୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ଭାବିଥିଲେ ମହମ୍ମଦ ଶାମି, ଖୁଲାସା କଲେ ସାଙ୍ଗ

ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି ତାଙ୍କ କ୍ୟାରିୟର ମଧ୍ୟରେ ସଫଳତା ପାଇଛନ୍ତି ସତ କିନ୍ତୁ ବ୍ୟକ୍ତିଗତ ଜୀବନରେ ବହୁତ କିଛି ସହିଛନ୍ତି । ମ୍ୟାଚ୍‌ ଫିକ୍ସିଂ ଠାରୁ ଆରମ୍ଭ କରି ପତ୍ନୀଙ୍କ ଠାରୁ ଛାଡପତ୍ର ପର୍ଯ୍ୟନ୍ତ ଅନେକ ସମସ୍ରାର ସାମ୍ନା କରିଛନ୍ତି । ଏସବୁ ସମସ୍ୟା ତାଙ୍କୁ ଗଭୀର ଭାବେ ଆଘାତ ଦେଇଛି । ଆଉ ଜୀବନର ଏମିତି ସମୟରେ ଶାମି ଭାଙ୍ଗିପଡିଛନ୍ତି ମଧ୍ୟ । ଉତ୍ତର ପ୍ରଦେଶରେ ଜନ୍ମିତ ୩୩ ବର୍ଷୀୟ […] The post ୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ଭାବିଥିଲେ ମହମ୍ମଦ ଶାମି, ଖୁଲାସା କଲେ ସାଙ୍ଗ appeared first on KNews Odisha.

୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ଭାବିଥିଲେ ମହମ୍ମଦ ଶାମି, ଖୁଲାସା କଲେ ସାଙ୍ଗ
shami

ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି ତାଙ୍କ କ୍ୟାରିୟର ମଧ୍ୟରେ ସଫଳତା ପାଇଛନ୍ତି ସତ କିନ୍ତୁ ବ୍ୟକ୍ତିଗତ ଜୀବନରେ ବହୁତ କିଛି ସହିଛନ୍ତି । ମ୍ୟାଚ୍‌ ଫିକ୍ସିଂ ଠାରୁ ଆରମ୍ଭ କରି ପତ୍ନୀଙ୍କ ଠାରୁ ଛାଡପତ୍ର ପର୍ଯ୍ୟନ୍ତ ଅନେକ ସମସ୍ରାର ସାମ୍ନା କରିଛନ୍ତି । ଏସବୁ ସମସ୍ୟା ତାଙ୍କୁ ଗଭୀର ଭାବେ ଆଘାତ ଦେଇଛି । ଆଉ ଜୀବନର ଏମିତି ସମୟରେ ଶାମି ଭାଙ୍ଗିପଡିଛନ୍ତି ମଧ୍ୟ ।

ଉତ୍ତର ପ୍ରଦେଶରେ ଜନ୍ମିତ ୩୩ ବର୍ଷୀୟ ଶାମି ଜୀବନରେ ଆସିଥିବା ଝଡଝଞ୍ଜାରେ ଛନ୍ଦି ହୋଇପଡିଥିଲେ । ଆଉ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାର ଖୁଲାସା ଶାମିଙ୍କ ବନ୍ଧୁ ଉମେଶ କୁମାର କରିଛନ୍ତି ।

ମହମ୍ମଦ ଶାମିଙ୍କ ବନ୍ଧୁ ଉମେଶ କୁମାର କହିଛନ୍ତି, ପାକିସ୍ତାନ ସହିତ ମିଶି ମ୍ୟାଚ ଫିକ୍ସିଂ କରିଥିବା ଖବର ତାଙ୍କ ମନରେ ଗଭୀର ଆଘାତ ଦେଇଥିଲା । ଶାମି ସବୁକିଛି ସହିପାରିବେ, କିନ୍ତୁ ଦେଶଦ୍ରୋହ ଅଭିଯୋଗ ଆସିବା ସମୟରେ ସେ ଅତ୍ୟନ୍ତ ଚାପରେ ରହିଥିଲେ। ଏପରି କି ସେ ଏକଦା ୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ମଧ୍ୟ ଚିନ୍ତା କରୁଥିଲେ ।

ତେବେ ଏଭଳି ସମୟରେ ଶାମି ମୋ ଘରେ ରହୁଥିଲେ । ପାଖାପାଖି ୪ଟା ଭୋର ସମୟରେ ପାଣି ପିଇବା ପାଇଁ ଉଠିବା ବେଳେ ଶାମି ବାଲକୋନୀରେ ଠିଆ ହୋଇଥିବା ଦେଖିବାକୁ ପାଇଥିଲି । ଆମେ ୧୯ ମହଲାରେ ରହୁଥିଲି, ତେଣୁ ଶାମିଙ୍କୁ ସେଠାରେ ଦେଖି ସବୁକିଛି ବୁଝିସାରିଥିଲି । ସେହି ରାତି ଶାମିଙ୍କ ଜୀବନରେ ସବୁଠାରୁ ଲମ୍ବା ରାତି ଥିଲା ।

ଏହି ଘଟଣାର କିଛି ଦିନ ପରେ ଫୋନକୁ ଏକ ମେସେଜ ଆସିଥିଲା, ଯେଉଁଥିରେ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଯାଞ୍ଚ କରୁଥିବା ସମିତି ଶାମିଙ୍କୁ କ୍ଲିନଚିଟ୍‌ ଦେଇଥିଲା । ଏହି ମେସେଜ ବିଶ୍ୱକପ ଜିତିବା ଭଳି ଖୁସି ଦେଇଥିଲା ।

ସୂଚନାଯୋଗ୍ୟ, ବିଶ୍ୱକପ ୨୦୨୩ ପରେ ଶାମି ଭାରତୀୟ ଟିମରୁ ବାଦ୍‌ ପଡିଛନ୍ତି । ତାଙ୍କ ଗୋଇଠିରେ ଆଘାତ ଲାଗିବା ଯୋଗୁଁ ସର୍ଜରୀ ହୋଇଥିଲା । ଫଳରେ ସେ ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିପାରିନଥିଲେ । ଫେବୃଆରୀରେ ତାଙ୍କର ସର୍ଜରୀ ହୋଇଥିଲା । ଏଥିପାଇଁ ସେ ୨୦୨୪ ଆଇପିଏଲ୍ ଏବଂ ଟି- ୨୦ ବିଶ୍ୱକପ୍ ଖେଳିନଥିଲେ । ବର୍ତ୍ତମାନ ତାଙ୍କର ଟିମକୁ ଫେରିବାର ନେଇ ଚର୍ଚ୍ଚା ହେଉଛି । ସର୍ଜରୀ ସରିବା ପରେ ଏବେ ଶାମି ଅଭ୍ୟାସ କରୁଛନ୍ତି ।  ଦୀର୍ଘ ୮ ମାସ ହେଲାଣି ଆଘାତଜନିତ ସମସ୍ୟା ଯୋଗୁଁ ମଇଦାନରୁ ଦୂରେଇ ଥିଲେ ଶାମି । ହେଲେ ଏବେ ନେଟସରେ ବୋଲିଂ କରିବା ଆରମ୍ଭ କରିଦେଇଛନ୍ତି ।

The post ୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ଭାବିଥିଲେ ମହମ୍ମଦ ଶାମି, ଖୁଲାସା କଲେ ସାଙ୍ଗ appeared first on KNews Odisha.