ଭୋଟର ସଚେତନତା ବାର୍ତ୍ତା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଛି I ରାଜ୍ୟରେ ୫ ଟି ଲୋକସଭା ଆସନ ସହିତ ୩୫ ଟି ବିଧାନସଭା ଆସନରେ ହେଉଛି ଭୋଟ ଗ୍ରହଣ I ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ସୋମବାର ପୂର୍ବାହ୍ନରେ ଗଣମାଧ୍ୟମରେ ପ୍ରତିନିଧିମାନଙ୍କୁ ଏକ ପ୍ରେସ୍‌ବାର୍ତ୍ତାରେ ଶ୍ରୀ ଧଳ କହିଛନ୍ତି ଯେ ଉପରୋକ୍ତ ୫ ସଂସଦୀୟ […]

ଭୋଟର ସଚେତନତା ବାର୍ତ୍ତା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୋଟର ସଚେତନତା ବାର୍ତ୍ତା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଛି I ରାଜ୍ୟରେ ୫ ଟି ଲୋକସଭା ଆସନ ସହିତ ୩୫ ଟି ବିଧାନସଭା ଆସନରେ ହେଉଛି ଭୋଟ ଗ୍ରହଣ I ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ସୋମବାର ପୂର୍ବାହ୍ନରେ ଗଣମାଧ୍ୟମରେ ପ୍ରତିନିଧିମାନଙ୍କୁ ଏକ ପ୍ରେସ୍‌ବାର୍ତ୍ତାରେ ଶ୍ରୀ ଧଳ କହିଛନ୍ତି ଯେ ଉପରୋକ୍ତ ୫ ସଂସଦୀୟ କ୍ଷେତ୍ରରେ ୯୧୬୨ ମତଦାନ କେନ୍ଦ୍ରରେ ନାଗରିକମାନେ ମତଦାନ କରୁଛନ୍ତି ଏବଂ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି ।

ସୂଚନାଯୋଗ୍ୟ ଆଜି ୫ଟି ସଂସଦୀୟ କ୍ଷେତ୍ର ଯଥା : ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ପାଇଁ ହେଉଛି ଭୋଟ ଗ୍ରହଣ I ଏଥିପାଇଁ ୭୯,୬୯,୮୮୭ ମତଦାତା ପଂଜୀକୃତ ହୋଇଛନ୍ତି । ମକ୍‌ପୋଲବେଳେ ଯେଉଁ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା ସେଠାରେ ଇଭିଏମ୍‌ ରିପ୍ଲେସ୍‌ କରାଯାଇଛି ଏବଂ ଶୃଙ୍ଖଳିତ ଭାବେ ମତଦାନ ଜାରି ରହିଛି । ସକାଳ ୯ ଘଟିକା ସୁଦ୍ଧା ଆପାତତଃ ୭ ଶତକଡ଼ା ମତଦାନ ହୋଇଥିବା ଜଣାପଡ଼ିଛି ଏବଂ ଏହା ଆଗକୁ ବଢ଼ିବ । ସହରାଞ୍ଚଳରେ ମତଦାନ ହାର ବୃଦ୍ଧି ହେବାର ଆଶା କରାଯାଉଛି । ୫୪୦୦ରୁ ଅଧିକ ବୁଥ୍‌ରେ ୱେବକାଷ୍ଟିଂ କରାଯାଇ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି I ଆଇନଶୃଙ୍ଖଳା ରକ୍ଷା ଦିଗରେ କଡ଼ା ଅଭିମୁଖ୍ୟ ଗ୍ରହଣ କରାଯିବା ସହ ‘ଶୂନ୍ୟ ସହନଶୀଳ’ ନୀତିକୁ ଆଧାର କରାଯାଇଛି । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ନାଗରିକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହେଉଛି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଭୋଟର ସଚେତନତା ବାର୍ତ୍ତା ‘ ମିଳିମିଶି ହେ ମା ଯୋଟ୍‌, ସଭେଁ ଆସ ଦେ ମା ଭୋଟ୍‌’, ‘ଗାଁ କି ସହର ଯେଉଁଠି ଥାଅ, ନିଜର ଭୋଟ ନିଶ୍ଚୟ ଦିଅ’ ଉଲ୍ଲେଖ କରି ନିର୍ବାଚନର ପର୍ବ ଦେଶର ଗର୍ବ ବୋଲି କହିବା ସହିତ ସମସ୍ତ ନାଗରିକ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ଦେଶ ପ୍ରତି ନିଜର ପବିତ୍ର କର୍ତ୍ତବ୍ୟ ନିଭାଇବାକୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ସୋମବାର ସକାଳେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ତିରୁମାଲା ନାୟକ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ଓ ପରିଚାଳନା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚିତ କରିଥିଲେ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି, ଯୁଗ୍ମ ମୁଖ୍ୟ ନର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।