କାଜୁ ଜଙ୍ଗଲରୁ ମିଳିଲା ମଣିଷ ଖପୁରି ଏବଂ ହାଡ, ନିଖୋଜ ମହିଳାଙ୍କ ମୃତଦେହ !
ବାଙ୍କି ୨୦।୦୩: କାଜୁ ଜଙ୍ଗଲରୁ ମଣିଷ ଖପୁରି ଏବଂ ହାଡ ଉଦ୍ଧାର । ବାଙ୍କି ଡମପଡା ଗାଁ ନିକଟ କାଜୁ ଜଙ୍ଗଲରୁ ଜଣେ ମଣିଷ ଖପୁରି ଏବଂ ହାତ ହାଡ଼ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ଡମପଡ଼ା ଗାଁ ନିକଟରେ ଥିବା କାଜୁ ଜଙ୍ଗଲରେ ଜଣେ ମଣିଷ ଖପୁରି ଏବଂ ହାତ ହାଡ଼ ଉଦ୍ଧାର ହୋଇଛି । ଘଟଣାସ୍ଥଳରୁ ଜଣେ ଯୁବତୀଙ୍କ ଆଇକାର୍ଡ, ପୋଷାକ, ଟିଫିଲ ବକ୍ସ ମଧ୍ୟ ଜବତ ହୋଇଛି । ଆଇକାର୍ଡରେ ଯୁବତୀଙ୍କ ନାମ ଝୁନା ଜେନା ଲେଖାଯାଇଛି । ବର୍ଷେ ତଳେ ଝୁନା ଜେନା ଏହି ସ୍ଥାନରୁ ହି ଅପହୃତ ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ କେହି ଯୁବତୀଙ୍କୁ ମାରି ଏହି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କାଜୁ ଜଙ୍ଗଲ ସଫା କରୁଥିବା ବେଳେ କିଛି ଲୋକେ ଖପୁରି ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଙ୍କି ୨୦।୦୩: କାଜୁ ଜଙ୍ଗଲରୁ ମଣିଷ ଖପୁରି ଏବଂ ହାଡ ଉଦ୍ଧାର । ବାଙ୍କି ଡମପଡା ଗାଁ ନିକଟ କାଜୁ ଜଙ୍ଗଲରୁ ଜଣେ ମଣିଷ ଖପୁରି ଏବଂ ହାତ ହାଡ଼ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଡମପଡ଼ା ଗାଁ ନିକଟରେ ଥିବା କାଜୁ ଜଙ୍ଗଲରେ ଜଣେ ମଣିଷ ଖପୁରି ଏବଂ ହାତ ହାଡ଼ ଉଦ୍ଧାର ହୋଇଛି । ଘଟଣାସ୍ଥଳରୁ ଜଣେ ଯୁବତୀଙ୍କ ଆଇକାର୍ଡ, ପୋଷାକ, ଟିଫିଲ ବକ୍ସ ମଧ୍ୟ ଜବତ ହୋଇଛି । ଆଇକାର୍ଡରେ ଯୁବତୀଙ୍କ ନାମ ଝୁନା ଜେନା ଲେଖାଯାଇଛି । ବର୍ଷେ ତଳେ ଝୁନା ଜେନା ଏହି ସ୍ଥାନରୁ ହି ଅପହୃତ ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ କେହି ଯୁବତୀଙ୍କୁ ମାରି ଏହି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କାଜୁ ଜଙ୍ଗଲ ସଫା କରୁଥିବା ବେଳେ କିଛି ଲୋକେ ଖପୁରି ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।