ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଏସସିବି ମେଡିକାଲରେ ବୋନ ବ୍ୟାଙ୍କ
କଟକ : ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । କଟକ ଏସସିବି ମେଡିକାଲରେ ବୋନ ବ୍ୟାଙ୍କ ଉଦ୍ ଘାଟିତ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବୋନ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି । ଅସ୍ଥିଶଲ୍ୟ ବିଭାଗରେ ଏହି ବୋନ ବ୍ୟାଙ୍କ ଦ୍ବାରା ଅସ୍ଥି ସମ୍ବନ୍ଧୀୟ ରୋଗରେ ଉନ୍ନତ ଚିକିତ୍ସା ମିଳିପାରିବ । ଏହି ବୋନ ବ୍ୟାଙ୍କ ପୂର୍ବ ଭାରତରେ ପ୍ରଥମ ବୋନ ବ୍ୟାଙ୍କ […] The post ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଏସସିବି ମେଡିକାଲରେ ବୋନ ବ୍ୟାଙ୍କ appeared first on KNews Odisha.

କଟକ : ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । କଟକ ଏସସିବି ମେଡିକାଲରେ ବୋନ ବ୍ୟାଙ୍କ ଉଦ୍ ଘାଟିତ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବୋନ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି । ଅସ୍ଥିଶଲ୍ୟ ବିଭାଗରେ ଏହି ବୋନ ବ୍ୟାଙ୍କ ଦ୍ବାରା ଅସ୍ଥି ସମ୍ବନ୍ଧୀୟ ରୋଗରେ ଉନ୍ନତ ଚିକିତ୍ସା ମିଳିପାରିବ ।
ଏହି ବୋନ ବ୍ୟାଙ୍କ ପୂର୍ବ ଭାରତରେ ପ୍ରଥମ ବୋନ ବ୍ୟାଙ୍କ । ଏସସିବିରେ ବୋନ ବ୍ୟାଙ୍କର ଶୁଭାରମ୍ଭ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଏକ ନୂଆ ଆଶା ସଞ୍ଚାର କରିଛି । ଏଣିକି ଦୁର୍ଘଟଣା ଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତ ଦେହଙ୍କ ଠାରୁ ମଧ୍ୟ ଅସ୍ଥି ସଂଗ୍ରହ କରି ଏହି ବ୍ୟାଙ୍କରେ ଗଛିତ ରଖାଯାଇ ପାରିବ । ପରେ ଏହି ଅସ୍ଥିକୁ ଅନ୍ୟ ଶରୀରରେ ଉପଯୋଗ କରାଯାଇପାରିବ ।
ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏସସିବି ମେଡିକାଲରେ ବର୍ଷକୁ ପ୍ରାୟ ୫ଶହରୁ ଅଧିକ ଲୋକଙ୍କ ଅସ୍ଥି ଅସ୍ତ୍ରୋପଚାର କରାଯାଇ ବଦଳା ଯାଇଥାଏ । ବର୍ତ୍ତମାନ ସଂଗୃହୀତ ଅସ୍ଥିକୁ ଫ୍ରିଜରରେ ରଖି ତାକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ବୋଲି କହିଛନ୍ତି ମେଡିକାଲ ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ନିର୍ମଳ ଚନ୍ଦ୍ର ମହାପାତ୍ର ।
The post ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଏସସିବି ମେଡିକାଲରେ ବୋନ ବ୍ୟାଙ୍କ appeared first on KNews Odisha.