କୋଟି କୋଟି ଶ୍ରୋତା ଏହି କାର୍ଯ୍ୟକ୍ରମର ଅସଲ ସୁତ୍ରଧର: ମୋଦି
ନୂଆଦିଲ୍ଲୀ,୨୯।୯: ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ୧୧୪ତମ ଏପିସୋଡରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏପିସୋଡ ଭାବପ୍ରବଣ ଅଟେ। ସେ କହିଛନ୍ତି ଯେ ମନ କି ବାତ କାର୍ଯ୍ୟକ୍ରମ ୧୦ ବର୍ଷ ପୂରଣ କରିଛି। ମନ କି ବାତ କାର୍ଯ୍ୟକ୍ରମ ୨୦୧୪, ୩ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ସେଦିନ ବିଜୟା ଦଶମୀ ଥିଲା। ଏହା ଅତ୍ୟନ୍ତ ଆନନ୍ଦଦାୟକ ଘଟଣା ଯେ ଏଥର […] The post କୋଟି କୋଟି ଶ୍ରୋତା ଏହି କାର୍ଯ୍ୟକ୍ରମର ଅସଲ ସୁତ୍ରଧର: ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨୯।୯: ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ୧୧୪ତମ ଏପିସୋଡରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏପିସୋଡ ଭାବପ୍ରବଣ ଅଟେ। ସେ କହିଛନ୍ତି ଯେ ମନ କି ବାତ କାର୍ଯ୍ୟକ୍ରମ ୧୦ ବର୍ଷ ପୂରଣ କରିଛି। ମନ କି ବାତ କାର୍ଯ୍ୟକ୍ରମ ୨୦୧୪, ୩ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ସେଦିନ ବିଜୟା ଦଶମୀ ଥିଲା। ଏହା ଅତ୍ୟନ୍ତ ଆନନ୍ଦଦାୟକ ଘଟଣା ଯେ ଏଥର ଅକ୍ଟୋବର ୩ ହେଉଛି ନବରାତ୍ରୀଙ୍କର ପ୍ରଥମ ଦିନ।
ମୋଦି କହିଛନ୍ତି ଯେ ଦର୍ଶକ ଏହି କାର୍ଯ୍ୟକ୍ରମର ପ୍ରକୃତ ସ୍ଥପତି। ସେ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ କିଛି ମସଲାଯୁକ୍ତ ଏବଂ ନକାରାତ୍ମକ କଥା ନ ଥାଏ, ସେ ପର୍ଯ୍ୟନ୍ତ ଏହା ଧ୍ୟାନ ଆକଷଣ କରିବ ନାହିଁ। କିନ୍ତୁ ମନ କି ବାତ କାର୍ଯ୍ୟକ୍ରମ ପ୍ରମାଣ କରିଛି ଯେ ସକରାତ୍ମକ ସୂଚନା ପାଇଁ ଦେଶର ଲୋକମାନେ କେତେ ଭୋକିଲା ଅଛନ୍ତି।
ମନ କି ବାତର ୧୦ ବର୍ଷର ଯାତ୍ରା ଏଭଳି ଏକ ଫୁଲମାଳ ପ୍ରସ୍ତୁତ କରିଛି, ଯେଉଁଥିରେ ପ୍ରତ୍ୟେକ ଏପିସୋଡ ସହିତ ନୂତନ ଗାଥା, ନୂଆ କିର୍ତ୍ତିମାନ ଏବଂ ନଆ ବ୍ୟକ୍ତିତ୍ୱ ଯୋଡି ହୋଇ ଯାଉଛନ୍ତି। ସାମୂହିକ ଭାବରେ ଆୟୋଜିତ ପ୍ରତ୍ୟେକ କାର୍ଯ୍ୟକ୍ରମ ମନ କି ବାତରେ ସମ୍ମାନ ପାଇଥାଏ। ପ୍ରଧାନମନ୍ତ୍ରୀ ଟେଲିଭିଜନ ଚ୍ୟାନେଲ ଏବଂ ପ୍ରିଣ୍ଟ ମିଡିଆକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ଅନୁଷ୍ଠାନଗୁଡିକ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଘରକୁ ପହଞ୍ଚାଇଛନ୍ତି।
ମନ କି ବାତ କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓର ୱେବସାଇଟ ଏବଂ ମୋବାଇଲ ଆପରେ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲରେ ଲୋକମାନେ ଏହି କାର୍ଯ୍ୟକ୍ରମ ଶୁଣିପାରିବେ। ଏହି କାର୍ଯ୍ୟକ୍ରମ ପ୍ରଥମେ ୩ ଅକ୍ଟୋବର ୨୦୧୪ରେ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ୧୧ ଟି ବିଦେଶୀ ଏବଂ ୨୨ ଟି ଭାରତୀୟ ଭାଷାରେ ପ୍ରସାରିତ ହୋଇଛି। ଏହା ବ୍ୟତୀତ ୨୯ଟି ଉପଭାଷାରେ ପ୍ରସାରଣ ମଧ୍ୟ କରାଯାଏ।
The post କୋଟି କୋଟି ଶ୍ରୋତା ଏହି କାର୍ଯ୍ୟକ୍ରମର ଅସଲ ସୁତ୍ରଧର: ମୋଦି appeared first on Dharitri Odia News.