ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ : ଜନୈକା ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ । ଏହି କୋର୍ଟରେ ଦୁଷ୍କର୍ମକାରୀ ବିକାଶ ନାଏକ ଦୋଷୀ ସାବ୍ୟସ୍ତ ହୋଇଛି । ଦୋଷୀକୁ ୫ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଜରିମାନା ଅନାଦେୟ ଅଧିକ ୨ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି । ଦୁଷ୍କର୍ମ […] The post ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ appeared first on KNews Odisha.

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ
verdict

କଟକ : ଜନୈକା ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ । ଏହି କୋର୍ଟରେ ଦୁଷ୍କର୍ମକାରୀ ବିକାଶ ନାଏକ ଦୋଷୀ ସାବ୍ୟସ୍ତ ହୋଇଛି । ଦୋଷୀକୁ ୫ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଜରିମାନା ଅନାଦେୟ ଅଧିକ ୨ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି ।

ଦୁଷ୍କର୍ମ ଘଟଣାର ୨୨ ଜଣ ସାକ୍ଷୀ ଓ ବିଭିନ୍ନ ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦିଆଯାଇଛି । ୨୦୧୮ ମସିହା ଜୁଲାଇ ୧୮ ତାରିଖରେ ଏହି ମାମଲା ଆଠଗଡ଼ ଥାନାରେ ରୁଜ୍ଜୁ ହୋଇଥିଲା । ନାବଳିକାକୁ ଅପହରଣ କରି ନେଇ ଦୀର୍ଘ ଦିନ ଧରି ଦୋଷୀ ନାବାଳିକାକୁ ଦୁଷ୍କର୍ମ କରିଥିଲା । ସରକାରଙ୍କ ପକ୍ଷରୁ ଏହି ମାମଲା ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ବିଶ୍ୱଜିତ ରାୟ ପରିଚାଳନା କରୁଥିଲେ।

The post ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ appeared first on KNews Odisha.