ପାକିସ୍ତାନର ବୋଲିଂ ଆତଙ୍କ: ୧୧୯ ରନ୍ରେ ଅଲ୍ ଆଉଟ୍ ହେଲା ଟିମ୍ ଇଣ୍ଡିଆ, ବିରାଟ,ରୋହିତ ଓ ସୂର୍ଯ୍ୟ ସବୁ ଫେଲ୍
ନ୍ୟୁୟର୍କ: ବିଶ୍ୱକପ୍ରେ ପାକିସ୍ତାନ ଆଗରେ ଟିମ୍ ଇଣ୍ଡିଆର ଫ୍ଲପ୍ ଶୋ। ଫେଲ୍ ମାରିଲେ କ୍ୟାପ୍ଟେନ୍ ରୋହିତ, ବିରାଟ,ହାର୍ଦ୍ଦିକ ଓ ସୁର୍ଯ୍ୟକୁମାର। ବିଶ୍ୱକପ୍ରେ ଭାରତକୁ ଅଲ୍ ଆଉଟ୍ କଲା ପାକିସ୍ତାନ।ଆମେରିକାର ନ୍ୟୁୟର୍କ ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅନ୍ୟପଟେ ଭାରତ ପ୍ରଥମେ ବ୍ୟାଟିଂ କରି ଅତି ଖରାପ ପ୍ରଦର୍ଶନ କରିଛି। ଦଳ ସମ୍ପୂର୍ଣ୍ଣ ୨୦ ଓଭର ସୁଦ୍ଧା ଖେଳିପାରି ନାହିଁ। ୧୯ ଓଭରରେ ଭାରତ ୧୧୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ମ୍ୟାଚ୍ ଜିତିବାକୁ ହେଲେ ପାକିସ୍ତାନକୁ ୧୨୦ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଋଷଭ ପନ୍ତ ୩୧ ବଲରେ ସର୍ବାଧିକ ୪୨ ରନ କରିଥିଲେ। ବିରାଟ କୋହଲି ୪, ରୋହିତ ଶର୍ମା ୧୩, ସୂର୍ଯ୍ୟକୁମାର ଯାଦବ ୭, ଶିବମ ଦୁବେ ୩ ଏବଂ ରବିନ୍ଦ୍ର ଜାଡେଜା ଖାତା ନ ଖୋଲି ଆଉଟ୍ ହୋଇଥିଲେ। ପାକିସ୍ତାନ ପାଇଁ ନାସିମ ଶାହା ଏବଂ ହରିସ ରାଉଫ ଉଭୟ ୩ ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପକି ମହମ୍ମଦ ଆମିରଙ୍କୁ ଦୁଇଟି ସଫଳତା ମିଳିଥିଲା।ଆଜି ଆରମ୍ଭରୁ ଭାରତ ଖରାପ ବ୍ୟାଟିଂ କରିଥିଲା। ମାତ୍ର ୩ ବଲରେ ୪ ରନ୍ କରିବା ପରେ ପ୍ରଥମେ ବିରାଟ କୋହଲି ନାସିମ ଶାହାଙ୍କ ଶିକାର ହୋଇଥିଲେ। ଏହା ପରେ ରୋହିତ ଶର୍ମା ୧୨ ବଲରେ ୧୩ ରନ୍ କରିବା ପରେ
ନ୍ୟୁୟର୍କ: ବିଶ୍ୱକପ୍ରେ ପାକିସ୍ତାନ ଆଗରେ ଟିମ୍ ଇଣ୍ଡିଆର ଫ୍ଲପ୍ ଶୋ। ଫେଲ୍ ମାରିଲେ କ୍ୟାପ୍ଟେନ୍ ରୋହିତ, ବିରାଟ,ହାର୍ଦ୍ଦିକ ଓ ସୁର୍ଯ୍ୟକୁମାର। ବିଶ୍ୱକପ୍ରେ ଭାରତକୁ ଅଲ୍ ଆଉଟ୍ କଲା ପାକିସ୍ତାନ।
ଆମେରିକାର ନ୍ୟୁୟର୍କ ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅନ୍ୟପଟେ ଭାରତ ପ୍ରଥମେ ବ୍ୟାଟିଂ କରି ଅତି ଖରାପ ପ୍ରଦର୍ଶନ କରିଛି। ଦଳ ସମ୍ପୂର୍ଣ୍ଣ ୨୦ ଓଭର ସୁଦ୍ଧା ଖେଳିପାରି ନାହିଁ। ୧୯ ଓଭରରେ ଭାରତ ୧୧୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ମ୍ୟାଚ୍ ଜିତିବାକୁ ହେଲେ ପାକିସ୍ତାନକୁ ୧୨୦ ରନ୍ କରିବାକୁ ପଡ଼ିବ।
