ବଡ଼ ନିଷ୍ପତ୍ତି ନେଲେ ସରକାର: ଆଉ ଦେବାକୁ ପଡ଼ିବନି ଟୋଲ୍ ଫି
ମୁମ୍ବାଇ,୧୩।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ମୁମ୍ବାଇରେ ପ୍ରବେଶ କରୁଥିବା ସମସ୍ତ ପାଞ୍ଚଟି ଟୋଲ ବୁଥରେ ଲାଇଟ ମୋଟର ଯାନ ପାଇଁ ଟୋଲ ଫି ସମ୍ପୂର୍ଣ୍ଣ ଛାଡ ଘୋଷଣା କରିଛନ୍ତି। ଏହି ନିୟମ ସୋମବାର ରାତି ୧୨ ଟାରୁ କାର୍ଯ୍ୟକାରୀ ହେବ। ଏହି ଘୋଷଣା ପରେ ଛୋଟ ଯାନବାହନକୁ ସମସ୍ତ ପାଞ୍ଚ ଟୋଲ ବୁଥରେ କୌଣସି ଟୋଲ ଦେବାକୁ ପଡ଼ିବ ନାହିଁ। ମୁମ୍ବାଇର ପ୍ରବେଶ ପଏଣ୍ଟରେ […] The post ବଡ଼ ନିଷ୍ପତ୍ତି ନେଲେ ସରକାର: ଆଉ ଦେବାକୁ ପଡ଼ିବନି ଟୋଲ୍ ଫି appeared first on Dharitri Odia News.
ମୁମ୍ବାଇ,୧୩।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ମୁମ୍ବାଇରେ ପ୍ରବେଶ କରୁଥିବା ସମସ୍ତ ପାଞ୍ଚଟି ଟୋଲ ବୁଥରେ ଲାଇଟ ମୋଟର ଯାନ ପାଇଁ ଟୋଲ ଫି ସମ୍ପୂର୍ଣ୍ଣ ଛାଡ ଘୋଷଣା କରିଛନ୍ତି। ଏହି ନିୟମ ସୋମବାର ରାତି ୧୨ ଟାରୁ କାର୍ଯ୍ୟକାରୀ ହେବ। ଏହି ଘୋଷଣା ପରେ ଛୋଟ ଯାନବାହନକୁ ସମସ୍ତ ପାଞ୍ଚ ଟୋଲ ବୁଥରେ କୌଣସି ଟୋଲ ଦେବାକୁ ପଡ଼ିବ ନାହିଁ। ମୁମ୍ବାଇର ପ୍ରବେଶ ପଏଣ୍ଟରେ ଏହି ପାଞ୍ଚଟି ଟୋଲ୍ ବୁଥ୍ ରହିଛି।
ମହାରାଷ୍ଟ୍ର ମନ୍ତ୍ରୀ ଦାଦାଜୀ ଦଗଡୁ ଭୁସେ କୁହନ୍ତି, “ମୁମ୍ବାଇରେ ପ୍ରବେଶ ସମୟରେ ଡାହିସର ଟୋଲ, ଆନନ୍ଦ ନାଗର ଟୋଲ, ବୈଶାଳୀ, ଏୟାରୋଲି ଏବଂ ମୁଲୁଣ୍ଡ ସମେତ ୫ ଟି ଟୋଲ ପ୍ଲାଜା ରହିଛି। ଏହି ଟୋଲଗୁଡିକ ୪୫ ଏବଂ ୭୫ ଟଙ୍କା ଆଦାୟ କରାଯାଉଥିଲା, ଯାହା ୨୦୨୬ ପର୍ୟ୍ୟନ୍ତ ଆଦାୟ ହୋଇଥାନ୍ତା। ଏହି ସ୍ଥାନ ମାନଙ୍କରେ ପ୍ରାୟ ୩.୫ ଲକ୍ଷ ଯାନବାହନ ଚଳାଚଳ କରେ। ସେଥିମଧ୍ୟରୁ ୨.୮୦ ଲକ୍ଷ ହାଲୁକା ଯାନ ଥିଲା। ତେଣୁ ସୋମବାର ସରକାର ଲାଇଟ ଗାଡିଗୁଡ଼ିକୁ ଟୋଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ”
#WATCH | Maharashtra Govt announces full toll exemption for all light motor vehicles entering Mumbai.
Maharashtra minister Dadaji Dagadu Bhuse says “At the time of entry into Mumbai, there were 5 toll plazas, including Dahisar toll, Anand Nagar toll, Vaishali, Airoli and Mulund.… pic.twitter.com/jTsy4nKvN2
— ANI (@ANI) October 14, 2024
The post ବଡ଼ ନିଷ୍ପତ୍ତି ନେଲେ ସରକାର: ଆଉ ଦେବାକୁ ପଡ଼ିବନି ଟୋଲ୍ ଫି appeared first on Dharitri Odia News.