ଏୟାରପୋର୍ଟରେ ଓଢ଼ଣୀରେ ବେବି ବମ୍ପ ଲୁଚାଉଥିବାର ନଜର ଆସିଲେ ଦୀପିକା ପାଦୁକୋନ୍‌, ଭାଇରାଲ ହେଉଛି ଫଟୋ

ଆପଣମାନେ ତ ଜାଣିଥିବେ ଯେ ସେପ୍ଟେମ୍ବରରେ ଦୀପିକା ପାଦୁକୋନ ମା ହେବାକୁ ଯାଉଛନ୍ତି । ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ହେବାକୁ ଥିବା ବେବିକୁ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅଭିନେତ୍ରୀଙ୍କ ବେବି ହେବା ତାରିଖ ପାଖେଇ ଆସିଛି ଏବଂ ଏହା ପୂର୍ବରୁ ଦୀପିକା ରବିବାର ରାତିରେ ମୁମ୍ବାଇରେ ବୁଲୁଥିବାର ନଜର ଆସିଥିଲେ । ଭିଡିଓରେ ଦୀପିକା ପାଦୁକୋନ ଏକ ଧଳା ସୁଟ ପିନ୍ଧିଛନ୍ତି ଏବଂ ତାଙ୍କ କାର ଆଡକୁ ଯାଉଥିବାର ନଜର ଆସିଛନ୍ତି । […] The post ଏୟାରପୋର୍ଟରେ ଓଢ଼ଣୀରେ ବେବି ବମ୍ପ ଲୁଚାଉଥିବାର ନଜର ଆସିଲେ ଦୀପିକା ପାଦୁକୋନ୍‌, ଭାଇରାଲ ହେଉଛି ଫଟୋ appeared first on KNews Odisha.

ଏୟାରପୋର୍ଟରେ ଓଢ଼ଣୀରେ ବେବି ବମ୍ପ ଲୁଚାଉଥିବାର ନଜର ଆସିଲେ ଦୀପିକା ପାଦୁକୋନ୍‌, ଭାଇରାଲ ହେଉଛି ଫଟୋ
deepika padukone

ଆପଣମାନେ ତ ଜାଣିଥିବେ ଯେ ସେପ୍ଟେମ୍ବରରେ ଦୀପିକା ପାଦୁକୋନ ମା ହେବାକୁ ଯାଉଛନ୍ତି । ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ହେବାକୁ ଥିବା ବେବିକୁ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅଭିନେତ୍ରୀଙ୍କ ବେବି ହେବା ତାରିଖ ପାଖେଇ ଆସିଛି ଏବଂ ଏହା ପୂର୍ବରୁ ଦୀପିକା ରବିବାର ରାତିରେ ମୁମ୍ବାଇରେ ବୁଲୁଥିବାର ନଜର ଆସିଥିଲେ । ଭିଡିଓରେ ଦୀପିକା ପାଦୁକୋନ ଏକ ଧଳା ସୁଟ ପିନ୍ଧିଛନ୍ତି ଏବଂ ତାଙ୍କ କାର ଆଡକୁ ଯାଉଥିବାର ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ଜଣକ ତାଙ୍କ ବେବି ବମ୍ପକୁ ଓଢ଼ଣୀରେ ଲୁଚାଇଥିବାର ନଜର ଆସିଥିଲେ । ସେହି ସମୟରେ ଅଭିନେତ୍ରୀଙ୍କ ସହ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ତାଙ୍କ ସମ୍ପୂର୍ଣ୍ଣ ଯତ୍ନ ନେଉଥିବାର ନଜର ଆସିଛନ୍ତି । ଦୀପିକାଙ୍କ ସହ ଜଣେ ମହିଳା ବଡିଗାର୍ଡ ମଧ୍ୟ ଦେଖିବାକୁ ମିଳିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଅଭିନେତ୍ରୀଙ୍କୁ କିଛି ଦିନ ପୂର୍ବରୁ ଡିନର ଡେଟ୍‌ କରୁଥିବାର ଦେଖିବାକୁ ମିଳିଥିଲା । ସେହି ସମୟରେ ସେ ଏକ ଆରାମଦାୟକ ସବୁଜ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସୋସିଆଲ ମିଡିଆରେ ଦୀପିକାଙ୍କ ଲୁକ୍ ର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଏକ ଛୋଟ ପିଲା ଉପରେ ଭଲ ପାଇବା ଦେଉଥିବାର ନଜର ଆସିଥିଲେ । ଏହା ଦେଖିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି ।

ତେବେ ଦୀପିକା ଏବଂ ରଣବୀର ଚଳିତ ବର୍ଷ ଫେବୃଆରୀରେ ସେମାନଙ୍କର ପ୍ରେଗ୍ନେନ୍ସି କଥା ସେୟାର କରିଥିଲେ । ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ଏହି ଦମ୍ପତି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିଲେ ଏବଂ କହିଥିଲେ ଯେ ପିଲାଟି ସେପ୍ଟେମ୍ବର ୨୦୨୪ ରେ ଜନ୍ମ ହେବ । ଯାହା ପରେ ଉଭୟଙ୍କୁ ସମସ୍ତ ଲୋକ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ଦୀପିକାଙ୍କର ବେବି ହେବା ତାରିଖ ପାଖେଇ ଆସୁଥିବାରୁ ପ୍ରଶଂସକମାନେ ଉତ୍ସାହର ସହିତ ‘ବେବି ଦୀପବୀର’ର ଜନ୍ମ ଖବରକୁ ଅପେକ୍ଷା କରିଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଦୀପିକା ପାଦୁକୋନ୍ ଶେଷ ଥର ପାଇଁ ଫିଲ୍ମ ‘କଲ୍କି 2898 AD’ ରେ ନଜର ଆସିଥିଲେ । ଯାହା ଜୁନ୍ ମାସରେ ମୁକ୍ତିଲାଭ କରିଥିଲେ, ଯାହା ବକ୍ସ ଅଫିସରେ ୧୧୦୦ କୋଟି ଟଙ୍କା ରୋଜଗାର କରିଥିଲା । ପ୍ରଭାସ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଭଳି ଷ୍ଟାରମାନେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ପ୍ରଶଂସକମାନେ ସିଙ୍ଘମ୍‌କୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଦୀପିକା ଶକ୍ତି ସେଟ୍ଟୀଙ୍କ ଭୂମିକାରେ ଅଭିନୟ କରିବେ ।

The post ଏୟାରପୋର୍ଟରେ ଓଢ଼ଣୀରେ ବେବି ବମ୍ପ ଲୁଚାଉଥିବାର ନଜର ଆସିଲେ ଦୀପିକା ପାଦୁକୋନ୍‌, ଭାଇରାଲ ହେଉଛି ଫଟୋ appeared first on KNews Odisha.