ଭାରତ ପକ୍ଷରୁ ଋଷଭ ପନ୍ତ ୩୧ ବଲରେ ସର୍ବାଧିକ ୪୨ ରନ କରିଥିଲେ। ବିରାଟ କୋହଲି ୪, ରୋହିତ ଶର୍ମା ୧୩, ସୂର୍ଯ୍ୟକୁମାର ଯାଦବ ୭, ଶିବମ ଦୁବେ ୩ ଏବଂ ରବିନ୍ଦ୍ର ଜାଡେଜା ଖାତା ନ ଖୋଲି ଆଉଟ୍ ହୋଇଥିଲେ। ପାକିସ୍ତାନ ପାଇଁ ନାସିମ ଶାହା ଏବଂ ହରିସ ରାଉଫ ଉଭୟ ୩ ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପକି ମହମ୍ମଦ ଆମିରଙ୍କୁ ଦୁଇଟି ସଫଳତା ମିଳିଥିଲା।
ଆଜି ଆରମ୍ଭରୁ ଭାରତ ଖରାପ ବ୍ୟାଟିଂ କରିଥିଲା। ମାତ୍ର ୩ ବଲରେ ୪ ରନ୍ କରିବା ପରେ ପ୍ରଥମେ ବିରାଟ କୋହଲି ନାସିମ ଶାହାଙ୍କ ଶିକାର ହୋଇଥିଲେ। ଏହା ପରେ ରୋହିତ ଶର୍ମା ୧୨ ବଲରେ ୧୩ ରନ୍ କରିବା ପରେ ଆଉଟ ହୋଇଥିଲେ। ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଦଳ ପାଇଁ ରନ ଯୋଗାଡ଼ କରିବାକୁ ବହୁତ ସଂଘର୍ଷ କରିଥିଲେ। କିନ୍ତୁ ଅନ୍ୟବ୍ୟାଟରମାନଙ୍କ ସହଯୋଗ ମିଳି ନଥିଲା। ଗୋଟିଏ ପରେ ଗୋଟିଏ ବ୍ୟାଟର ଆଉଟ୍ ହୋଇଥିଲେ। ଋଷବ ପନ୍ତ ୩ଟି ବଲରେ ୪୨ ରନ୍ କରି ଆଉଟ ହୋଇଥିଲେ। ସେ ୪ ଚୌକା ମାରିଥିଲେ। ସେହିପରି ଅକ୍ଷର ପଟେଲ ୧୮ ବଲରେ ୨୦ ରନ୍ ସଂଗ୍ରହ କରିଥିଲେ। ସୁର୍ଯ୍ୟକୁମାର ଯାଦବ ୮ ଟି ବଲରେ ୭ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।
ଆଇପିଏଲରେ ହିରୋ ବିଶ୍ୱକପରେ ଜିରୋ
ନିକଟରେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଶିବମ୍ ଦୁବେ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିଥିଲେ। ୯ ବଲରେ ୩ ରନ୍ ବନାଇ ନାସିମ ଶାହାଙ୍କ ବୋଲିଂରେ ଆଉଟ ହୋଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୭ ରନ୍ ସଂଗ୍ରହ କରିଥିଲେ। ହରିସ୍ ରାଉଫ୍ ତାଙ୍କୁ ଆଉଟ୍ କରିଥିଲେ।ସେହିପରି ଆଉଜଣେ ଅଲ୍ ରାଉଣ୍ଡର ରବିନ୍ଦ୍ର ଜାଡେଜା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ସେହିପରି ଜସପ୍ରୀତ ବୁମ୍ରା ମଧ୍ୟ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ତେବେ ଅର୍ଶଦୀପ ସିଂ ୧୩ ବଲରେ ୯ ରନ୍ ସଂଗ୍ରହ କରିଥିବାବେଳେ ମହମ୍ମଦ ସିରାଜ ୭ ବଲରେ ୭ ରନ୍ ସଂଗ୍ରହ କରିଥିଲେ।
ପାକିସ୍ତାନର ପକ୍ଷରୁ ନାସିମ ଶାହା ଏବଂ ହରିସ ରାଉଫ ଉଭୟ ୩ ଟି ଲେଖାଏ ୱିକେଟ ନେଇଥିବା ବେଳେ ମହମ୍ମଦ ଆମିର ୨ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଶାହିନ୍ ଆଫ୍ରିଦି ରୋହିତ ଶର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।