ଜନ୍ମଗତ ହୃଦରୋଗକୁ ନେଇ ସଚେତନତା କର୍ମଶାଳା
ଭୁବନେଶ୍ୱର : ଆରମ୍ଭ ହୋଇଛି ଜନ୍ମଗତ ହୃଦ୍ରୋଗ ସଚେତନତା ସପ୍ତାହ ପାଳନ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନ୍ମଗତ ହୃଦରୋଗରେ ଆକ୍ରାନ୍ତ ହୋଇଥିବା ୫୦ରୁ ଅଧିକ ଶିଶୁ ଏବଂ ତାଙ୍କର ଅଭିଭାବକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଇଛି। ଜନ୍ମଗତ ହୃଦରୋଗର ଲକ୍ଷଣ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ଏବଂ ଅପରେସନ୍ ପରବର୍ତ୍ତୀ ଜୀବନଶୈଳୀ ସମ୍ପର୍କରେ ଲୋକଙ୍କୁ ଭଲ ଭାବେ ବୁଝା ଯାଉଛି । ବିଶେଷ ଭାବରେ ଛୋଟ ପିଲାଙ୍କ ଠାରେ ଏହି ରୋଗ […] The post ଜନ୍ମଗତ ହୃଦରୋଗକୁ ନେଇ ସଚେତନତା କର୍ମଶାଳା appeared first on KNews Odisha.

ଭୁବନେଶ୍ୱର : ଆରମ୍ଭ ହୋଇଛି ଜନ୍ମଗତ ହୃଦ୍ରୋଗ ସଚେତନତା ସପ୍ତାହ ପାଳନ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନ୍ମଗତ ହୃଦରୋଗରେ ଆକ୍ରାନ୍ତ ହୋଇଥିବା ୫୦ରୁ ଅଧିକ ଶିଶୁ ଏବଂ ତାଙ୍କର ଅଭିଭାବକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଇଛି। ଜନ୍ମଗତ ହୃଦରୋଗର ଲକ୍ଷଣ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ଏବଂ ଅପରେସନ୍ ପରବର୍ତ୍ତୀ ଜୀବନଶୈଳୀ ସମ୍ପର୍କରେ ଲୋକଙ୍କୁ ଭଲ ଭାବେ ବୁଝା ଯାଉଛି ।
ବିଶେଷ ଭାବରେ ଛୋଟ ପିଲାଙ୍କ ଠାରେ ଏହି ରୋଗ ଦେଖାଯାଉଛି। ଜନ୍ମଗତ ହୃଦରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ ସଚେତନତା ସପ୍ତାହ ପାଳନ କରାଯାଏ। ଶୀଘ୍ର ଜନ୍ମଗତ ହୃଦରୋଗକୁ ଚିହ୍ନଟ କରି ତାର ସଠିକ୍ ଚିକିତ୍ସା କଲେ ସେହି ଶିଶୁମାନେ ମଧ୍ୟ ଏକ ସାଧାରଣ ଶିଶୁଙ୍କ ଭଳି ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରି ପାରିବେ।
ତେବେ ରାଜ୍ୟରେ ଦେଖିଲେ ଏହି ହୃଦରୋଗ ଛୋଟ ପିଲାଙ୍କ ପକ୍ଷେ ପ୍ରତି ୧ ହଜାରରେ ୮ ଜଣ ଶିଶୁ ଆକ୍ରାନ୍ତ ହୋଇଥାନ୍ତି। ବିଶେଷ ଭାବରେ ଓଡ଼ିଶାରେ ମୟୂରଭଞ୍ଜ, କୋରାପୁଟ, କଳାହାଣ୍ଡି ଭଳି ଜିଲ୍ଲା ଗୁଡିକରେ ଅଧିକ ଦେଖା ଯାଉଛି। ଏହି ରୋଗ ଜନ୍ମର ୬ରୁ ୭ ମାସ ମଧ୍ୟରେ ହେଲେ ଏହା ସଠିକ ଭାବରେ ଜଣା ପଡ଼ିନଥାଏ। ତେବେ ପରବର୍ତ୍ତୀ ସମୟରେ ଧୀରେ ଧୀରେ ଲକ୍ଷଣମାନ ଦେଖାଯାଇଥାଏ।
ଏନେଇ ଡାକ୍ତର ଲୋକନାଥ ଦାସ କହିଛନ୍ତି ଯେ ପୂର୍ବରୁ ଏହି ଚିକିତ୍ସା ଓଡ଼ିଶାରେ ନଥିଲା। ବର୍ତ୍ତମାନ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ସୁବିଧାରେ ଏହାର ଚିକିତ୍ସା ହୋଇପାରୁଛି। ଓଡ଼ିଶାରେ ୧ରୁ ୨ ପ୍ରତିଶତ ପିଲାଙ୍କ ଦେହରେ ଏହା ଦେଖାଯାଉଛି। କିନ୍ତୁ ପ୍ରତ୍ୟେକ ଦିନ ଓପିଡିରେ ୧୦୦ରୁ ୧୨୦ ରୋଗୀ ହୃଦରୋଗ ଜନିତ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ବିଶେଷ ଭାବରେ ଗ୍ରାମାଞ୍ଚଳର ଲୋକମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ଏହାର ଲକ୍ଷଣ ହେଉଛି, ଛୋଟ ଶିଶୁଟି କାନ୍ଦିଲା ବେଳେ ଦେହରେ ହଳଦିଆ ପଡ଼ିଯିବ। ଚାଲିବା ସମୟରେ ଧଇଁସଇଁ ହେବା ଆଦି ଲକ୍ଷଣରୁ ଜଣାପଡ଼ିବ ।
The post ଜନ୍ମଗତ ହୃଦରୋଗକୁ ନେଇ ସଚେତନତା କର୍ମଶାଳା appeared first on KNews Odisha.