ବାହାର ରାଜ୍ୟରୁ ଖେଳିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ

ଭୁବନେଶ୍ୱର, ୨୨।୭ (ତପନ ସ୍ବାଇଁ): ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟ ତାରକା ଶୁଭ୍ରାଂଶୁ ସେନାପତି ଓଡ଼ିଶା ଛାଡ଼ି ବାହାର ରାଜ୍ୟରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସିଜନରେ ସେ ସମ୍ଭବତଃ ମଧ୍ୟପ୍ରଦେଶ କିମ୍ବା ବିଦର୍ଭ ପକ୍ଷରୁ ଖେଳିପାରନ୍ତି। ଏଥିପାଇଁ ସେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ଏନ୍‌ଓସି ପାଇଁ ଆବେଦନ ମଧ୍ୟ କରି ସାରିଛନ୍ତି। ଆନୁଷ୍ଠାନିକ ଭାବେ ସେ କିଛି ଘୋଷଣା କରି ନ ଥିଲେ ମଧ୍ୟ ସମ୍ଭବତଃ ବାହାର ରାଜ୍ୟରୁ ଖେଳିଲେ ତାଙ୍କ କ୍ରିକେଟ କ୍ୟାରିୟର ଆଗକୁ […] The post ବାହାର ରାଜ୍ୟରୁ ଖେଳିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ appeared first on Dharitri Odia News.

