ସାବୁନ୍, ସାମ୍ପୁ ସମେତ ଏହି ସବୁ ଜିନିଷ ହେଲା ମହଙ୍ଗା
ନୂଆଦିଲ୍ଲୀ,୧୭।୬: ଗ୍ରାହକଙ୍କୁ ମହଙ୍ଗା ମାଡରୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ପନିପରିବା ଏବଂ ଡାଲିର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଥିଲା। କିନ୍ତୁ ଏବେ ଏଫଏମସିଜି କମ୍ପାନୀଗୁଡିକ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ଗତ ୨ରୁ ୩ମାସ ମଧ୍ୟରେ, ଏଫଏମସିଡି କମ୍ପାନୀଗୁଡିକ ସେମାନଙ୍କର ଫୁଡ୍ ଏବଂ ପର୍ସନାଲ କେୟାର ପ୍ରଡକ୍ସର ମୂଲ୍ୟକୁ ୨ରୁ ୧୭ପ୍ରତିଶତ ବୃଦ୍ଧି କରିଛନ୍ତି। ବିଜନେସ ଲାଇନର ଏକ ରିପୋର୍ଟ ଅନୁଯାୟୀ, ଏଫଏମସିଜି କମ୍ପାନୀଗୁଡିକ ସାବୁନ୍ ଏବଂ ବଡି ଓ୍ବାସ୍ ଭଳି […] The post ସାବୁନ୍, ସାମ୍ପୁ ସମେତ ଏହି ସବୁ ଜିନିଷ ହେଲା ମହଙ୍ଗା appeared first on Dharitri Odia News.
ନୂଆଦିଲ୍ଲୀ,୧୭।୬: ଗ୍ରାହକଙ୍କୁ ମହଙ୍ଗା ମାଡରୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ପନିପରିବା ଏବଂ ଡାଲିର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଥିଲା। କିନ୍ତୁ ଏବେ ଏଫଏମସିଜି କମ୍ପାନୀଗୁଡିକ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ଗତ ୨ରୁ ୩ମାସ ମଧ୍ୟରେ, ଏଫଏମସିଡି କମ୍ପାନୀଗୁଡିକ ସେମାନଙ୍କର ଫୁଡ୍ ଏବଂ ପର୍ସନାଲ କେୟାର ପ୍ରଡକ୍ସର ମୂଲ୍ୟକୁ ୨ରୁ ୧୭ପ୍ରତିଶତ ବୃଦ୍ଧି କରିଛନ୍ତି।
ବିଜନେସ ଲାଇନର ଏକ ରିପୋର୍ଟ ଅନୁଯାୟୀ, ଏଫଏମସିଜି କମ୍ପାନୀଗୁଡିକ ସାବୁନ୍ ଏବଂ ବଡି ଓ୍ବାସ୍ ଭଳି ଉତ୍ପାଦର ମୂଲ୍ୟ ୨ରୁ ୯ ପ୍ରତିଶତ ବୃଦ୍ଧି କରିଛନ୍ତି । ହେୟାର ଅଏଲର ମୂଲ୍ୟ ୮ରୁ ୧୧ ପ୍ରତିଶତକୁ ବୃଦ୍ଧି କରାଯାଇଛି। ୨୦୨୨ ଏବଂ ୨୦୨୩ ପ୍ରାରମ୍ଭରେ, ଇନପୁଟ ଖର୍ଚ୍ଚ ବୃଦ୍ଧି ହେତୁ କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରିଥିଲେ । କିନ୍ତୁ କମ୍ପାନୀଗୁଡିକ ୨୦୨୩-୨୪ ଆର୍ଥିକ ବର୍ଷରେ ମୂଲ୍ୟ ବୃଦ୍ଧିକୁ ବାରଣ କରିଥିଲେ। କିନ୍ତୁ ବର୍ତ୍ତମାନ ପୁଣି ଏଫଏମସିଜି କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରିବା ଆରମ୍ଭ କରିଛନ୍ତି।
The post ସାବୁନ୍, ସାମ୍ପୁ ସମେତ ଏହି ସବୁ ଜିନିଷ ହେଲା ମହଙ୍ଗା appeared first on Dharitri Odia News.