ବୃଦ୍ଧାଙ୍କୁ ମିଲିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ଶବ
ସମ୍ବଲପୁର(କେନ୍ୟୁଜ) : ଆଜି ବି ଅନ୍ଧବିଶ୍ବାସ ଲୋକଙ୍କ ମନରେ ରହିଛି । ବୃଦ୍ଧାଙ୍କୁ ନେଲେନି କାନ୍ଧରେ ଶେଷରେ ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ଶବ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ୍ବାର୍ଡ ନଂ ୫ ଠାରେ ଗୋମତୀ ଛତ୍ରିଆ ( ୮୦) ନିଜ ଝିଅ ସମିତା ଗୁରୁ ୩୫ ଓ ଜ୍ବାଇଁ ମନବୋଧ ଗୁରୁଙ୍କ ସହିତ ରହୁଥିଲେ । ଗୋମତୀ ର ମୃତ୍ୟୁ ଆଜି ସକାଳେ ହୋଇଥିଲା। ଗୋମତୀର ଝିଅ ଅନ୍ୟ ଜାତିର ଜଣେ ଯୁବକଙ୍କୁ ବାହା […] The post ବୃଦ୍ଧାଙ୍କୁ ମିଲିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ଶବ appeared first on KNews Odisha.

ସମ୍ବଲପୁର(କେନ୍ୟୁଜ) : ଆଜି ବି ଅନ୍ଧବିଶ୍ବାସ ଲୋକଙ୍କ ମନରେ ରହିଛି । ବୃଦ୍ଧାଙ୍କୁ ନେଲେନି କାନ୍ଧରେ ଶେଷରେ ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ଶବ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ୍ବାର୍ଡ ନଂ ୫ ଠାରେ ଗୋମତୀ ଛତ୍ରିଆ ( ୮୦) ନିଜ ଝିଅ ସମିତା ଗୁରୁ ୩୫ ଓ ଜ୍ବାଇଁ ମନବୋଧ ଗୁରୁଙ୍କ ସହିତ ରହୁଥିଲେ । ଗୋମତୀ ର ମୃତ୍ୟୁ ଆଜି ସକାଳେ ହୋଇଥିଲା। ଗୋମତୀର ଝିଅ ଅନ୍ୟ ଜାତିର ଜଣେ ଯୁବକଙ୍କୁ ବାହା ହୋଇଛି। ।ଝିଅ ଅନ୍ୟ ଜାତିର ଯୁବକ ସହିତ ଘର କରିଥିବା ଦୃଷ୍ଟିରୁ କାନ୍ଧ ଦେବାକୁ ନିଜ ସମ୍ପର୍କୀୟ ଆସିଲେ ନାହିଁ। ଶେଷରେ ଗୋମତୀ ର ପୁତୁରା ସହିତ ଜ୍ବାଇଁ ଏକ ଟ୍ରଲି ରିକ୍ସାରେ ମୃତ ଦେହକୁ ବୋହି ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଗୋମତୀଙ୍କ ଝିଅ ଜ୍ବାଇଁ ଅତି ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।
The post ବୃଦ୍ଧାଙ୍କୁ ମିଲିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ଶବ appeared first on KNews Odisha.