ବାହାର ରାଜ୍ୟରୁ ଖେଳିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ

ଭୁବନେଶ୍ୱର, ୨୨।୭ (ତପନ ସ୍ବାଇଁ): ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟ ତାରକା ଶୁଭ୍ରାଂଶୁ ସେନାପତି ଓଡ଼ିଶା ଛାଡ଼ି ବାହାର ରାଜ୍ୟରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସିଜନରେ ସେ ସମ୍ଭବତଃ ମଧ୍ୟପ୍ରଦେଶ କିମ୍ବା ବିଦର୍ଭ ପକ୍ଷରୁ ଖେଳିପାରନ୍ତି। ଏଥିପାଇଁ ସେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ଏନ୍‌ଓସି ପାଇଁ ଆବେଦନ ମଧ୍ୟ କରି ସାରିଛନ୍ତି। ଆନୁଷ୍ଠାନିକ ଭାବେ ସେ କିଛି ଘୋଷଣା କରି ନ ଥିଲେ ମଧ୍ୟ ସମ୍ଭବତଃ ବାହାର ରାଜ୍ୟରୁ ଖେଳିଲେ ତାଙ୍କ କ୍ରିକେଟ କ୍ୟାରିୟର ଆଗକୁ ବଢ଼ିପାରିବ ବୋଲି ସେ ଅନୁମାନ କରୁଛନ୍ତି। ”ଏହା ମୋର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି। କେତେକ ସ୍ଥାନରୁ ମୋ ପାଇଁ ଅଫର ଆସିଛି। ମୁଁ ଏହାକୁ ଚ୍ୟାଲେଞ୍ଜ ଭାବେ ନେବାକୁ ଚାହୁଁଛି। ଭବିଷ୍ୟତରେ ଯେ ମୁଁ ପୁଣି ଓଡ଼ିଶା ପକ୍ଷରୁ ଖେଳିବିନି ଏହା ଭୁଲ କଥା। ବାହାର ରାଜ୍ୟରୁ ଖେଳି ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଥିବାରୁ ଏପରି ନିଷ୍ପତ୍ତି ନେଉଛି“ ବୋଲି ଶୁଭ୍ରାଂଶୁ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ରବିବାର ଶେଷ ହୋଇଥିବା ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)ରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ ହେଁ ସେଥିରେ ଶୁଭ୍ରାଂଶୁଙ୍କ ନାଁ ନ ଥିଲା। ଏହା ଅନେକଙ୍କୁ ବିସ୍ମିତ କରିଥିଲା। ମାତ୍ର ଆହତ ସମସ୍ୟା ଯୋଗୁ ଏପରି ହୋଇଥିବା ସେ କହିଛନ୍ତି। ଶୁଭ୍ରାଂଶୁ ୨୦୧୬-୧୭ ସିଜନରେ ଓଡ଼ିଶା ପକ୍ଷରୁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ। ସେହିବର୍ଷ ସେ ଆନ୍ତଃରାଜ୍ୟ ଟି୨୦ ଟୁର୍ନାମେଣ୍ଟରେ ଟି୨୦ ଏବଂ ବିଜୟ ହଜାରେ ଟ୍ରଫିରେ ଲିଷ୍ଟ-ଏ ପଦାର୍ପଣ କରିଥିଲେ। ୨୦୧୭-୧୮ ସିଜନରେ ସେ ୬ ମ୍ୟାଚରୁ ୪୨୭ ଓ ୨୦୧୮-୧୯ ସିଜନରେ ୬୧୭ ରନ କରି ଓଡ଼ିଶା ପକ୍ଷରୁ ଅଗ୍ରଣୀ ସ୍କୋରର ହୋଇଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ୨୦୨୨ରେ ହୋଇଥିବା ଖେଳାଳି ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ କିଣିଥିଲା ଏବଂ ୨୦୨୩ ସିଜନ ପାଇଁ ରିଟେନ ରଖିଥିଲା। ଇତିମଧ୍ୟରେ ସେ ୫୧ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରେ ୮ ଶତକ ସହ ୨୯୬୭ ରନ ସ୍କୋର କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୭୭ ରନ। ଏହା ବ୍ୟତୀତ ସେ ୪୯ ଲିଷ୍ଟ-ଏ ମ୍ୟାଚରୁ ୨ ଶତକ ସହ ୧୩୫୦ ଓ ୩୯ଟି ଟି୨୦ ମ୍ୟାଚରେ ଗୋଟିଏ ଶତକ ସହିତ ୧୦୮୨ ରନ ସଂଗ୍ରହ କରିଛନ୍ତି।
ଓଡ଼ିଶାରୁ କୌଣସି ଖେଳାଳି ବାହାର ରାଜ୍ୟ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେବା ଏହା ପ୍ରଥମ ନୁହେଁ। ଅନେକ ଖେଳାଳି ଏହି ତାଲିକାରେ ରହିଛନ୍ତି। ତେବେ ଓଡ଼ିଶାରୁ ଯାଇ ବାହାର ରାଜ୍ୟରୁ ପ୍ରତିନିଧିତ୍ୱ କରି ସର୍ବାଧିକ ସଫଳ ହୋଇଥିବା ଖେଳାଳିଙ୍କ ତାଲିକା ଶୀର୍ଷରେ ରହିଛନ୍ତି ରଶ୍ମି ରଞ୍ଜନ ପରିଡ଼ା। ରଶ୍ମି କ୍ୟାରିୟରରେ ଓଡ଼ିଶା ସହିତ ରାଜସ୍ଥାନ, ବିଦର୍ଭ ଓ ଆସାମ ପକ୍ଷରୁ ଘରୋଇ କ୍ରିକେଟ ଖେଳିଛନ୍ତି। ରାଜସ୍ଥାନକୁ ପ୍ଲେଟ୍‌ ଗ୍ରୁପ୍‌ରୁ ଏଲିଟ ଗ୍ରୁପ୍‌କୁ ନେଇ ୨୦୧୦-୧୧ରେ ରଣଜୀ ଚାମ୍ପିୟନ କରାଇବାରେ ତାଙ୍କର ବଡ଼ ଅବଦାନ ରହିଛି। ଫଳରେ ଓଡ଼ିଶା ଖେଳାଳି ହୋଇଥିଲେ ମଧ୍ୟ ସେ ରଣଜୀ ଟ୍ରଫି ଚାମ୍ପିୟନ ହେବାର ଗୌରବ ଲାଭ କରିଛନ୍ତି। ଏବେ ଶୁଭ୍ରାଂଶୁ ସେହି ପଥର ପଥିକ ହେବାକୁ ଯାଉଛନ୍ତି।

The post ବାହାର ରାଜ୍ୟରୁ ଖେଳିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ appeared first on Dharitri Odia News.