ଶ୍ରୀମନ୍ଦିର ପ୍ରଶାସନର ତରଫରୁ ବ୍ୟାପକ ପ୍ରସ୍ତୁତି, ଚନ୍ଦନ ଯାତ୍ରାରେ ଆତସବାଜି ନିଷେଧ
ପୁରୀ: ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ। ଏହି ଦିନରୁ ହିଁ ଆରମ୍ଭ ହେବ ମହାପ୍ରଭୁଙ୍କ ଚାପ ଖେଳ। ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଚାପରେ ନୌକା ବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ମହାପ୍ରଭୁଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁ ପାଣ୍ଡବ ମଧ୍ୟ ନୌକା ବିହାର କରିବେ। ଏଥିପାଇଁ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ ଭୋଇ ସେବାୟତ ମାନେ ନରେନ୍ଦ୍ର ସରୋବରରୁ ଡଙ୍ଗା କାଢ଼ିବା ସହ ମରାମତି ଆରମ୍ଭ କରିସାରିଛନ୍ତି ।ସେପଟେ ଚନ୍ଦନ ଯାତ୍ରା ପାଇଁ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା କିଭଳି ସୁରୁଖୁରେ ସମ୍ପନ୍ନ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଚନ୍ଦନ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଦେଇଛନ୍ତି ଜିଲ୍ଲାପାଳ ଓ ଏସପି ସୂଚନା ।ବଡ଼ କଥା ହେଲା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆତସବାଜି ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କାରଣ ଗତ ବର୍ଷ ଚାପ ଖେଳ ସମୟରେ ବାଣ ବିସ୍ଫୋରଣରେ ଅଘଟଣ ଘଟି ୬ ଜଣକ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଥି
ପୁରୀ: ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ। ଏହି ଦିନରୁ ହିଁ ଆରମ୍ଭ ହେବ ମହାପ୍ରଭୁଙ୍କ ଚାପ ଖେଳ। ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଚାପରେ ନୌକା ବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ମହାପ୍ରଭୁଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁ ପାଣ୍ଡବ ମଧ୍ୟ ନୌକା ବିହାର କରିବେ। ଏଥିପାଇଁ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ ଭୋଇ ସେବାୟତ ମାନେ ନରେନ୍ଦ୍ର ସରୋବରରୁ ଡଙ୍ଗା କାଢ଼ିବା ସହ ମରାମତି ଆରମ୍ଭ କରିସାରିଛନ୍ତି ।
ସେପଟେ ଚନ୍ଦନ ଯାତ୍ରା ପାଇଁ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା କିଭଳି ସୁରୁଖୁରେ ସମ୍ପନ୍ନ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଚନ୍ଦନ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଦେଇଛନ୍ତି ଜିଲ୍ଲାପାଳ ଓ ଏସପି ସୂଚନା ।
ବଡ଼ କଥା ହେଲା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆତସବାଜି ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କାରଣ ଗତ ବର୍ଷ ଚାପ ଖେଳ ସମୟରେ ବାଣ ବିସ୍ଫୋରଣରେ ଅଘଟଣ ଘଟି ୬ ଜଣକ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ।
ସେହିଭଳି ଅପରାହ୍ନରେ ଶ୍ରୀମନ୍ଦିର ହୋଇଥିବା ଛତିଶା ନିଯୋଗ ବୈଠକରେ ଛତିଶା ନିଯୋଗ ବୈଠକରେ ସେବକ ପରିବାର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ସମ୍ବର୍ଦ୍ଧନା ଦିଆଯାଇଛି। ଚନ୍ଦନ ଯାତ୍ରାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ଓ ସେବାୟତ ଙ୍କ ପାଇଁ ଇନସ୍ୟୁରାନ୍ସ ବ୍ୟବସ୍ଥା କରାଯାଇଛି।
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦୁଇଟି ଫାଷ୍ଟଏଡ୍ ସେଣ୍ଟର ଖୋଲାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂଗ୍ରକ୍ଷଣ କାର୍ଯ୍ୟ ଏଏସଆଇ ପକ୍ଷରୁ ଜାରି ରହିଛି। ବାହାର ଓ ଭିତର ରତ୍ନଭଣ୍ଡାର କବାଟକୁ ସୁନା ଓ ରୁପା ଛାଉଣୀ କରାଯିବା ପାଇଁ ଯୋଜନା ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।