ମଙ୍ଗଳବାର ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ, ସନ୍ଧ୍ୟାଧୂପ ପରେ ହେବ ପହଣ୍ଡି ବିଜେ
ପୁରୀ ୦୯।୦୭ : ଘୋଷଯାତ୍ରାର ଆଜି ତୃତୀୟ ଦିବସ। ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ। ଆଜି ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ। ସକାଳୁ ରଥାରୂଢ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ସଂଧ୍ୟାଧୂପ ପରେ ପହଣ୍ଡି ଆରମ୍ଭ ହେବ। ରଥଯାତ୍ରା 2024 ର photo, video ଏବଂ ଅଧିକ ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁରବିବାର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି ଦାରୁ ଦେବତା। ସୋମବାର ତିନି ରଥ ଗୁଣ୍ଡିଚା ମନ୍ଦିର ଠାରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତି କରାଯାଇଥିଲା। ମଙ୍ଗଳବାର ସକାଳେ ତିନି ରଥରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବା ପରେ ମଇଲମ, ତଡପଲାଗି, ଅବକାଶ, ବେଶ ଶେଷ, ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନଧୂପ ଶେଷ ହେବ। ସେହିପରି ଅପରାହ୍ନରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ଓ ସଂଧ୍ୟା ଆଳତୀ ବଢିବା ପରେ ପହଣ୍ଡି ଆରମ୍ଭ ହେବାକୁ ସ୍ଥିର କରାଯାଇଛି। ସେଥିପାଇଁ ସେବାୟତ ଓ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପୁରୀ ୦୯।୦୭ : ଘୋଷଯାତ୍ରାର ଆଜି ତୃତୀୟ ଦିବସ। ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ। ଆଜି ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ। ସକାଳୁ ରଥାରୂଢ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ସଂଧ୍ୟାଧୂପ ପରେ ପହଣ୍ଡି ଆରମ୍ଭ ହେବ।
ରଥଯାତ୍ରା 2024 ର photo, video ଏବଂ ଅଧିକ ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ
ରବିବାର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି ଦାରୁ ଦେବତା। ସୋମବାର ତିନି ରଥ ଗୁଣ୍ଡିଚା ମନ୍ଦିର ଠାରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତି କରାଯାଇଥିଲା। ମଙ୍ଗଳବାର ସକାଳେ ତିନି ରଥରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବା ପରେ ମଇଲମ, ତଡପଲାଗି, ଅବକାଶ, ବେଶ ଶେଷ, ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନଧୂପ ଶେଷ ହେବ। ସେହିପରି ଅପରାହ୍ନରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ଓ ସଂଧ୍ୟା ଆଳତୀ ବଢିବା ପରେ ପହଣ୍ଡି ଆରମ୍ଭ ହେବାକୁ ସ୍ଥିର କରାଯାଇଛି। ସେଥିପାଇଁ ସେବାୟତ ଓ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।