ ଶେଷ ହେବା ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଶ୍ୱିନ ନିଜର ଭୁଲ ସ୍ବୀକାର କରିଛନ୍ତି। ଅଜାଣତରେ ଠିକ୍ ସମୟରେ ସେ ପିଚ୍ରୁ ବାହାରକୁ ଯାଇପାରି ନ ଥିବା ଦର୍ଶାଇଛନ୍ତି।
କହିରଖୁଛୁ, ଅଲରାଉଣ୍ଡର ଅଶ୍ୱିନ ଥରେ ପିଚ୍ ମଧ୍ୟ ଦେଇ ଦୌଡ଼ିଥିଲେ। ସେତେବେଳେ ଅନ୍ ଫିଲ୍ଡ ଅମ୍ପାୟର ଜୋଏଲ ଓ୍ବିଲସନଙ୍କ ଦ୍ୱାରା ସେ ଭର୍ତ୍ସିତ ହୋଇଥିଲେ। ଦ୍ୱିତୀୟ ଦିବସ ଖେଳ ସମୟ ଭାରତୀୟ ଇନିଂସ ସମୟରେ ୧୦୨ତମ ଓଭରର ତୃତୀୟ ବଲ୍ରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ଦିବସରେ ରବୀନ୍ଦ୍ର ଜାଡେଜା ମଧ୍ୟ ଏହି ଅପରାଧ କରିଥିଲେ। ସେତେବେଳେ ତାଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ଏହି ପେନାଲ୍ଟିର ଅର୍ଥ ଇଂଲଣ୍ଡ ପ୍ରଥମ ଇନିଂସ ବେଳେ ଗୋଟିଏ ହେଲେ ବଲ୍ ନ ପଡ଼ି ୫/୦ ସ୍କୋରରୁ ଖେଳ ଆରମ୍ଭ ହୋଇଛି।
The post ଅଶ୍ୱିନ କହିଲେ ‘ମୁଁ ଦାୟୀ’ appeared first on Dharitri Odia News.