ଭୁବନେଶ୍ୱରରେ ପହଞ୍ଚିଲେ ରାଜନାଥ-ଭୂପେନ୍ଦ୍ର ଯାଦବ, ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନାମରେ ବାଜିପାରେ ମୋହର…

ଭୁବନେଶ୍ୱର,୧୧।୬: ଓଡ଼ିଶାରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଢ଼ିବାକୁ ଯାଉଛି। ବିଧାନସଭା ନିର୍ବାଚନ ୨୦୨୪ରେ ୭୮ ଆସନ ଜିତି ଭାଜପା ବହୁମତ ହାସଲ କରିଛି। ହେଲେ ଏଯାବତ ଦଳ ନିଜର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ କରିନାହିଁ। ଏସବୁ ମଧ୍ୟରେ ମଙ୍ଗଳବାର ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ବିଧାୟକ ଦଳ ନେତା ଚୟନ କରିବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି। କିଛି ସମୟ ମଧ୍ୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହାପରେ […] The post ଭୁବନେଶ୍ୱରରେ ପହଞ୍ଚିଲେ ରାଜନାଥ-ଭୂପେନ୍ଦ୍ର ଯାଦବ, ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନାମରେ ବାଜିପାରେ ମୋହର… appeared first on Dharitri Odia News.

ଭୁବନେଶ୍ୱରରେ ପହଞ୍ଚିଲେ ରାଜନାଥ-ଭୂପେନ୍ଦ୍ର ଯାଦବ, ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନାମରେ ବାଜିପାରେ ମୋହର…

ଭୁବନେଶ୍ୱର,୧୧।୬: ଓଡ଼ିଶାରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଢ଼ିବାକୁ ଯାଉଛି। ବିଧାନସଭା ନିର୍ବାଚନ ୨୦୨୪ରେ ୭୮ ଆସନ ଜିତି ଭାଜପା ବହୁମତ ହାସଲ କରିଛି। ହେଲେ ଏଯାବତ ଦଳ ନିଜର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ କରିନାହିଁ। ଏସବୁ ମଧ୍ୟରେ ମଙ୍ଗଳବାର ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ବିଧାୟକ ଦଳ ନେତା ଚୟନ କରିବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି। କିଛି ସମୟ ମଧ୍ୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହାପରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ଭାଜପାର ତୁଙ୍ଗ ନେତାଙ୍କ ମଧ୍ୟରୁ ଜଣେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ ନିଯୁକ୍ତ କରାଯିବା ପରେ ତାଙ୍କର ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଶେଷ ହୋଇଛି। ଏଣୁ ଦଳ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ପ୍ରାର୍ଥୀଙ୍କୁ ବାଛି ଚକିତ କରିପାରେ ବୋଲି ଆଲୋଚନା ହେଉଛି। ତେବେ ଜୁନ ୧୨ରେ ହେବାକୁ ଥିବା ଶପଥଗ୍ରହଣ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ କର୍ମୀମାନଙ୍କ ମଧ୍ୟରେ ଉତ୍ସାହକୁ ଦ୍ୱିଗୁଣିତ କରିଛି।

The post ଭୁବନେଶ୍ୱରରେ ପହଞ୍ଚିଲେ ରାଜନାଥ-ଭୂପେନ୍ଦ୍ର ଯାଦବ, ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନାମରେ ବାଜିପାରେ ମୋହର… appeared first on Dharitri Odia News.