ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀ ଛାତ୍ରୀ
ମହାକାଳପଡ଼ା,୧୬ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତ ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁର ବନ୍ଧପଡ଼ାର ଭାଗଶ୍ରୀ ରାଉତ(୧୪)। ସେ ତାଙ୍କ ମାମୁ ଘରେ ରହି ପାଠ ପଢୁଥିଲେ। ତାଙ୍କ ମା’ ବାପା ସୁଦୂର ଗୁଜରାଟରେ ସୂତା ମିଲ୍ରେ କାମ କରୁଛନ୍ତି। ତେଣୁ ସେ ମାମୁ ଘରେ ରହି ପଞ୍ଚାୟତ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ। ବୁଧବାର […] The post ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀ ଛାତ୍ରୀ appeared first on Dharitri Odia News.
ମହାକାଳପଡ଼ା,୧୬ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତ ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁର ବନ୍ଧପଡ଼ାର ଭାଗଶ୍ରୀ ରାଉତ(୧୪)। ସେ ତାଙ୍କ ମାମୁ ଘରେ ରହି ପାଠ ପଢୁଥିଲେ। ତାଙ୍କ ମା’ ବାପା ସୁଦୂର ଗୁଜରାଟରେ ସୂତା ମିଲ୍ରେ କାମ କରୁଛନ୍ତି। ତେଣୁ ସେ ମାମୁ ଘରେ ରହି ପଞ୍ଚାୟତ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ। ବୁଧବାର ସକାଳେ ମାମୁଘର ପୋଖରୀରେ ଗାଧୋଇବା ଥିବା ବେଳେ ଅସାବଧାନତା ଯୋଗୁ ଗଭୀର ଜଳରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳ ସହ ସାଙ୍ଗାସାଥୀ ମହଲରେ ଶୋକର ଛାୟା ଖେଳିଯାଇଛି।
The post ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀ ଛାତ୍ରୀ appeared first on Dharitri Odia News.