ରାଜଧାନୀରେ ପୁଣି ଦେଖାଦେଲା ଆଉ ଏକ ସମସ୍ୟା

ନୂଆଦିଲ୍ଲୀ, ୧୧।୬: ପାଣି ପାଇଁ ହଇରାଣ ହେଉଥିବା ରାଜଧାନୀ ଦିଲ୍ଲୀ ବାସିନ୍ଦା ଏବେ ଆଉ ଗୋଟିଏ ସମସ୍ୟାରେ ପଡ଼ିଛନ୍ତି । ଦିଲ୍ଲୀର କିଛି ଅଞ୍ଚଳରେ ଏବେ ବିଜୁଳି ସମସ୍ୟା ଦେଖାଦେଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅତିଶୀ । ଉତ୍ତର ପ୍ରଦେଶର ମଣ୍ଡୋଲାରେ ଥିବା ପିଜିସିଆଇଏଲର ଏକ ସବ୍‌ ଷ୍ଟେସନ୍‌ରେ ନିଆଁ ଲାଗିଛି । ଏହି ସବ୍‌ ଷ୍ଟେସନ୍‌ରୁ ଦିଲ୍ଲୀକୁ ୧୫ ଶହ ମେଗାୱାଟ୍‌ ବିଜୁଳି ମିଳିଥାଏ। ତେଣୁ ଏହି ଷ୍ଟେସନ୍‌ରୁ ବିଜୁଳି ସେବା ବନ୍ଦ ଥିବାରୁ ବିଭିନ୍ନ […] The post ରାଜଧାନୀରେ ପୁଣି ଦେଖାଦେଲା ଆଉ ଏକ ସମସ୍ୟା appeared first on Dharitri Odia News.

ରାଜଧାନୀରେ ପୁଣି ଦେଖାଦେଲା ଆଉ ଏକ ସମସ୍ୟା

ନୂଆଦିଲ୍ଲୀ, ୧୧।୬: ପାଣି ପାଇଁ ହଇରାଣ ହେଉଥିବା ରାଜଧାନୀ ଦିଲ୍ଲୀ ବାସିନ୍ଦା ଏବେ ଆଉ ଗୋଟିଏ ସମସ୍ୟାରେ ପଡ଼ିଛନ୍ତି । ଦିଲ୍ଲୀର କିଛି ଅଞ୍ଚଳରେ ଏବେ ବିଜୁଳି ସମସ୍ୟା ଦେଖାଦେଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅତିଶୀ । ଉତ୍ତର ପ୍ରଦେଶର ମଣ୍ଡୋଲାରେ ଥିବା ପିଜିସିଆଇଏଲର ଏକ ସବ୍‌ ଷ୍ଟେସନ୍‌ରେ ନିଆଁ ଲାଗିଛି । ଏହି ସବ୍‌ ଷ୍ଟେସନ୍‌ରୁ ଦିଲ୍ଲୀକୁ ୧୫ ଶହ ମେଗାୱାଟ୍‌ ବିଜୁଳି ମିଳିଥାଏ। ତେଣୁ ଏହି ଷ୍ଟେସନ୍‌ରୁ ବିଜୁଳି ସେବା ବନ୍ଦ ଥିବାରୁ ବିଭିନ୍ନ ଅଞ୍ଚଳରେ ପାୱାର କଟ୍‌ ହୋଇଛି । ଏହା ଏକ ବଡ଼ ସମସ୍ୟା । ଚିନ୍ତାର ବିଷୟ ଏହିକି ଯେ, ଦେଶର ଇଲେକ୍ଟିସିଟି ଭିତ୍ତିଭୂମି ଫେଲ୍‌ ହୋଇଥିବା ସେ କହିଛନ୍ତି ।
ଏହି ଘଟଣା ପରେ ପୂର୍ବ ଦିଲ୍ଲୀର ଅନେକ ଅଞ୍ଚଳ, ଦକ୍ଷିଣ ଦିଲ୍ଲୀର ସୁଖଦେବ ବିହାର, ଆଶ୍ରମ, ସରିତା ବିହାର ସମେତ କେତେକ ଅଞ୍ଚଳ ପ୍ରଭାବିତ ହୋଇଛି। ଅନ୍ୟପଟେ ଦିଲ୍ଲୀର ବିଜୁଳି ବିତରଣ କମ୍ପାନୀମାନେ ବିଜୁଳି ସମସ୍ୟା ଦୂର କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଥିବା ଅତିଶୀ ସୂଚନା ଦେଇଛନ୍ତି ।

The post ରାଜଧାନୀରେ ପୁଣି ଦେଖାଦେଲା ଆଉ ଏକ ସମସ୍ୟା appeared first on Dharitri Odia News.