ବିସିସିଆଇ ଡାକିଲା ଆଇପିଏଲର ସମସ୍ତ ଅଧିନାୟକଙ୍କ ମିଟିଂ, ନୂଆ ନିୟମ ଏବଂ ପରିବର୍ତ୍ତନ ହେବ ଆଲୋଚନା

ଆଜି ଆଇପିଏଲ କ୍ୟାପଟେନମାନଙ୍କ ବୈଠକ । ମୁମ୍ବାଇରେ ବିସିସିଆଇ ମୁଖ୍ୟାଳୟରେ ମଧ୍ୟାହ୍ନରେ ମିଟିଂ ହେବ । ମିଟିଂରେ ଅଧିନାୟକଙ୍କ ବ୍ୟତୀତ ସମସ୍ତ ୧୦ଟି ଫ୍ରାଞ୍ଚାଇଜର ମ୍ୟାନେଜର ମାନଙ୍କୁ ମଧ୍ୟ ଡକାଯାଇଛି । ଏହି ମିଟିଂ ୧ ଘଣ୍ଟା ପାଇଁ ଚାଲିବ । ମିଟିଂରେ ଆଗାମୀ ସିଜନ ପାଇଁ ନୂଆ ନିୟମ ଏବଂ ପରିବର୍ତ୍ତନ ବିଷୟରେ କୁହାଯିବ । ଆସନ୍ତା ୨୨ ତାରିଖରୁ ୧୮ ତମ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବାକୁ ଯାଉଛି । ୧୦ଟି ଦଳରୁ […] The post ବିସିସିଆଇ ଡାକିଲା ଆଇପିଏଲର ସମସ୍ତ ଅଧିନାୟକଙ୍କ ମିଟିଂ, ନୂଆ ନିୟମ ଏବଂ ପରିବର୍ତ୍ତନ ହେବ ଆଲୋଚନା appeared first on KNews Odisha.

ବିସିସିଆଇ ଡାକିଲା ଆଇପିଏଲର ସମସ୍ତ ଅଧିନାୟକଙ୍କ ମିଟିଂ, ନୂଆ ନିୟମ ଏବଂ ପରିବର୍ତ୍ତନ ହେବ ଆଲୋଚନା
ipl

ଆଜି ଆଇପିଏଲ କ୍ୟାପଟେନମାନଙ୍କ ବୈଠକ । ମୁମ୍ବାଇରେ ବିସିସିଆଇ ମୁଖ୍ୟାଳୟରେ ମଧ୍ୟାହ୍ନରେ ମିଟିଂ ହେବ । ମିଟିଂରେ ଅଧିନାୟକଙ୍କ ବ୍ୟତୀତ ସମସ୍ତ ୧୦ଟି ଫ୍ରାଞ୍ଚାଇଜର ମ୍ୟାନେଜର ମାନଙ୍କୁ ମଧ୍ୟ ଡକାଯାଇଛି । ଏହି ମିଟିଂ ୧ ଘଣ୍ଟା ପାଇଁ ଚାଲିବ । ମିଟିଂରେ ଆଗାମୀ ସିଜନ ପାଇଁ ନୂଆ ନିୟମ ଏବଂ ପରିବର୍ତ୍ତନ ବିଷୟରେ କୁହାଯିବ ।

ଆସନ୍ତା ୨୨ ତାରିଖରୁ ୧୮ ତମ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବାକୁ ଯାଉଛି । ୧୦ଟି ଦଳରୁ ୯ଟିରେ ଭାରତୀୟ ଖେଳାଳି ଲିଡ଼ କରିବାକୁ ଥିବା ବେଳେ କେଵଳ ପ୍ୟାଟ କମିନ୍ସ ହାଇଦ୍ରାବାଦର ପାଇଁ ଭାର ସମ୍ଭାଳିବେ । ତେବେ ମିଟିଂ ୧ ଘଣ୍ଟା ପାଇଁ ଚାଲିବ । ମିଟିଂ ପରେ ସମସ୍ତ ଅଧିନାକଙ୍କ ପାରମ୍ପରିକ ଫଟୋସୁଟ୍ କରାଯିବ । ପୂର୍ବରୁ ମିଟିଂ ଏବଂ ଫଟୋ ସେସନ ସିଜନର ଓପନିଂ ହେବା ସହରରେ ହୁଏ । କିନ୍ତୁ ଏଥର ବିସିସିଆଇର ମୁଖ୍ୟାଳୟରେ ଆୟୋଜନ କରାଯାଇଛି ।

୧୮ ତମ ଆଇପିଏଲରେ ଅନେକ ଦଳ ସରପ୍ରାଇଜ ଵି ଦେଇଛନ୍ତି । ବାଙ୍ଗାଲୋର ଦଳ ପାଇଁ ରାଜତ ପାଟିଦାର, ଦିଲ୍ଲୀ ପାଇଁ ଅକ୍ଷର ପଟେଲ, କେକେଆର ପାଇଁ ଆଜିଙ୍କ୍ୟ ରାହାଣେ, ପଞ୍ଜାବ ପାଇଁ ଶ୍ରେୟସ ଆୟର, ଲକ୍ଷ୍ନୌ ପାଇଁ ରିଷଭ ପନ୍ତ ଅଧିନାୟକ ଭାର ସମ୍ଭାଳିବେ । ଚେନ୍ନାଇ ପାଇଁ ଋତୁରାଜ ଗଏକୱାଡ, ଗୁଜୁରାଟ ପାଇଁ ଶୁବମନ ଗିଲ ପୂର୍ବରୁ ଅଧିନାୟକ ରହିଛନ୍ତି । ମୁମ୍ବାଇ ଟିମ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ପ୍ରାରମ୍ଭିକ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ବ କରିବେ ।

ଆଇପିଏଲ ପାଇଁ ନିଜ ନିଜ ଟିମ ସହିତ ଟ୍ରେନିଂ କ୍ୟାମ୍ପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଆଇପିଏଲର ଓପନିଂ ସେରିମନି ୨୨ ମାର୍ଚ୍ଚକୁ କୋଲକତାର ଇଡେନ ଗାର୍ଡେନରେ ଆରମ୍ଭ ହେବ । ଆଇପିଏଲ ସିଜନର ପ୍ରଥମ ମ୍ୟାଚ କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସହିତ ହେବ ।

Also Read : ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ପ୍ରେସ କନଫରେନ୍ସ କରି ଦାୟିତ୍ବ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

The post ବିସିସିଆଇ ଡାକିଲା ଆଇପିଏଲର ସମସ୍ତ ଅଧିନାୟକଙ୍କ ମିଟିଂ, ନୂଆ ନିୟମ ଏବଂ ପରିବର୍ତ୍ତନ ହେବ ଆଲୋଚନା appeared first on KNews Odisha.