ବିଗ୍‌ ବସ୍‌ ୧୮ର ନୂଆ ପ୍ରତିଯୋଗୀ, ସେଲିବ୍ରିଟିଙ୍କ ସହିତ ଆସିବେ ନଜର

ଆଜି ଆରମ୍ଭ ହେବ ବିଗବସ ୧୮ । ସଲମାନ ଖାନ୍‌ ପୁଣିଥରେ ଏହି ଶୋ’ ହୋଷ୍ଟ କରିବେ । ଶୋ’ ରେ ୯୦ ଦଶକରେ ଲୋକପ୍ରିୟ ହାସଲ କରିଥିବା ଅଭିନେତ୍ରୀ ଶିଳ୍ପା ଶିରୋଦକରଙ୍କ ଠାରୁ ଶାହାଜାଦ୍‌ ଧାମି ପର୍ଯ୍ୟନ୍ତ ସେଲିବ୍ରିଟି ନଜର ଆସିବେ । ଶୋ’ ର ଏକ ପ୍ରୋମୋ ରିଲିଜ୍‌ ହୋଇଛି, ଯାହାକୁ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ପ୍ରୋମୋ ବାହାରକୁ ଆସିବା ପରେ ସମସ୍ତେ ପଚାରୁଛନ୍ତି ଯେ, ଏଥର ବିଗ୍‌ ବସ୍‌ ଘରେ […] The post ବିଗ୍‌ ବସ୍‌ ୧୮ର ନୂଆ ପ୍ରତିଯୋଗୀ, ସେଲିବ୍ରିଟିଙ୍କ ସହିତ ଆସିବେ ନଜର appeared first on KNews Odisha.

ବିଗ୍‌ ବସ୍‌ ୧୮ର ନୂଆ ପ୍ରତିଯୋଗୀ, ସେଲିବ୍ରିଟିଙ୍କ ସହିତ ଆସିବେ ନଜର
donkey

ଆଜି ଆରମ୍ଭ ହେବ ବିଗବସ ୧୮ । ସଲମାନ ଖାନ୍‌ ପୁଣିଥରେ ଏହି ଶୋ’ ହୋଷ୍ଟ କରିବେ । ଶୋ’ ରେ ୯୦ ଦଶକରେ ଲୋକପ୍ରିୟ ହାସଲ କରିଥିବା ଅଭିନେତ୍ରୀ ଶିଳ୍ପା ଶିରୋଦକରଙ୍କ ଠାରୁ ଶାହାଜାଦ୍‌ ଧାମି ପର୍ଯ୍ୟନ୍ତ ସେଲିବ୍ରିଟି ନଜର ଆସିବେ । ଶୋ’ ର ଏକ ପ୍ରୋମୋ ରିଲିଜ୍‌ ହୋଇଛି, ଯାହାକୁ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ପ୍ରୋମୋ ବାହାରକୁ ଆସିବା ପରେ ସମସ୍ତେ ପଚାରୁଛନ୍ତି ଯେ, ଏଥର ବିଗ୍‌ ବସ୍‌ ଘରେ ସେଲିବ୍ରିଟିମାନଙ୍କ ସହିତ ଗୋଟିଏ ଗଧ ମଧ୍ୟ ନଜର ଆସୁଛି । ଏହି ଗଧ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ବିଗ୍‌ ବସ୍‌ ୧୮ର ଏକ ନୂଆ ପ୍ରୋମୋ ସେୟାର ହୋଇଛି । ଭିଡିଓରେ ଗଧକୁ ଷ୍ଟେଜ୍‌ ଉପରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଦର୍ଶକ । ବିଗ୍‌ ବସ୍‌ ସେଟ୍‌ରେ ଗଧ ଦେଖି ପ୍ରଶଂସକମାନେ ଜାଣିବାକୁ ଆଗ୍ରହୀ ଯେ, ପ୍ରକୃତରେ ଶୋ’ରେ ଗଧର ଆବଶ୍ୟକତା କ’ଣ ?

ବିଗ୍‌ ବସ୍‌ର ଏକ ଫ୍ୟାନ କ୍ଲବରେ ଗଧକୁ ନେଇ ଚର୍ଚ୍ଚା ବି ହେଉଛି । ଫ୍ୟାନ କ୍ଲବ ପକ୍ଷରୁ କୁହାଯାଇଛି ଯେ ଶୋ’ର ପ୍ରୋମୋ ଦେଖାଯାଇଥିବା ଗଧର ନାମ ହେଉଛି ମ୍ୟାକ୍ସ’ । ଯାହାକି ଏହି ସିଜିନରେ ସାମିଲ ହେବାକୁ ଯାଇଥିବା ପ୍ରତିଯୋଗୀ ଆଡଭୋକେଟ୍‌ ଗୁନାରତ୍ନା ସାଦଭାର୍ଟଙ୍କ ପେଟ୍ । ତେବେ ଏହି ଗଧ ମଧ୍ୟ ସେଲିବ୍ରିଟିମାନଙ୍କ ସହିତ ବିଗ୍‌ ବସ୍‌ ହାଉସରେ ଦେଖିବାକୁ ମିଳିବ । ତେବେ ଏହି କଥା କେତେ ସତ ତାହା ଜଣାପଡିନାହିଁ । ନିର୍ମାତାଙ୍କ ତରଫରୁ କିଛି ସ୍ପଷ୍ଟୋକ୍ତି ମିଳିନାହିଁ ।

ଅନ୍ୟପକ୍ଷରେ ପ୍ରୋମୋରେ ବିଗ୍‌ ବସ୍‌ ୧୮ ଘରେ ଗଧର ଏଣ୍ଟ୍ରି ଦେଖିବା ପରେ ଲୋକମାନେ କମେଣ୍ଟ ଦେଇଛନ୍ତି । ଅନେକ ଲୋକ ଗଧକୁ ଷ୍ଟେଜରେ ଦେଖିବା ପରେ ମଜାଳିଆ ରିୟାକ୍ସନ ଦେଇଛନ୍ତି । କେହି କେହି କହିଛନ୍ତି ଯେ ବିଗ୍‌ ବସ୍‌ ଘରର ସଦସ୍ୟମାନଙ୍କ ସହିତ ଗଧ ଦେଖିବା ମଜାଦାର ହେବ, ଆଉ କେତେକ ଗଧକୁ ଷ୍ଟେଜ ଉପରେ ଦେଖିବା ପରେ ଉଦବେଗ ପ୍ରକାଶ କରୁଛନ୍ତି ।

The post ବିଗ୍‌ ବସ୍‌ ୧୮ର ନୂଆ ପ୍ରତିଯୋଗୀ, ସେଲିବ୍ରିଟିଙ୍କ ସହିତ ଆସିବେ ନଜର appeared first on KNews Odisha.