ଆକର୍ଷିତ କରୁଛି ଶତାୟୁ ବୃକ୍ଷ
କୋଟପାଡ଼,୧ା୨(କେ. ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସହର ମଧ୍ୟରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏକ ବିରାଟ ଶତାୟୁ ତେନ୍ତୁଳି ବୃକ୍ଷ ଯୁବପିଢ଼ିଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି। ଏହି ବୃକ୍ଷର ଶାଖା ପ୍ରଶାଖା ପୂର୍ବରୁ ଯେଭଳି ଥିଲା ଏବେବି ସେହିପରି ରହିଛି। ବରିଷ୍ଠ ନାଗରିକଙ୍କ କହିବା ଅନୁଯାୟୀ, ତାଙ୍କ ବାପାମାନେ ଯେତେବେଳେ ସ୍କୁଲରେ ପାଠ ପଢୁଥିଲେ ସେହି ସମୟରୁ ଉକ୍ତ ଗଛଟି ସେହି ସ୍ଥାନରେ ରହିଥିବା ରହିଥିବା ସେମାନେ ସୂଚନା ଦେଇଛନ୍ତି। […] The post ଆକର୍ଷିତ କରୁଛି ଶତାୟୁ ବୃକ୍ଷ appeared first on Dharitri Odia News.
କୋଟପାଡ଼,୧ା୨(କେ. ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସହର ମଧ୍ୟରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏକ ବିରାଟ ଶତାୟୁ ତେନ୍ତୁଳି ବୃକ୍ଷ ଯୁବପିଢ଼ିଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି। ଏହି ବୃକ୍ଷର ଶାଖା ପ୍ରଶାଖା ପୂର୍ବରୁ ଯେଭଳି ଥିଲା ଏବେବି ସେହିପରି ରହିଛି।
ବରିଷ୍ଠ ନାଗରିକଙ୍କ କହିବା ଅନୁଯାୟୀ, ତାଙ୍କ ବାପାମାନେ ଯେତେବେଳେ ସ୍କୁଲରେ ପାଠ ପଢୁଥିଲେ ସେହି ସମୟରୁ ଉକ୍ତ ଗଛଟି ସେହି ସ୍ଥାନରେ ରହିଥିବା ରହିଥିବା ସେମାନେ ସୂଚନା ଦେଇଛନ୍ତି। ଏହି ତନ୍ତୁଳି ବୃକ୍ଷର ବୟସ ୧୫୦ ବର୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବୃକ୍ଷରେ ଫଳ ଆସୁଥିବା ବେଳେ ପୂର୍ବରୁ ଯେଭଳି ସୁସ୍ବାଦୁ ଥିଲା ତାହା ଏବେକି ରହିଛି।
ଏହି ବୃକ୍ଷରେ ଜୟପୁର ରାଜାଙ୍କ ହାତୀ ବନ୍ଧାଯାଉଥିବା କେତେଜଣ ବୟସ୍କ ବ୍ୟକ୍ତି କହିଛନ୍ତି। ଉକ୍ତ ବୃକ୍ଷରେ ବିଭିନ୍ନ ଜାତିର ପକ୍ଷୀ ବସା ବାନ୍ଧିବା ସହ ସନ୍ଧ୍ୟା ସମୟରେ ପକ୍ଷୀମାନଙ୍କ ମଧୁର ସ୍ବର ପରିବେଶକୁ ମନୋରମ କରିଥାଏ। ଏହାର ଚାରିପାଖରେ ଖେଳପଡ଼ିଆ ରହିଛି। ଏହାର ରକ୍ଷଣାବେକ୍ଷଣ ପାଇଁ ବିଦ୍ୟାଳୟ ପକ୍ଷରୁ ବୃକ୍ଷ ମୂଳେ ପିଣ୍ଡି ନିର୍ମାଣ କରି ସାଜସଜ୍ଜା କରାଯାଉଛି।
ବନ ବିଭାଗ ଉକ୍ତ ବୃକ୍ଷକୁ ରକ୍ଷଣବେକ୍ଷଣ କରି ଅଞ୍ଚଳରେ ଏଭଳି କେତେ ବୃକ୍ଷ ରହିଛି ତାହା ଚିହ୍ନିତ କରିବାକୁ ସାଧାରଣରେ ଦାବି ହୋଇଛି।
The post ଆକର୍ଷିତ କରୁଛି ଶତାୟୁ ବୃକ୍ଷ appeared first on Dharitri Odia News.