ଉଦୟନିଧି ଷ୍ଟାଲିନ୍ ହେଲେ ଉପମୁଖ୍ୟମନ୍ତ୍ରୀ, ଡାମିଲନାଡୁ ସରକାରରେ ବଡ଼ ଅଦଳବଦଳ
ଦ୍ରାବିଡ ମୁନ୍ନେତ୍ର କଝଗମ୍ (ଡିଏମ୍କେ) ନେତା ଉଦୟନିଧି ଷ୍ଟାଲିନ ହୋଇଛନ୍ତି ଡାମିଲନାଡୁର ଉପମୁଖ୍ୟମନ୍ତ୍ରୀ । ତାଙ୍କୁ ଡେପୁଟି ସିଏମ୍ କରାଯିବା ପରେ ସେ କହିଛନ୍ତି, ଉପମୁଖ୍ୟମନ୍ତ୍ରୀ କୌଣସି ଏକ ପଦ ନୁହେଁ, ବରଂ ଏକ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ଦଳରେ ରବିବାର ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇଛି । ଏହା ଅଧୀନରେ ରାଜ୍ୟର ତିନିଜଣ ବିଧାୟକ ଡିଏମ୍କେ ସରକାରରେ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ରାଜ୍ୟପାଳ ଆର.ଏନ୍. ରବି ଏହି ତିନି ମନ୍ତ୍ରୀଙ୍କୁ ଶପଥ […] The post ଉଦୟନିଧି ଷ୍ଟାଲିନ୍ ହେଲେ ଉପମୁଖ୍ୟମନ୍ତ୍ରୀ, ଡାମିଲନାଡୁ ସରକାରରେ ବଡ଼ ଅଦଳବଦଳ appeared first on KNews Odisha.

ଦ୍ରାବିଡ ମୁନ୍ନେତ୍ର କଝଗମ୍ (ଡିଏମ୍କେ) ନେତା ଉଦୟନିଧି ଷ୍ଟାଲିନ ହୋଇଛନ୍ତି ଡାମିଲନାଡୁର ଉପମୁଖ୍ୟମନ୍ତ୍ରୀ । ତାଙ୍କୁ ଡେପୁଟି ସିଏମ୍ କରାଯିବା ପରେ ସେ କହିଛନ୍ତି, ଉପମୁଖ୍ୟମନ୍ତ୍ରୀ କୌଣସି ଏକ ପଦ ନୁହେଁ, ବରଂ ଏକ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ଦଳରେ ରବିବାର ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇଛି । ଏହା ଅଧୀନରେ ରାଜ୍ୟର ତିନିଜଣ ବିଧାୟକ ଡିଏମ୍କେ ସରକାରରେ ମନ୍ତ୍ରୀ ପଦର ଶପଥ ନେଇଛନ୍ତି ।
ରାଜ୍ୟପାଳ ଆର.ଏନ୍. ରବି ଏହି ତିନି ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ନୂତନ ଭାବେ ନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ନିଜ ବାପା ତଥା ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ସହ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ ।
ସେନ୍ଥିଲ ବାଲାଜୀ ବିଦ୍ୟୁତ, ନିଷେଧ ଏବଂ ଅବକାରୀ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଡ. ଗୋଭି ଚେଝିୟାନ୍ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଆର. ରାଜେନ୍ଦ୍ରନଙ୍କୁ ମିଳିଛି ପର୍ଯ୍ୟଟନ ବିଭାଗ । ଏହିପରି ଏସ୍ଏମ୍ ନାସର ଆଦିବାସୀ ତାମିଲ କଲ୍ୟାଣ ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି ।
ସିଏମ୍ ଷ୍ଟାଲିନ ରାଜ୍ୟପାଳଙ୍କୁ ସେମାନଙ୍କ ନାମ ସୁପାରିଶ କରିବାର ଗୋଟିଏ ଦିନ ପରେ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି ।
କିନ୍ତୁ ଏକ ପ୍ରମୁଖ କାର୍ଯ୍ୟକ୍ରମରେ ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି । କ୍ରୀଡ଼ା ବିଭାଗ ବ୍ୟତୀତ ଉଦୟନିଧିଙ୍କୁ ଯୋଜନା ଓ ବିକାଶ ବିଭାଗ ମଧ୍ୟ ଆବଣ୍ଟିତ କରାଯାଇଛି । ଏ ନେଇ ଉଦୟନିଧି ଷ୍ଟାଲିନ ‘ଏକ୍ସ’ରେ ଏକ ପୋଷ୍ଟ ଲେଖିଛନ୍ତି । ଏଥିରେ ସେ ନିଜ ସାଥୀ ମନ୍ତ୍ରୀମାନଙ୍କ ସହ ମିଶି କାମ କରିବେ ବୋଲି କହିଛନ୍ତି ।
The post ଉଦୟନିଧି ଷ୍ଟାଲିନ୍ ହେଲେ ଉପମୁଖ୍ୟମନ୍ତ୍ରୀ, ଡାମିଲନାଡୁ ସରକାରରେ ବଡ଼ ଅଦଳବଦଳ appeared first on KNews Odisha.