ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ

ବ୍ରହ୍ମପୁର : ବୁଲୁଛି ମହାବଳ ବାଘ  । ଘୁମୁସରରୁ ଏବେ ବ୍ରହ୍ମପୁର ବନଖଣ୍ଡ ମୁହାଁ  ।  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁ ନିକଟରେ ବାଘ ଆତଙ୍କ  ।  ପାଦଚିହ୍ନ ମହାବଳ ବାଘର ବୋଲି ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ଏସିଏଫ ରୁଦ୍ର ପ୍ରସାଦ ରଥ  । ଗତିବିଧି ଉପରେ ନଜର ରଖିବା ପାଇଁ ୨ଟି ଟ୍ରାପ କ୍ୟାମେରା ଲଗାଯାଇଛି  । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏ ଲୋକମାନେ ଘରୁ ନ ବାହରିବାକୁ ସେ ନିବେଦନ […] The post ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ appeared first on KNews Odisha.

ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ
tiger

ବ୍ରହ୍ମପୁର : ବୁଲୁଛି ମହାବଳ ବାଘ  । ଘୁମୁସରରୁ ଏବେ ବ୍ରହ୍ମପୁର ବନଖଣ୍ଡ ମୁହାଁ  ।  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁ ନିକଟରେ ବାଘ ଆତଙ୍କ  ।  ପାଦଚିହ୍ନ ମହାବଳ ବାଘର ବୋଲି ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ଏସିଏଫ ରୁଦ୍ର ପ୍ରସାଦ ରଥ  । ଗତିବିଧି ଉପରେ ନଜର ରଖିବା ପାଇଁ ୨ଟି ଟ୍ରାପ କ୍ୟାମେରା ଲଗାଯାଇଛି  । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏ ଲୋକମାନେ ଘରୁ ନ ବାହରିବାକୁ ସେ ନିବେଦନ କରିଛନ୍ତି ।
ଘୁମୁସରରୁ ବ୍ରହ୍ମପୁର ବନଖଣ୍ଡ ମୁହାଁ ମହାବଳ ବାଘ  ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁରରେ ବାଘ ଆତଙ୍କ  । ନରସିଂହଗଡ଼ ଗାଁ ନିକଟ ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ଠାବ । ବାଘର ଗତିବିଧି ଜଣାପଡ଼ିବା ପରେ ବ୍ରହ୍ମପୁରର ଏସିଏଫ ରୁଦ୍ର ପ୍ରସାଦ ରଥ ଓ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଂଜନ ସାହୁ ସମେତ ବନବିଭାଗ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ବିଭିନ୍ନ ସ୍ଥାନରେ କରାଯାଇଥିଲା ଟ୍ରାକିଂ ।  ମାପଚୁପ ପରେ ପାଦଚିହ୍ନ ମହାବଳ ବାଘର ବୋଲି ଏସିଏଫ ରୁଦ୍ର ପ୍ରସାଦ ରଥ ସ୍ପଷ୍ଟ କରିଛନ୍ତି  ।  ନଜର ରଖିବା ପାଇଁ ୨ଟି ଟ୍ରାପ କ୍ୟାମେରା ଲଗାଯାଇଛି  ।  ତେବେ ଏନେଇ ଗାଁ ଲୋକ ଭୟଭୀତ ନହେବାକୁ କହିଛନ୍ତି ଏସିଏଫ  ।  ସଂଧା ୬ଟାରୁ ସକାଳ ୬ଟା ଯାଏ ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିବେଦନ କରାଯାଇଛି  ।

 

The post ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ appeared first on KNews Odisha.