ରାଜ୍ୟ ମହିଳା କମିଶନ ଭାଙ୍ଗିବା ପ୍ରସଙ୍ଗକୁ ନେଇ ହରଡ଼ଘଣାରେ ନୂଆ ସରକାର
ଭୁବନେଶ୍ବର : ବିଜେପିର କଥା ଓ କାମରେ ରହୁନି ତାଳମେଳ । ଏବେ ପୁଣି ହରଡ଼ଘଣାରେ ବାରମ୍ବାର ନିନ୍ଦାର ଶିକାର... The post ରାଜ୍ୟ ମହିଳା କମିଶନ ଭାଙ୍ଗିବା ପ୍ରସଙ୍ଗକୁ ନେଇ ହରଡ଼ଘଣାରେ ନୂଆ ସରକାର appeared first on .
ଭୁବନେଶ୍ବର : ବିଜେପିର କଥା ଓ କାମରେ ରହୁନି ତାଳମେଳ । ଏବେ ପୁଣି ହରଡ଼ଘଣାରେ ବାରମ୍ବାର ନିନ୍ଦାର ଶିକାର ହେଉଥିବା ନୂଆ ସରକାର । ରାଜ୍ୟ ମହିଳା କମିଶନକୁ ମନଇଚ୍ଛା ଭାଙ୍ଗିବା ପ୍ରସଙ୍ଗକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ବିଜେପି ସରକାର । ପ୍ରଥମେ ମହିଳା କମିଶନ ଭାଙ୍ଗିବା କହିବାର ପାଞ୍ଚ ଦିନ ପରେ ଅଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଆଉ ଏକ ଓଲଟା କାମ କରିଛନ୍ତି ରାଜ୍ୟର ସରକାର। ସବୁଠୁ ଆଶ୍ଚର୍ଯ୍ଯର କଥା ହେଉଛି, ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ଗତ ବୁଧବାର ମହିଳା କମିଶନ ଓ ସବୁ ସଦସ୍ଯଙ୍କୁ ବହିସ୍କାର କରାଯାଇଥିବା ଘୋଷଣା ହୋଇଥିଲେ ଏଯାଏଁ କମିଶନଙ୍କୁ ଏନେଇ କୌଣସି ନିର୍ଦ୍ଦେଶନାମା ପହଁଚିନାହିଁ। ମଙ୍ଗଳବାର କମିଶନ ଓ ତାଙ୍କ ସଦସ୍ଯମାନେ ପୂର୍ବପରି କାର୍ଯ୍ଯାଳୟକୁ ଯାଇଛନ୍ତି ଓ କୋର୍ଟ କାର୍ଯ୍ଯ ବି କରିଛନ୍ତି। ଏ ନେଇ ସରକାରଙ୍କ ବିରୋଧରେ ନିନ୍ଦା ଓ ଅପବାଦର ସ୍ୱର ତୀଵ୍ର ହୋଇଛି। ବୁଧବାର କମିଶନ ଭାଙ୍ଗିବାର ୫ ଦିନ ପରେ ଅର୍ଥାତ ଅକ୍ଟୋବର ୨୯ ତାରିଖରେ ଅଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏ କି ସରକାର ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମହିଳା କମିଶନ ସଦସ୍ଯା ଓ ନାରୀ ନେତ୍ରୀ। ସରକାର ବଦଳିଲେ କଣ କମିଶନ ସବୁ ବଦଳାଯାଏ କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟର ବରିଷ୍ଠ ମହିଳା ନେତ୍ରୀମାନେ। ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ହୋଇଛି କିନ୍ତୁ ମହିଳା କମିଶନ ପରିବର୍ତ୍ତନ ହୋଇନାହିଁ ବୋଲି ସିଆଇଟିୟୁ ନେତ୍ରୀ ପୁଷ୍ପା ଦାସ କହିଛନ୍ତି।
ମହିଳା କମିଶନ ଏକ ସାମ୍ବିଧାନିକ ପଦବୀ । ମନଇଚ୍ଛା ଏହାକୁ କେହି ଭାଙ୍ଗି ପାରିବେନି ବୋଲି ସିପିଏମ ପକ୍ଷରୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ କଂଗ୍ରେସ ସମୟରେ ଲୋପମୁଦ୍ରା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା ଥିଲେ। ପରବର୍ତ୍ତୀ ସମୟରେ ଜନତା ଦଳ ସରକାର ଆସିଲେ ବି ତାଙ୍କୁ ପରିବର୍ତ୍ତନ କରାଯାଇ ନ ଥିଲା। ତାଙ୍କ କାର୍ଯ୍ୟକାଳ ସରିବା ପରେ ହିଁ ଅନ୍ୟ ଜଣେ ଅଧ୍ୟକ୍ଷା ହୋଇଥିଲେ। ଏବେର ସରକାର ଅଗଣତାନ୍ତ୍ରୀକ କାର୍ଯ୍ୟ କରୁଛନ୍ତି । ଏହା ଏକଛତ୍ରବାଦର ଏକ ବଡ଼ ନମୁନା ବୋଲି କୁହାଯାଇଛି। ସେପଟେ ଯଦି କମିଶନ ସଦସ୍ୟଙ୍କୁ ବାହାର କରିସାରିଲେଣି ତେବେ ଶୋ କଜ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମହିଳା କମିଶନ ସଦସ୍ୟା ସ୍ନିଗ୍ଧା ପାଣିଗ୍ରାହୀ। ସରକାରଙ୍କ କମିଶନ ଭାଙ୍ଗିବା ନିଷ୍ପତ୍ତି ଓ ପରେ କାରଣ ଦର୍ଶାଅ ଭିତରେ ମହିଳା କମିଶନ କିନ୍ତୁ ତାଙ୍କ କାର୍ଯ୍ୟ ଜାରି ରଖିଛି । କମିଶନଙ୍କ କାର୍ଯ୍ୟାଳୟରେ ଗହଳିଚହଳି ଦେଖିବାକୁ ମିଳିଛି। ଏଥିସହିତ ଅଭିଯୋଗକାରୀଙ୍କ ଅଭିଯୋଗ ମଧ୍ୟ ଶୁଣାଣି ହେଉଛି।
The post ରାଜ୍ୟ ମହିଳା କମିଶନ ଭାଙ୍ଗିବା ପ୍ରସଙ୍ଗକୁ ନେଇ ହରଡ଼ଘଣାରେ ନୂଆ ସରକାର appeared first on .