ମଧ୍ୟାନ୍ନ ଭୋଜନ ଖାଇ ୩୬  ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୧୧ ଗୁରୁତରଙ୍କୁ….

ଦାରିଙ୍ଗବାଡି, ୭/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗାବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ୩୬  ଅସୁସ୍ଥ ହୋଇପଡ଼ିଥିବା ଘଟଣା ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ସିମନବାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଅଧିକା ଚିକିତ୍ସା ପାଇଁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଧିକା ଚିକିତ୍ସା ପାଇଁ ପଠାଯାଇଥିଲା ଏବଂ ୨୫ ଛାତ୍ରୀଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇଦିଆଯାଇଛି | ଦାରିଙ୍ଗବାଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ […] The post ମଧ୍ୟାନ୍ନ ଭୋଜନ ଖାଇ ୩୬  ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୧୧ ଗୁରୁତରଙ୍କୁ…. appeared first on Dharitri Odia News.

ମଧ୍ୟାନ୍ନ ଭୋଜନ ଖାଇ ୩୬  ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୧୧  ଗୁରୁତରଙ୍କୁ….

ଦାରିଙ୍ଗବାଡି, ୭/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗାବାଡି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଇ ୩୬  ଅସୁସ୍ଥ ହୋଇପଡ଼ିଥିବା ଘଟଣା ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ସିମନବାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଅଧିକା ଚିକିତ୍ସା ପାଇଁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଧିକା ଚିକିତ୍ସା ପାଇଁ ପଠାଯାଇଥିଲା ଏବଂ ୨୫ ଛାତ୍ରୀଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇଦିଆଯାଇଛି | ଦାରିଙ୍ଗବାଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିରରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଇନଚାର୍ଜ ଡ଼ଃ ଜାକେଶ ସାମନ୍ତରାୟ କହିଛନ୍ତି | ବିଡିଓ ପ୍ରୀତିରଞ୍ଜନ ରଥ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଏବିଇଓ ଗୋକୁଳାନନ୍ଦ ନାୟକ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରୀମାନେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି |ପ୍ରକାଶ ଯେ, ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ୩୬ ଛାତ୍ରୀଛାତ୍ରଙ୍କ ପେଟ କାଟିବା ଓ ପରେ କିଛି ଜଣଙ୍କୁ ବାନ୍ତି ହୋଇଥିଲା। ସମସ୍ତ ଛାତ୍ରୀଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ଓ ସହକାରୀ ଶିକ୍ଷୟିତ୍ରୀ, ସିଆରସିସି ଶିବ ଶଙ୍କର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆରକେଲ ପ୍ରଧାନ ପ୍ରମୁଖ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଛାତ୍ରୀଛାତ୍ରଙ୍କ ଅଭିଯୋଗ ପ୍ରକାରେ ମଧ୍ୟାହ୍ନ ଭୋଜନରେ ଭାତ ଏବଂ ଅଣ୍ଡା ଖାଇବାକୁ ଦିଆଯାଇଥିଲା ତେବେ ଭାତ ଖଟା ଲାଗୁଥିବା ଓ ତାକୁ ଖାଇବା ପରେ ପିଲାଙ୍କୁ ପେଟ କାଟିବା ଆରମ୍ଭ ହୋଇଥିଲା। କିଛି ଛାତ୍ରୀଛାତ୍ର ଉକ୍ତ ମଧ୍ୟାହ୍ନ ଭୋଜନକୁ ଫୋପାଡ଼ି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୬୪ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ ଅନୁପସ୍ଥିତ ରହିଥିଲେ। କେଉଁ ପରିସ୍ଥିତିରେ ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି। ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦୀର୍ଘ ଦିନ ହେଲା ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ଦାୟିତ୍ୱ ନେଇଥିବା ବେଳେ ଏହାର ତଦାରଖ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ, ସିଆରସିସି, ବିଇଓ, ଏବିଇଓନ୍‌ଙ୍କ ଦାୟିତ୍ୱ ରହିଛି। ଯାହାକି ଅହେତୁକ ଅବହେଳା କରାଯାଇଥିବା ଅଭିଭାବକ ମାନେ ଅଭିଯୋଗ କରିବା ସହ ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ୱରେ ରହିଥିବା ମହିଳାମାନେ ଘଟଣା ସ୍ଥଳକୁ ନ ଆସିବାରୁ କେଉଁ ପରିସ୍ଥିତିରେ ଖାଦ୍ୟ ଖଟା ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଚିକିତ୍ସା କରୁଥିବା ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ମଲିକ କହିଛନ୍ତି ଖାଦ୍ୟ ଖାଇବା ପରେ ଏଭଳି ଏତେଗୁଡ଼ିଏ ପିଲାଙ୍କୁ ସ୍ବାସ୍ଥ୍ୟ ଖରାପ ହେଲା ଏହା ଖାଦ୍ୟ ବିଷାକ୍ତ ହୋଇଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି।

The post ମଧ୍ୟାନ୍ନ ଭୋଜନ ଖାଇ ୩୬  ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୧୧ ଗୁରୁତରଙ୍କୁ…. appeared first on Dharitri Odia News.